Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‌ ୨୭ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କର ନିଃସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିବେ। କୌଣସି ପ୍ରକାରର ପ୍ରତିବନ୍ଧକ ନ ଥାଇ ମାଙ୍ଗଳିକକାମ ସୁରୁଖୁରୁରେ ସମାପନ ହେବ। ଆଜି ଆବଶ୍ୟକତା ଅନୁସାରେ ଅର୍ଥର ଅଭାବ ରହିବ ନାହିଁ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା କେତେକାଂଶରେ ବ୍ୟାହତ ହେବାର ସୂଚନା ରହିଛି। ପରିବାରର ଖର୍ଚ୍ଚପରିମାଣ ବିଶେଷ ବୃଦ୍ଧି ପାଇବା ହେତୁ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ଆର୍ଥିକ ଅନଟନକୁ ସୁଧାରି ନେବା ସକାଶେ ବିଭିନ୍ନ ପ୍ରକାରର ଚେଷ୍ଟା କରିବେ।
ମିଥୁନ
ମିଥୁନ
ସକାଳୁ ସକାଳୁ କୌଣସି କାମ ଆରମ୍ଭ କରିବାକୁ ମନସ୍ଥ କରି ବନ୍ଧୁମାନଙ୍କ ପରାମର୍ଶ ନେଇପାରନ୍ତି। ପ୍ରତୀକ୍ଷା କରିଥିବା ବନ୍ଧୁଟିକୁ ନିର୍ଦ୍ଦିଷ୍ଟ ସମୟରେ ଖୋଜି ନ ପାଇବାରୁ ବ୍ୟସ୍ତ ହୋଇପଡିବେ। ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ପାରିବାରିକ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ
କର୍କଟ
ଆଜି ଯେଉଁ କାମ କରନ୍ତୁନା କାହିଁକି, କୌଣସି କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ଅଭାବ ନ ଥିଲେ ମଧ୍ୟ ଜରୁରୀ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବାକୁ ପଡିପାରେ। ଆଲୋଚନା, ପରିବହନ, ଲୋକସମ୍ପର୍କ, ସଭାସମିତି କ୍ଷେତ୍ରରେ କିଛିଟା ସମସ୍ୟା ଆସିବ। ଆନୁଷ୍ଠାନିକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଖୁସିରେ ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
କନ୍ୟା
ଆଜି ସଭାସମିତିରେ ସମ୍ମାନିତ ହେବେ,ସମ୍ମାନ ଓ ପ୍ରତିଷ୍ଠା ପାଇବେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି, ଫଳତଃ ଘରେ ଉଚ୍ଚବାଚ ଘଟିପାରେ। ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଆନୁଷ୍ଠାନିକ କାମରେ ଯୋଗ ଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପୂର୍ଣ୍ଣ ଶାନ୍ତିପ୍ରଦ ରହିବ। ସଭାସମିତି, ଲେଖାପଢା, ଆଲୋଚନା, ଲୋକସମ୍ପର୍କ, ଆନୁଷ୍ଠାନିକ କାମ, ଯୋଗାଯୋଗରେ ଉନ୍ନତ ମାନର ଫଳ ପାଇବେ। କଚେରି ମାମଲା ମନ୍ଥର ହୋଇପାରେ, ଯାହା କି ସାମୟିକ ଦୁଶ୍ଚିନ୍ତା ବୃଦ୍ଧି କରିବ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ମଧ୍ୟ ଘରକାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ ମନ ଭାରାକ୍ରାନ୍ତ ରହିବ। ସହକର୍ମୀ କିମ୍ବା ପଡ଼ା,ପଡ଼ୋଶୀଙ୍କ ସହ ବହୁଦିନର ମନାନ୍ତର ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ହେତୁ କୌଣସି ମତାନ୍ତର କିମ୍ବା ମନାନ୍ତର ହେବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ଧନୁ
ଧନୁ
ପରିସ୍ଥିତି ଯାହା ଥାଉନା କାହିଁକି, ନିଜେ ଭଲ ତ ଦୁନିଆ ଭଲ ନୀତିରେ ଦିନଟିକୁ କଟାଇବେ। ବର୍ତ୍ତମାନ ସମୟ ସକାଶେ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ, କିନ୍ତୁ ଆଶଙ୍କା ଲାଗି ରହିବ। ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଟେନ୍ସନ ପୂର୍ଣ୍ଣମାତ୍ରାରେ ଛାଡ଼ିବ ନାହିଁ । ପରିବହନରେ କେତେକ ଆଧୁନିକୀକରଣ କରି ପାରନ୍ତି।
ମକର
ମକର
କାମରେ ଅସ୍ଥିରତା ସୃଷ୍ଟି ହେଲେ ସୁଦ୍ଧା ଅନ୍ୟାନ୍ୟ କେତେକ ଦୃଷ୍ଟି କୋଣରୁ ମନ୍ଦ ହେବନି। ଅସମର୍ଥିତ ସୂତ୍ରରୁ ଆକସ୍ମିକ ଭାବରେ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି। ପରିବାର ମଧ୍ୟରେ ନିଜର ମନର ଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ନିର୍ମାଣାଧୀନ ଗୃହ, ଯାନ ବାହାନକୁ ଶେଷ ସ୍ପର୍ଶ ଦେବେ ଏବଂ ଏକ ପ୍ରକାର ଖୁସି ରହିବେ।
କୁମ୍ଭ
କୁମ୍ଭ
ପରିବାରରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କାମଗୁଡିକ ଠିକ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ଗୃହ, ଭୂମି, କଚେରି ମାମଲା କିମ୍ବା ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିଲେ ବି ବିଶେଷ ଅସୁବିଧା ହେବ ନାହିଁ। ଜିଦ୍‌ ତ୍ୟାଗ ନ କଲେ କଳହ ଭିତରକୁ ଟାଣି ହୋଇଯିବେ।
ମୀନମୀନ
ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମି ଯାଇପାରେ। ଦେହରେ କୌଣସି ବଡ ଧରଣର ରୋଗ ନ ଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ବନ୍ଧୁ ମାନଙ୍କ ନିମନ୍ତ୍ରଣ କ୍ରମେ ସତ୍‌ସଙ୍ଗ ଓ ଧର୍ମ, ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ। ପାରିବାରିକ ଜୀବନରେ ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri