Posted inCartoon

ରାଶିଫଳ: ଶନିବାର ୨୩ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ଦ୍ୱିଜା ନକ୍ଷତ୍ର ସକାଶେ ଭଲ ରହିବ। ପୂର୍ବ ନିର୍ଦ୍ଧାରିତ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ମାନସିକ ସ୍ତରରେ ଖୁସି ରହିବେ। ପିଲାଙ୍କ ଦ୍ୱାରା ସମସ୍ୟା ଆସିପାରେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆଦର ,ସମ୍ମାନ ପାଇବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣାଛାଏଁ ମାଡ଼ି ଆସିବ। ଅପେକ୍ଷା କରିଥିବା କାମରେ ନାସ୍ତିସୂଚକ ସୂଚନା ପାଇଲେ ମଧ୍ୟ କାମ କରି ଚାଲନ୍ତୁ, କୃତକାର୍ଯ୍ୟ ହେବେ । ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜ୍‌ଲିସରୁ ଦୂରେଇ ରହିବାକୁ ବାଧ୍ୟ ହେବେ। କୃତ୍ତିକା ନକ୍ଷତ୍ର ନିଜର କୃତି ଓ କୃତିତ୍ୱ ହେତୁ ବନ୍ଧୁମହଲରେ ସମ୍ମାନିତ ହେବେ।
ମିଥୁନ
ମିଥୁନ
ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ ହାସଲ କରିବାରେ ସମର୍ଥ ହେବେ। ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଆନୁଷ୍ଠାନିକ କାମରେ ପୁରସ୍କୃତ ହେବାର ସୌଭାଗ୍ୟ ଜୁଟିବ, ଯାହାକି ଆଶା କରି ନଥିବେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅଭିଳଷିତ କାର୍ଯ୍ୟ ସାଧନ ନିମିତ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅଶ୍ଳେଷା ନକ୍ଷତ୍ରର ସାଧାରଣ କଥାରେ ବନ୍ଧୁଙ୍କ ସହ ମତାନ୍ତର ଓ କଳହ ଘଟିପାରେ। ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନ, ଆଇନ, ସଭାସମିତିରେ ଲକ୍ଷ୍ୟ ପୂରଣ ହେବ।
ସି˚ହ
ସି˚ହ
ନିଜକୁ ସୁହାଇଲା ଭଳି କଥା କହିଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସହ ଆଡ୍‌ଜଷ୍ଟ ହୋଇପାରିବେ ନାହିଁ। ଉପରିସ୍ଥ କର୍ମଚାରୀଙ୍କ ଅନୁକମ୍ପାରୁ ପ୍ରତିବନ୍ଧକକୁ ଦୂରେଇ ବାରେ ସମର୍ଥ ହେବ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଉତ୍ତରାଫାଲଗୁନୀ ନକ୍ଷତ୍ରର ଦେହ ଭଲ ରହିବ ମାତ୍ର ଆଳସ୍ୟ ବୋଧ ହେବ।
କନ୍ୟା
ଆବଶ୍ୟକତା ପୂରଣ ସକାଶେ ଅର୍ଥ ଲାଭ ସାଙ୍ଗକୁ ସମସ୍ୟା ସମାଧାନର ପ୍ରଯନତ୍ କରିପାରନ୍ତି। ବାଣିଜ୍ୟ, ପରିବହନ, ହୋଟେଲ କ୍ଷେତ୍ରରେ ସମସ୍ୟା ଦେଖାଦେବ। ଜମିଜମା, ଗୃହନିର୍ମାଣ, ଜମି କିଣାବିକା, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ। ହସ୍ତାନକ୍ଷତ୍ର ଯେକୌଣସି ପ୍ରକାରେ କାମ ହାସଲ କରିବାରେ ତପତ୍ରତା ପ୍ରକାଶ କରିବେ।
ତୁଳା
ତୁଳା
ପୂର୍ବ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ଲାଗିବ ନାହିଁ କିନ୍ତୁ କିଛି କରିବାର ଉପାୟ ନଥିବ। ବିଶାଖା ନକ୍ଷତ୍ର ଅଫିସ୍‌ରୁ ବିଭ୍ରାନ୍ତିକର ଖବର ପାଇ ବିବ୍ରତ ହୋଇପାରନ୍ତି। ଗତ କିଛି ଦିନ ହେଲା କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ସନ୍ତାନହେତୁକ ଗୌରବରେ ନିଜକୁ ଗୌରବାନ୍ବିତ ମନେ କରିପାରନ୍ତି।
ବିଛା
ବିଛା
କେତେକ ଅପୂରଣୀୟ କାର୍ଯ୍ୟ ସକାଶେ ଭାବାନ୍ତର ସୃଷ୍ଟି ହେବ। ଅନୁରାଧା ନକ୍ଷତ୍ର ଯେତେ ଚେଷ୍ଟା କଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ କଷ୍ଟକର ହେବ। ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ବ୍ୟବସାୟିକ ସଫଳତା ହାସଲ କରିବେ ଏବଂ ଅଭାବ ନଥିଲେ ମଧ୍ୟ କେତେକ ଅନିଚ୍ଛାକୃତ କାରଣକୁ ନେଇ ମନ ଭଲ ରହିବ ନାହିଁ।
ଧନୁ
ଧନୁ
ଆନୁଷଙ୍ଗିକ ସାହାଯ୍ୟ ଓ ପ୍ରେରଣା ଲାଭକରି ସଫଳତା ହାସଲ କରିବେ। ନିଜ ଲୋକମାନେ ଦୂରେଇ ଯିବା କାରଣରୁ ମନ ଭଲ ଲାଗିବ ନାହିଁ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ। ଉତ୍ତରାଷାଢା ନକ୍ଷତ୍ର ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ।
ମକର
ମକର
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବେ। ଆନୁଷ୍ଠାନିକ କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇ ଖୁସି ହେବେ। ଈର୍ଷାପରାୟଣ ବନ୍ଧୁଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହେବ। ଶ୍ରବଣା ନକ୍ଷତ୍ର ସକାଶେ ସ୍ବାର୍ଥସାଧନର କ୍ଷୀଣ ଆଶା ଦେଖି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ
କୁମ୍ଭ
ଆଜି ସତର୍କତାର ସହ କାମ ନ କଲେ ସମସ୍ୟାରେ ଛନ୍ଦି ହେବେ। ପରୋକ୍ଷଭାବେ ଶତ୍ରୁତା କରୁଥିବା ଅନେକ ଲୋକ ଆପଣଙ୍କ ପଛରେ କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ। ଶତଭିଷା ନକ୍ଷତ୍ର ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିପାରନ୍ତି। ଆଜିର ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟରୁ ପ୍ରଶଂସିତ ହେବେ।
ମୀନମୀନ

ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପରିବାର ପାଇଁ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ରେବତୀ ନକ୍ଷତ୍ର ପିଲାମାନଙ୍କର ଆରୋଗ୍ୟ ଲାଭ ସକାଶେ ଚିନ୍ତିତ ରହିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inCartoon View All

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ – Dharitri Cartoon   📲 Follow Dharitri — Odisha’s No. 1 Odia Daily 📰✨

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ – Dharitri Cartoon 📲 Follow Dharitri — Odisha’s No. 1 Odia Daily 📰✨  

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri