Posted inRasifala

ରାଶିଫଳ: ରବିବାର, ଫେବୃଆରୀ ୨୩ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କାମ ସାହାଯ୍ୟ ସହଯୋଗ ମାଧ୍ୟମରେ ସମ୍ପନ୍ନ କରିପାରିବେ। କୃତ୍ତିକା ନକ୍ଷତ୍ର ମନ ଚାହୁଁ ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ଦିଗରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତାର ବିନାଶ ଘଟିବା ସାଙ୍ଗକୁ ଋଣ ମାଧ୍ୟମରେ ଅର୍ଥ ପ୍ରାପ୍ତି ଘଟିବ। ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରୁ ଓହରି ଆସି ପାରିବେ ନାହିଁ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ରୋଗପୀଡାରୁ ଦୁଶ୍ଚିନ୍ତାଗ୍ରସ୍ଥ ହୋଇପାରନ୍ତି।
ମିଥୁନ
ମିଥୁନ
ଆଜିର ସଭାସମିତିରେ ପୁନର୍ବସୁ ନକ୍ଷତ୍ର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ହାସଲ କରିବେ। ଫଳତଃ ସବୁ କାମ ଯଥା ସମୟରେ ଠିକ୍‌ଠାକ୍‌ ହୋଇଯିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ। କଳା, ସଙ୍ଗୀତ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିବାର ସୂଚନା ରହିଛି।
କର୍କଟ
କର୍କଟ
ସ୍ବାସ୍ଥ୍ୟହାନି କିମ୍ବା ମତପାର୍ଥକ୍ୟ କାରଣରୁ ସଙ୍କଟଜନକ ସ୍ଥିତି ଉପତ୍ନ ହୋଇପାରେ। ତଥାପି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ସହକର୍ମୀଙ୍କ ଜରିଆରେ ପାଇପାରିବେ। ଅଶ୍ଳେଷା ନକ୍ଷତ୍ର ଆକସ୍ମିକ ଆଶା କରୁଥିବା ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ।
ସି˚ହ
ସି˚ହ
ଆଜିର କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ, ସରକାରୀ ସହାୟତା ପ୍ରାପ୍ତିର ସମ୍ଭାବନା ରହିଛି। ବନ୍ଧୁଙ୍କ ଫେରିବା ବାଟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ଚେଷ୍ଟା ସଫଳ ହେବାରେ ଜଣେ ଅଜଣା ବିଜାତୀୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ। ପୂର୍ବନିର୍ଦ୍ଧାରିତ ଯୋଜନାନୁଯାୟୀ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ।
କନ୍ୟା
ପାରିବାରିକ ଅଶାନ୍ତି ଓ ଦୈହିକ ଦୁର୍ବଳତା ମନୋବଳକୁ ହ୍ରାସ କରାଇପାରେ। କିନ୍ତୁ ହସ୍ତା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ଶିଡି ଚଢିପାରିବେ। ଦୀର୍ଘଦିନ ହେଲା ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ଅପ୍ରିୟ ସତ୍ୟ ଭାଷଣ ପ୍ରଭାବରେ ସଭାସମିତିରେ ବନ୍ଧୁଙ୍କ ସହ ବିରୋଧୀ ହୋଇପାରନ୍ତି।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବାରୁ ଆଶ୍ୱସ୍ତି ଲାଭ କରିବେ। ଆଜିର ଫଳପ୍ରଦ ଯାତ୍ରା, ଗୃହଭୂମି ଲାଭ, ପ୍ରତିଯୋଗିତାରେ ସଫଳତା କରିବାର ଆଶା ରହିଛି। ଚିତ୍ରା ନକ୍ଷତ୍ରର କେତେକ ଘରୋଇ କଥା ବନ୍ଧୁଙ୍କ ନିକଟରେ ପ୍ରକାଶ କରିବାର ସୁଯୋଗ ହାତଛଡା ହେବ। ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ।
ବିଛା
ବିଛା
ଗ୍ରହସ୍ଥିତିର ବିଷମତାଜନିତ ଆଜି ଆପଣଙ୍କ ଆଶା ଓ କାମନାକୁ ଏପଟସେପଟ କରିଦେଇପାରେ। ଅସହିଷ୍ଣୁ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଅଭିଯୋଗ ମନକୁ ହଲ୍‌ଚଲ୍‌ କରିଦେବ। ବିଶାଖା ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସହିତ ଅଧିକାଂଶ ସମୟ ଆଳାପରେ କଟାଇବେ।
ଧନୁ
ଧନୁ
ଦିନଟିରେ ଦୀର୍ଘଦିନରୁ ଲାଗିରହିଥିବା ସମସ୍ୟା ସମାଧାନପୂର୍ବକ କର୍ମପ୍ରବାହକୁ ଅଗ୍ରଗାମୀ କରାଇବ। ନୂତନ ଗୃହ, ଯାନବାହନ, ବନ୍ଧୁ ସମ୍ପର୍କରେ ଉନ୍ନତି ମାନସିକ ସ୍ଥିତିକୁ ଦୃଢୀଭୂତ କରିପାରେ। ସାମ୍ବାଦିକତା, ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ।
ମକର
ମକର
ଶୁକ୍ରଙ୍କ ପ୍ରଭାବରେ ବିଳାସବ୍ୟସନ ଦିଗରେ ମନ ଆକର୍ଷିତ ହୋଇ ଲକ୍ଷ୍ୟସାଧନର ମାର୍ଗକୁ ଅଣଦେଖା କରିପାରନ୍ତି। ଶ୍ରବଣା ନକ୍ଷତ୍ର ଆଜି ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ସୂଚନା ରହିଛି। ଆତିଥ୍ୟ ଗ୍ରହଣ ପୂର୍ବକ ବସ୍ତ୍ରଭୂଷଣ ପ୍ରାପ୍ତ ହୋଇପାରେ। ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ନିଜଗୃହରେ ରାଶ୍ୟାଧିପତି ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଯେତେ ଚେଷ୍ଟା କଲେ ମଧ୍ୟ ବିରୋଧୀ ଶକ୍ତିର ପ୍ରାଦୁର୍ଭାବ ଆପଣଙ୍କ ଉପରେ କୌଣସି କୁପ୍ରଭାବ ପକାଇପାରିବ ନାହିଁ। ଆଜିର ଯାତ୍ରା, ପ୍ରଶାସନ, ଆଇନ କ୍ଷେତ୍ର ମନ୍ଦ ହେବନି। ପୂର୍ବରୁ କୌଣସି ସୂଚନା ନ ଦେଇ ପ୍ରିୟ ବନ୍ଧୁ ଘରକୁ ଆସିପାରନ୍ତି।
ମୀନମୀନ

ଆଜି ଆର୍ଥିକ ଅଭାବ ଓ ଅନଟନ ସାଙ୍ଗକୁ ସାମୟିକ ପ୍ରତିବନ୍ଧକ କାମକୁ ସ୍ଥଗିତ ରଖିପାରିବ ନାହିଁ। ଆଜି ଘର କାମ ଛାଡି ବାହାର କାମରେ ବେଶି ସମୟ କାଟିପାରନ୍ତି। ଗୁରୁପାକ ଦ୍ରବ୍ୟ ଭୋଜନଜନିତ ସ୍ବାସ୍ଥ୍ୟହାନି ଘଟିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ଭଲ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri