Posted inଜାତୀୟ

କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ

ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍‌ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ ହେଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ପ୍ରଶାନ୍ତ ବି. ନାୟର, ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଅଜିତ କୃଷ୍ଣନ୍‌, ଗ୍ରୁପ୍‌ କ୍ୟାପଟେନ୍‌ ଅଙ୍ଗଦ ପ୍ରତାପ, ଓ୍ବିଙ୍ଗ୍‌ କମାଣ୍ଡର ଶୁଭାଂଶୁ ଶୁକ୍ଳା।

୪ ମହାକାଶଚାରୀଙ୍କ ମଧ୍ୟରେ ଥିବା ପ୍ରଶାନ୍ତ ନାୟର କେରଳ ପାଲକ୍କଡର ନେନେମାରାର ବାସିନ୍ଦା। ସେ ବାୟୁସେନାରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୁରା ନାମ ପ୍ରଶାନ୍ତ ବାଳକୃଷ୍ଣନ୍‌ ନାୟର। ସେ ରୁଷିଆରେ ବ୍ୟାପକ ପ୍ରଶିକ୍ଷଣ ନେଇଥିବା ବେଳେ ଏବେ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି।

ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ନାୟର ନ୍ୟାଶନାଲ ଡିଫେନ୍ସ ଏକାଡେମୀ(ଏନ୍‌ଡିଏ)ରୁ ଗ୍ରାଜୁଏଶନ୍‌ ସମାପ୍ତ କରିଥିଲେ। ସେ ଜଣେ ପ୍ରଶିକ୍ଷିତ ଫାଇଟର୍‌ ପାଇଲଟ୍‌। ୧୯୯୯ରେ ସେ କମିଶନ ଅଧିକାରୀ ଭାବେ ବାୟୁସେନାରେ ସାମିଲ ହୋଇଥିଲେ। ଏବେ ତାଙ୍କୁ ଗଗନାୟନ ମିଶନ ଲାଗି ଚୟନ କରାଯାଇଛି।

ଏହି ମିଶନ ଲାଗି ଶହ ଶହ ପାଇଲଟ୍‌ଙ୍କ ଟେଷ୍ଟ ନିଆଯାଇଥିଲା। ସେଥିରୁ ୧୨ ସର୍ବଶ୍ରେଷ୍ଠଙ୍କୁ ବଛାଯାଇଥିଲା। ପରେ ପରେ ସମସ୍ତଙ୍କୁ ଆଇଏଏମ୍‌ ତର୍ଜମା କରିବା ଲାଗି ଅନେକ ପରୀକ୍ଷଣ କରିଥିଲା। ଶେଷରେ ୪ ପାଇଲଟ୍‌ଙ୍କ ନାମ ଶର୍ଟଲିଷ୍ଟ ହୋଇଥିଲା, ଯେଉଁଥିରୁ ଗୋଟିଏ ନାମ ପ୍ରଶାନ୍ତଙ୍କ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ୨୫ ଯାଏ ସ୍କୁଲ ଛୁଟି: ହିଟ୍‌ ଓ୍ବେଭ୍‌କୁ ନେଇ ଏହି ଜିଲାରେ…

ଭୁବନେଶ୍ୱର,୨୧।୪: ରାଜ୍ୟରେ ଜାରି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ହିଟ ୱେଭ (Heat Wave) କୁ ଦୃଷ୍ଟିରେ ରଖି ଯାଜପୁର ଜିଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ପ୍ରସ୍ତାବ ଦେବା ବାହାନାରେ ବର୍ବରତାର ସୀମା ପାର୍, ପ୍ରେମିକଙ୍କୁ ବାନ୍ଧି ନିଆଁ ଲଗାଇଦେଲେ ପ୍ରେମିକା

ବେଙ୍ଗାଲୁରୁ୨୧।୪: ପ୍ରେମ ସମ୍ପର୍କ ସହିତ ଜଡିତ ଏକ ପ୍ରକୃତ ଭୟଙ୍କର ଏବଂ ହୃଦୟ ବିଦାରକ ଘଟଣା ବେଙ୍ଗାଲୁରୁରୁ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ଯୁବତୀ ପ୍ରେମକୁ…

ଅମିନ ଚାକିରି କରାଇଦେବା ନାଁରେ ୭ ଲକ୍ଷ ଠକେଇ: ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ, ଅଭିଯୁକ୍ତ…

ଦିଗପହଣ୍ଡି,୨୧।୪(ଅଶେଷ ନାଥ ମିଶ୍ର): ଚାକିରି କରାଇଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଏବଂ ପରବର୍ତ୍ତୀ ସମୟରେ ଅର୍ଥ ଫେରସ୍ତ ମାଗିବାରୁ ହତ୍ୟା ଉଦ୍ୟମ ଭଳି ଏକ…

ମଧ୍ୟାହ୍ନ ଭୋଜନରେ ବିଦ୍ୟାର୍ଥୀଙ୍କୁ ପରସା ଗଲା ଶୁଖିଲା ଭାତ-ଲୁଣ; ଶିକ୍ଷା ବିଭାଗର କଠୋର କାର୍ଯ୍ୟାନୁଷ୍ଠାନ, ଶିକ୍ଷକ…

ତୁମୁଡିବନ୍ଧ,୨୧।୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ କେବଳ…

ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାକୁ ମନା କଲେ ଟ୍ରମ୍ପ, ବଡ଼ ପଦକ୍ଷେପ ନେଉଛି ପାକିସ୍ତାନ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ଯୁଦ୍ଧବିରତିକୁ ବୃଦ୍ଧି କରିବାକୁ ମନା କରିଦେଇଛନ୍ତି, ଯାହା ଆଞ୍ଚଳିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି ।…

ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିଲେ ଦମ୍ପତି, ବାଇକ ଧକ୍କାରେ ଚାଲିଗଲା ଜୀବନ

ଆନନ୍ଦପୁର,୨୧।୪(ସୁଶାନ୍ତ କୁମାର ସାହୁ ): ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯାଉଥିବା ବେଳେ ବାଟରେ ଭୟଙ୍କର ଦୁର୍ଘଟଣା । ସ୍ବାମୀ, ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ…

୫ ବର୍ଷ ତଳେ ହୋଇଥିଲା ବିବାହ, ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର; ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ…

କୋକସରା,୨୧।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ…

ଏମିତି ରାଗ ଯେ ଛାତ୍ରଙ୍କୁ ବିଛୁଆତିରେ ମାଡ଼ ମାରି ପ୍ୟାଣ୍ଟରେ ପୁରାଇ ଦେଇଥିଲେ, ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ 

କଳିଙ୍ଗନଗର,୨୧।୪(ଶୁଭାଶିଷ ରାଉତ): ଶିକ୍ଷାର ମନ୍ଦିରରେ ଗୁରୁଙ୍କ ଅମାନବୀୟ କାଣ୍ଡ। କୋମଳମତି ପିଲାଙ୍କୁ ଦଣ୍ଡ ଦେବା ନାଁରେ ପିଲାଙ୍କ ପ୍ୟାଣ୍ଟ ଭିତରେ ବିଛୁଆତି ପୁରାଇ ନିର୍ଯାତନା ଦେଇଥିବା ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri