Posted inଜାତୀୟ

କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ

ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍‌ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ ହେଲେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ପ୍ରଶାନ୍ତ ବି. ନାୟର, ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଅଜିତ କୃଷ୍ଣନ୍‌, ଗ୍ରୁପ୍‌ କ୍ୟାପଟେନ୍‌ ଅଙ୍ଗଦ ପ୍ରତାପ, ଓ୍ବିଙ୍ଗ୍‌ କମାଣ୍ଡର ଶୁଭାଂଶୁ ଶୁକ୍ଳା।

୪ ମହାକାଶଚାରୀଙ୍କ ମଧ୍ୟରେ ଥିବା ପ୍ରଶାନ୍ତ ନାୟର କେରଳ ପାଲକ୍କଡର ନେନେମାରାର ବାସିନ୍ଦା। ସେ ବାୟୁସେନାରେ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୁରା ନାମ ପ୍ରଶାନ୍ତ ବାଳକୃଷ୍ଣନ୍‌ ନାୟର। ସେ ରୁଷିଆରେ ବ୍ୟାପକ ପ୍ରଶିକ୍ଷଣ ନେଇଥିବା ବେଳେ ଏବେ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି।

ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ନାୟର ନ୍ୟାଶନାଲ ଡିଫେନ୍ସ ଏକାଡେମୀ(ଏନ୍‌ଡିଏ)ରୁ ଗ୍ରାଜୁଏଶନ୍‌ ସମାପ୍ତ କରିଥିଲେ। ସେ ଜଣେ ପ୍ରଶିକ୍ଷିତ ଫାଇଟର୍‌ ପାଇଲଟ୍‌। ୧୯୯୯ରେ ସେ କମିଶନ ଅଧିକାରୀ ଭାବେ ବାୟୁସେନାରେ ସାମିଲ ହୋଇଥିଲେ। ଏବେ ତାଙ୍କୁ ଗଗନାୟନ ମିଶନ ଲାଗି ଚୟନ କରାଯାଇଛି।

ଏହି ମିଶନ ଲାଗି ଶହ ଶହ ପାଇଲଟ୍‌ଙ୍କ ଟେଷ୍ଟ ନିଆଯାଇଥିଲା। ସେଥିରୁ ୧୨ ସର୍ବଶ୍ରେଷ୍ଠଙ୍କୁ ବଛାଯାଇଥିଲା। ପରେ ପରେ ସମସ୍ତଙ୍କୁ ଆଇଏଏମ୍‌ ତର୍ଜମା କରିବା ଲାଗି ଅନେକ ପରୀକ୍ଷଣ କରିଥିଲା। ଶେଷରେ ୪ ପାଇଲଟ୍‌ଙ୍କ ନାମ ଶର୍ଟଲିଷ୍ଟ ହୋଇଥିଲା, ଯେଉଁଥିରୁ ଗୋଟିଏ ନାମ ପ୍ରଶାନ୍ତଙ୍କ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପେପର ଲିକ୍‌ ମାମଲାରେ CBIକୁ ବଡ଼ ସଫଳତା, ପୋଖରୀରୁ ମିଳିଲା ୭ ଫୋନ୍‌

ଧନବାଦ,୨୭।୦୭: ନିଟ୍‌ ପେପର ଲିକ୍‌ ମାମଲାରେ ଶୁକ୍ରବାର ସିବିଆଇର ଏକ ଟିମ୍‌ ଧନବାଦରୁ ପବନ କୁମାର ନାମକ ଜଣେ ଯୁବକକୁ ଗିରଫ କରିଛି । ପବନ...

ପଲଟି ଗଲେ କି ପଲଟୁରାମ! ନୀତି ଆୟୋଗ ବୈଠକରେ ଯୋଗ ଦେଲେନି ନୀତିଶ କୁମାର

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ଆରମ୍ଭ ହୋଇଛି। ଏହି ବୈଠକରେ ରାଜ୍ୟର ଅନେକ ମୁଖ୍ୟମନ୍ତ୍ରୀ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି...

୨୩ ଅଗଷ୍ଟକୁ ୟୁକ୍ରେନ ଯାଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦି, ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ଏହା ପ୍ରଥମ ଗସ୍ତ

ନୂଆଦିଲ୍ଲୀ,୨୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 23 ଅଗଷ୍ଟରେ ୟୁକ୍ରେନ ଗସ୍ତ କରିବେ। ଏହି ସମୟରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବେ। ରୁଷିଆ-ୟୁକ୍ରେନ ସହିତ...

ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବାକୁ ଅଣ୍ଟା ଭିଡିଲେ ସରକାର, ଆଣିବେ ବିଲ୍‌

ନୂଆଦିଲ୍ଲୀ,୨୭।୭: ୟୁଟ୍ୟୁବରଙ୍କ ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା କଷିଲେଣି ମୋଦି ସରକାର। ଏନେଇ ସବୁ ପ୍ରସ୍ତୁତି ମଧ୍ୟ ଶେଷ କରି ସାରିଲେଣି। ଏଥିପାଇଁ ମୋଦି...

ଯଦି ବିଜେଡି ଇଣ୍ଡିଆ ମେଣ୍ଟରେ ସାମିଲ ହୁଏ, ରାଜ୍ୟ ସଭାରେ ପଲଟିଯିବ ନମ୍ବର ଗେମ୍‌, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୨୭।୭: ଏଥର ଲୋକ ସଭା ନିର୍ବାଚନ ପରେ ଦେଶର ରାଜନୈତିକ ପରିସ୍ଥିତି ଅନେକାଂଶରେ ବଦଳିଥିବା ପରି ମନେ ହେଉଛି। ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା)...

ମାୟାନଗରୀରେ ଭଶୁୁଡ଼ିଲା ୩ ମହଲା କୋଠା, ଚାପିହୋଇ ରହିଛନ୍ତି ଲୋକେ

ମୁମ଼୍ବାଇ,୨୭।୦୭: ମୟାନଗରୀ ମୁମ଼୍ବାଇ ସହରର ନିକଟବର୍ତ୍ତୀ ଶାହବାଜ ଗ୍ରାମରେ ଏକ ୩ ମହଲା ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି । ଭଙ୍ଗା ଛାତ ତଳେ କିଛି...

ବୈଠକ ପୂର୍ବରୁ ମମତାଙ୍କ ବଡ଼ ବୟାନ : ନୀତି ଆୟୋଗକୁ ରଦ୍ଦ କରି…

କୋଲକାତା,୨୭ା୭: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶନିବାର ନୂଆଦିଲ୍ଲୀରେ ନୀତି ଆୟୋଗର ୯ମ ଗଭର୍ନିଂ କାଉନସିଲ୍‌ ବୈଠକ ବସିବ। ୨୦୪୭...

କର୍ନାଟକରେ ୧,୬୦୦ ଟନ୍‌ର ଲିଥିୟମ ଖଣି ଠାବ

ନୂଆଦିଲ୍ଲୀ, ୨୭ା୭: କର୍ନାଟକର ମାଣ୍ଡ୍ୟା ଏବଂ ୟାଦଗିରି ଜିଲାରେ ଲିଥିୟମ୍‌ ଖଣିର ସନ୍ଧାନ ମିଳିଥିବା କେନ୍ଦ୍ର ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ରାଜ୍ୟ ସଭାକୁ ସୂଚନା ଦେଇଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri