Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱିଜା ନକ୍ଷତ୍ର ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଲାଭ କରି ଖୁସି ରହିବେ। ପ୍ରତି କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତି ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ ନ କଲେ ବିବାଦ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ଅବଶ୍ୟ ହିତୈଷୀ ବନ୍ଧୁଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ରୋହିଣୀ ନକ୍ଷତ୍ର ନିର୍ମାଣ କାର୍ଯ୍ୟ ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ, ପ୍ରଶାସନ, ଯାନବାହନ ଓ ଯାତ୍ରାରୁ ସୁଫଳ ପାଇପାରନ୍ତି।
ମିଥୁନ
ମିଥୁନ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇପାରନ୍ତି। ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ, ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି। ଶିଳ୍ପ, ବାଣିଜ୍ୟ, କଳା ଓ ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ ।
କର୍କଟ
କର୍କଟ
ପାରିବାରିକ ବ୍ୟତିକ୍ରମ ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ସୂଚନା ରହିଛି । ଅଶ୍ଳେଷା ନକ୍ଷତ୍ରର କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କରି କଳହ ଘଟିପାରେ। ଅଫିସ୍‌ କାମରେ ସହକର୍ମୀଙ୍କ ସହ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ମଘା ନକ୍ଷତ୍ର ଅନ୍ୟମାନଙ୍କ ସକାଶେ ଯେତେ ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ର ଓ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ଏକସଙ୍ଗେ ଗୁଡ଼ିଏ କାମ ହାତକୁ ନେବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ପୂର୍ବାଫାଲଗୁନୀ ନକ୍ଷତ୍ର କେତେକ କାରଣକୁ ନେଇ କିମ୍ବା ବୃଥା ସନ୍ଦେହ କରି ନିଜ ଲୋକଙ୍କୁ ଭୁଲ ବୁଝିପାରନ୍ତି। ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିବ। ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ଗୃହ ସଜ୍ଜା,ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିବେ।
ତୁଳା
ତୁଳା
ବିଗତ ଦିନର ଘଟଣାବଳୀକୁ ନେଇ ମନ ଅସ୍ଥିର ରହିବ। ବୃଥା ସନ୍ଦେହ ଓ ମତପାର୍ଥକ୍ୟଜନିତ ସାଧାରଣ କଥାରୁ ପରିବାରରେ ଝଡ଼ ଉଠିପାରେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା କଳହର ସୂତ୍ରପାତ ହୋଇପାରେ। ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ।
ବିଛା
ବିଛା
ଅନ୍ୟମାନଙ୍କ କଥାରେ ଭାସିଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାକୁ ସମାଧାନ କରିବାରେ ଯନତ୍ବାନ ହୋଇପାରନ୍ତି। ଜ୍ୟେଷ୍ଠା ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେଲେ ମଧ୍ୟ ବିଜୟୀ ହେବେ । ବନ୍ଧୁଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ।
ଧନୁ
ଧନୁ
ମୂଳା ନକ୍ଷତ୍ରର ମନ ଭଲ ନ ଥିବା କାରଣରୁ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ଆଜି ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ ମଧ୍ୟ କ୍ଷତିରେ ପଡିବେ ନାହିଁ । ବିଦ୍ୟୁତ୍‌ ଉପକରଣ, ପୋଷାକ ବ୍ୟବସାୟ , ଶେୟାର ବଜାର, ପନିପରିବା ଦୋକାନୀ, ହୋଟେଲ ମାଲିକମାନେ ଖୁସି ରହିବେ।
ମକର
ମକର
ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି । ଶ୍ରବଣା ନକ୍ଷତ୍ର ପୂର୍ବାହ୍ନରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶିକ୍ଷା, ପରୀକ୍ଷା, ପ୍ରଶାସନିକ ଆଲୋଚନା, ଗଠନମୂଳକ କାମ, ଲେଖାପଢା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ବିଭିନ୍ନ ସମସ୍ୟା ଆସିପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସଭାସମିତି, ସାମ୍ବାଦିକତା, ମାମଲା ସମାଧାନ ଓ ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁମିଳନ ଘଟିପାରେ। ଶତଭିଷା ନକ୍ଷତ୍ର ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ମୀନମୀନ
ରେବତୀ ନକ୍ଷତ୍ର କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ର କରି ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଈର୍ଷା ଓ ଅସୂୟାର ବଶବର୍ତ୍ତୀ ହୋଇ ନିଜ ଚତୁଃପାର୍ଶ୍ୱସ୍ଥ ଆତ୍ମୀୟମାନେ ବିଶ୍ୱାସଘାତକତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri