Posted inRasifala

ରାଶିଫଳ: ବୁଧବାର, ମେ ୨୨ ତାରିଖ – Daily Horoscope

ମେଷ
ଆଜି ଆତ୍ମୀୟଙ୍କ ସହ ପୂର୍ବ ବିବାଦ, ପକ୍ଷପାତ ବିଚାର, ବିବାଦୀୟ କଥାକୁ କେନ୍ଦ୍ରକରି ଅଶାନ୍ତ ରହିପାରନ୍ତି। ସ୍ବାସ୍ଥ୍ୟ ଠିକ୍‌ ରହିବ, ବକେୟା ଅର୍ଥ ପାଇବାରେ ଅସୁବିଧା ରହିବ ନାହିଁ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ପ୍ରଶାସନ ଓ ରାଜନୀତିରେ କୂଟନୀତି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ।
ବୃଷ
ବୃଷ
ରବି ଓ ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କ ଉଚ୍ଚାଭିଳାଷ ଓ କାର୍ଯ୍ୟଦକ୍ଷତା ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବ। ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଇବା ପାଇଁ ଆଶା କରୁଛନ୍ତି ତାହା ନିଶ୍ଚିତ ଭାବରେ ପାଇବେ। ବାଣିଜ୍ୟ, ବ୍ୟବସାୟ, ଚୁକ୍ତିପତ୍ର, ଜମିଜମା ସମ୍ପର୍କୀୟ କଥାବାର୍ତ୍ତାରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଧନାଧିପ କୋଣଭାବସ୍ଥ ହେତୁ ସକାଳୁ ଶୁଭଖବର ମନକୁ ଆହ୍ଲାଦିତ କରିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ, ବକେୟା ଟଙ୍କା ପ୍ରାପ୍ତି ଏବଂ ବନ୍ଧୁଙ୍କ ସହ ଆଲୋଚନାରେ ସଫଳତା ମିଳିବ। ଶିଳ୍ପ, ପରିବହନ ଓ ବ୍ୟବସାୟରେ ଲାଭବାନ ହେବେ। ପରିବାରର ଆବଶ୍ୟକତା ଅନୁଯାୟୀ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି।
କର୍କଟ
କର୍କଟ
ସହକର୍ମୀଟି କର୍ମକ୍ଷେତ୍ରରେ ଅଭୁତପୂର୍ବ ସାହାଯ୍ୟ କରିବ। ବାହାର ଦୁନିଆରେ ଯେତିକି ପ୍ରଶଂସିତ ନିଜ ଘରେ କିମ୍ବା ଆତ୍ମୀୟଙ୍କ ପାଖରେ ତାହା ଦୁର୍ଲଭ ହେବ। ଆଜି ଆର୍ଥିକ, କର୍ମକ୍ଷେତ୍ର, ସାମଜିକ ସ୍ଥିତି, ବନ୍ଧୁ ସମ୍ପର୍କର ସଦ୍‌ଭାବ ପ୍ରଭୃତି ଅଭାବ ରହିବ ନାହିଁ। ଶିଳ୍ପ,ବାଣିଜ୍ୟ, ପରିବହନ ଓ ସଂଗଠନ କ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ।
ସି˚ହ
ସି˚ହ
ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଦ୍ୱିତୀୟସ୍ଥ କେତୁ ହେତୁ ବାଧ୍ୟବାଧକତାରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହୋଇଯିବ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତି, ସଂଗଠନ ଓ ପ୍ରଶାସନିକ ସ୍ଥିତି ପ୍ରାୟତଃ ଭଲ ରହିବ।
କନ୍ୟା
ଅନ୍ତରରେ ଦୁଃଖ ଭରି ରହିଥିଲେ ମଧ୍ୟ ମୁହଁରେ ହସ ଫୁଟାଇ କାମ କରିବେ। ହସ୍ତା ନକ୍ଷତ୍ର ପାଇଁ ପ୍ରତିବନ୍ଧକ ଦୂରେଇଯିବ ଏବଂ ଶତ୍ରୁତାର ଅବସାନ ପାଇଁ ବନ୍ଧୁ ସାହାଯ୍ୟ କରିବେ। ବ୍ୟବସାୟରେ ସମସ୍ୟା ଥିଲେ ମଧ୍ୟ ତାହା ଉକତ୍ଟ ହେବ ନାହିଁ। ସରକାରୀ ସ୍ତରରୁ ସ୍ଥଗିତ କାଗଜପତ୍ର, ଅର୍ଥ, ଋଣ ପ୍ରଭୃତି ପାଇବାର ସୂଚନା ମିଳିପାରେ।
ତୁଳା
ତୁଳା
ବନ୍ଧୁମାନେ ବନ୍ଧୁତ୍ୱର ଦ୍ୱାହିଦେଇ ପାଖେ ପାଖେ ରହି କାମରେ ସାହାଯ୍ୟ କରିବେ। ଚନ୍ଦ୍ରଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି, ବୈଷୟିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ସହ ଦିନଟି ରୁଚିବୋଧକ ରହିବ। ପିଲାଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ମନ ଭଲ ରହିବ ନାହିଁ। ଜଣେ ବନ୍ଧୁଙ୍କ ପାଇଁ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବିଛା
ବିଛା
ରବିଙ୍କ ପ୍ରଭାବରୁ ବଡ଼ ଲୋକଙ୍କ ସଂସ୍ପର୍ଶରେ ଆସିବେ ଏବଂ କାମ ହାସଲର ପ୍ରତିଶ୍ରୁତି ପାଇ ଫେରିବେ। ପ୍ରତିବାଦୀ ସ୍ଥାନରେ ଗ୍ରହବଳ ହେତୁ ବିବାଦ କଲେ ପରାଜୟର ଗ୍ଲାନି ଓ ଧନହାନିକୁ ଆପଣେଇବେ। ଯାହାକୁ ଭଲ ଭାବୁଛନ୍ତି ସେହି ବ୍ୟକ୍ତି ଫାଇଦା ହାସଲ ପାଇଁ ଚେଷ୍ଟିତ ରହିବ। ରାଜନୀତି କ୍ଷେତ୍ରରେ ଆଦୃତି ସହ ପ୍ରତିଷ୍ଠା ମିଳିବ।
ଧନୁ
ଧନୁ
ଶନିଙ୍କ କୁପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ବିଳମ୍ବିତ ସମୟରେ ହେଉଥିବାରୁ ମନରେ ସରସତା ରହିବ ନାହିଁ। ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଚିନ୍ତାରେ ମନକୁ ବିଷାକ୍ତ କରିପାରନ୍ତି। ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରି ପାରନ୍ତି। ପରିବହନ, ବ୍ୟବସାୟ, ଶିଳ୍ପ, ବାଣିଜ୍ୟରେ ଉନ୍ନତି କରିବେ।
ମକର
ମକର
ଆଜି ବନ୍ଧୁଙ୍କ ସହ ମିଷ୍ଠାଳାପ, ସାମାଜିକ ସମ୍ମାନ, ଶୁଭଖବର ଓ ପାରିବାରିକ ସୌହାର୍ଦ୍ଦ୍ୟ ମନକୁ ଖୁସି କରାଇବ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ମାଲିମକଦ୍ଦମା, ବ୍ୟବସାୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟା ବିଜଡିତ ମନ ହେତୁ ଶାନ୍ତିରେ ରହିପାରିବେ ନାହିଁ କିମ୍ବା ଶୋଇପାରିବେ ନାହିଁ। ଶ୍ରମ ଓ ଅନିଦ୍ରାଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ମିତ୍ରତା ପରିପ୍ରେକ୍ଷୀରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ସରଳ ସ୍ବଭାବ ପ୍ରଭାବରୁ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ

ଆଶାନୁଯାୟୀ ସୁଫଳ ପାଇବେ ଏବଂ ପୂର୍ବ ଆଲୋଚନା ଅନୁଯାୟୀ କାମ ସବୁ ହୋଇଯିବ। ଗସ୍ତ କାଯର୍‌ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆମତ୍ୀୟଙ୍କ ଈର୍ଷା,ବନ୍ଧୁଙ୍କ ସ୍ବାର୍ଥଲାଳସା, ନିଜ ଲୋକଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିପାରେ। ରେବତୀ ନକ୍ଷତ୍ର ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri