Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ
ବନ୍ଧୁଭାବାଧିପତି କୋଣଭାବସ୍ଥ ହେତୁ ବନ୍ଧୁଙ୍କ ପରାମର୍ଶ କିମ୍ବା ସାହାଯ୍ୟରୁ କାମ ହାସଲ କରିପାରିବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହୋଇପାରନ୍ତି। ପରିବାରରେ ଜମିଜମା ସମ୍ବନ୍ଧୀୟ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ବ୍ୟବସାୟ କିମ୍ବା ପରିବହନରେ ସାଧାରଣ ଘଟଣାକୁ ନେଇ ଝଗଡା ଲାଗିବାର ସୂଚନା ରହିଛି।
ବୃଷ
ବୃଷ
ବକ୍ରୀ ବୃହସ୍ପତି କର୍ମଭାବସ୍ଥ ହେତୁ ବାରମ୍ବାର ପ୍ରତିବନ୍ଧକ ଉପୁଜୁଥିବା କାରଣରୁ କାମରେ ଆଂଶିକ ସଫଳତା ପାଇବେ। ଭୁଲ୍‌ ବୁଝାମଣାରୁ ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରିପାରନ୍ତି। କୌଣସି ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ନ ପାଇବା ହେତୁ ବିକଳ୍ପ ଚିନ୍ତା କରିବେ। କଚେରୀ ମାମଲାରେ ବାନ୍ଧି ହୋଇପଡିଥିବା ବ୍ୟକ୍ତି ଆଶ୍ୱସ୍ଥି ଲାଭ କରିବେ।
ମିଥୁନ
ମିଥୁନ
ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଧୈର୍ଯ୍ୟର ଅଭାବ ଓ ଟିକିଏ କଥାରେ ରାଗିଯିବା ହେତୁ କଳହ ସୃଷ୍ଟି ହୋଇପାରେ। ଆଜି ବନ୍ଧୁ କିମ୍ବା ପରିଜନଙ୍କ ସହ ପ୍ରଭାତରୁ ସୁଖଭ୍ରମଣ ଯୋଗ ରହିଛି। ସହକର୍ମୀଙ୍କ ସାହାଯ୍ୟ ନେଇ ଅଟକି ରହିଥିବା କାମ ହାସଲ କରିବେ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ବନ୍ଧୁଙ୍କ ମତ ପାର୍ଥକ୍ୟ ଦେଖାଦେବ।
କର୍କଟ
କର୍କଟ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପତିଙ୍କ ଯୋଗୁ ଗୃହରେ କଳହ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତକୁ କେନ୍ଦ୍ର କରି ଝଗଡା ଆଶଙ୍କା ରହିଛି। ସାମାଜିକ ସ୍ତରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ନିଜ ପରିସରରେ ରହୁଥିବା କୌଣସି ବନ୍ଧୁ ଈର୍ଷାପୋଷଣ କରିପାରନ୍ତି।
ସି˚ହ
ସି˚ହ
ବୁଧାଦିତ୍ୟ ଯୋଗ ସହ ମଙ୍ଗଳଙ୍କ ସଂଯୋଗ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ମାନସିକ ଅଶାନ୍ତି ଥିଲେ ମଧ୍ୟ ଅତି ପରିଚିତ ଓ ବିଶ୍ୱସ୍ଥ ବନ୍ଧୁଙ୍କ ସାନ୍ତ୍ବନା ବାଣି ମନରେ ଆଶ୍ୱସ୍ତି ଭରିପାରେ। ରାଜନୈତିକ କ୍ଷେତ୍ରରେ ଆଜିର ଆଲୋଚନା ସରଗରମ ରହିବ।
କନ୍ୟା
ମଙ୍ଗଳ ଓ ବୁଧଙ୍କ ସଂଯୋଗ ହେତୁ ଆବଶ୍ୟକତା ପୂରଣ କ୍ଷେତ୍ରରେ ବନ୍ଧୁଙ୍କ ଅବଦାନକୁ ପ୍ରଶଂସା କରିବେ। କର୍ମକ୍ଷେତ୍ରରେ କଥାବାର୍ତ୍ତା ସମୟରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇପଡିବେ। ଈର୍ଷାପର ମନୋଭାବ ନେଇ ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି। ବନ୍ଧୁଙ୍କ ସହାନୁଭୂତି ମନୋବଳ ବୃଦ୍ଧିରେ ସହାୟାକ ହେବ।
ତୁଳା
ତୁଳା
କର୍ମସ୍ଥାନ ପ୍ରତି ରାଜେଯାଗକାରକ ଗ୍ରହଙ୍କ ଦୃଷ୍ଟି ଯୋଗୁ ସମସ୍ୟା ସମାଧାନ କରିପାରନ୍ତି। କୌଣସି ବିବାଦୀୟ ପରିସ୍ଥିତିରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ଯାତ୍ରାକାଳରେ ଜିନିଷପତ୍ର ପ୍ରତି ସତର୍କ ରହିବା ଭଲ। ସହକର୍ମୀଙ୍କୁ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବିଛା
ବିଛା
ଶନି ଓ ମଙ୍ଗଳଙ୍କ ଷଡାଷ୍ଟକସ୍ଥିତି ରହିଥିବାରୁ କାର୍ଯ୍ୟ ସମ୍ପାଦନରେ ସହଯୋଗର ଅଭାବ ରହିବ ନାହିଁ। ଛୋଟ କଥାକୁ କେନ୍ଦ୍ରକରି ଘରୋଇ କଳହ ଲାଗିରହିବ। ନିଜର କୃତିତ୍ୱରୁ ସାମାଜିକ ସ୍ତରରେ ସମ୍ମାନ ଓ ପଦମର୍ଯ୍ୟଦା ବୃଦ୍ଧି ଆଶା ରହିଛି। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌, ପ୍ରଶାସନ, ଯାନବାହନ, ନିର୍ମାଣ ତଥା ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଶୁକ୍ରଙ୍କ ପ୍ରଭାବରୁ ଆଜି ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାରେ ଈର୍ଷାନ୍ବିତ ଲୋକମାନେ ଅପପ୍ରଚାର କରିପାରନ୍ତି। ବ୍ୟବସାୟ, ବାଣିଜ୍ୟ ଏପରିକି ସାଂସ୍କୃତିକ କ୍ଷେତ୍ରରେ ପ୍ରତିଯୋଗିତା ମାନୋଭାବ ଉପୁଜିପାରେ। ଅଫିସିଆଲି ସମସ୍ୟାରେ ବ୍ୟସ୍ତ ଥିଲେ ମଧ୍ୟ ସ୍ତ୍ରୀଙ୍କ ପ୍ରେରଣା ଲାଭି ଉପକୃତ ହେବେ।
ମକର
ମକର
କର୍ମାଧିପ ଭାଗ୍ୟଭାବସ୍ଥ ଯୋଗୁ ସ୍ଥଗିତ କାମ ପୂରା ଦମରେ କରିବା ନିଷ୍ପତ୍ତି ନେବେ। ପାରିବାରିକ କ୍ଷେତ୍ରରେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇଁ ମନୋବଳ ବୃଦ୍ଧି ପାଇବ। ବନ୍ଧୁଙ୍କ ସହ ଯାତ୍ରା କାଳରେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ପାପଗ୍ରହମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଦ୍ୱନ୍ଦରେ ପଡି କେତେକ କ୍ଷେତ୍ରରେ ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ବୁଝାମଣା ଠିକ୍‌ ରହିବା ହେତୁ ଶତଭିଷା ନକ୍ଷତ୍ର ଏକ ପ୍ରକାର ଖୁସି ଅନୁଭବ କରିବେ। ବାଣିଜ୍ୟ ଓ କଳା ସାହିତ୍ୟରେ ରହିଥିବା ସମସ୍ୟା ସମାଧାନ ହୋଇଯିବ। ନିଜ ମନକୁ ନପାଇଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ଦିନଟି ସବୁ ଦିଗରୁ ଅତି ଭଲରେ ଅତିବାହିତ ହେବ। କର୍ମକ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବାରୁ ମନ ପ୍ରଫୁଲ୍ଲ୍‌ ରହିବ। ବିଭିନ୍ନ ଦିଗରୁ ଉପକୃତ ହେବା କାରଣରୁ ଅର୍ଥ ଓ ସମ୍ମାନ,ସଦିଛାର ଅଭାବ ରହିବ ନାହିଁ। କିନ୍ତୁ ଅବହେଳା ନକରି ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri