Posted inRasifala

ରାଶିଫଳ: ବୁଧବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ
ମିତ୍ରଗୃହୀ ବୁଧଙ୍କ ଯୋଗୁ ଆଜି ମନରେ ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟମାନଙ୍କର ଚକ୍ଷୁଶୂଳ ହେବାକୁ ପଡ଼ିପାରେ। ମୁହଁ ସାମନାରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ।
ବୃଷ
ବୃଷ
ପଡ଼ୋଶୀ ସହଯୋଗରୁ କୌଣସି କାମ ଅଟକିବ ନାହିଁ। ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ରବିଙ୍କ ପ୍ରଭାବରୁ ଜଣେ ପଦସ୍ଥଙ୍କ ସାନ୍ନିଧ୍ୟ ଲାଭ କରି ସ୍ବାର୍ଥ ହାସଲ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନ ଥିଲେ ମଧ୍ୟ ସନ୍ତାନ ହେତୁକ ପୀଡ଼ା ଅନୁଭବ କରିବେ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରସ୍ଥ ରାହୁ ହେତୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। କୌଣସି କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ରାଶ୍ୟାଧିପତି ସ୍ବଗୃହୀ ଯୋଗୁ ପରିସ୍ଥିତି ପ୍ରତି ସଚେତନ ରହି କାମ କରିବାରେ ସଫଳ ହେବେ। କୁଟୁମ୍ବ ଲୋକଙ୍କ ସହ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଆମତ୍ବିଭୋର ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ଶନି ଦୃଷ୍ଟ ଗୁରୁଙ୍କ ହେତୁ ସମସ୍ୟାଭାରରେ ଅତିଷ୍ଠ ହୋଇ ମାନସିକ ଅସ୍ଥିରତା ଅଶାନ୍ତି ସୃଷ୍ଟି କରିବ। କିନ୍ତୁ କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅଫିସିଆଲି କାମକ୍ଷେତ୍ରରେ ଟେନ୍‌ସନ ଦୂର ହେବାରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। କଚେରି ମାମଲାର ଶୁଣାଣିରୁ ମନ ଖୁସି ରହିବ।
କନ୍ୟା
ଚତୁର୍ଥସ୍ଥାନ ବୃହସ୍ପତି ଦୃଷ୍ଟ ଯୋଗୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି। ଆଳସ୍ୟଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି।
ତୁଳା
ତୁଳା
ଚନ୍ଦ୍ର ଯୁକ୍ତ ଶୁକ୍ରଜନିତ କାହାକୁ କିଛି ନ କହିଲେ ମଧ୍ୟ ମନ ଭିତରଟା ବିଶେଷ ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ରଖି କାମ କରିବା ଭଲ। ଫେରି ଯାଉଥିବା ବନ୍ଧୁଟି ଲେଉଟି ଆସିବା ଯୋଗୁ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯିବ। ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କା ଦେଖାଦେବ।
ବିଛା
ବିଛା
ଅଷ୍ଟମସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ର ପ୍ରତି ଆନୁଗତ୍ୟ ଉପରିସ୍ଥଙ୍କୁ ଖୁସି କରାଇବାରେ ବିଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ଆପଣ ଯେତେ ପାଇଲେ ମଧ୍ୟ ଖୁସି ହୋଇପାରିବେ ନାହିଁ। ଦୋକାନ, ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ପରିବାର ସଦସ୍ୟଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
ରାହୁ ଯୁକ୍ତ ଗୁରୁଙ୍କ ଯୋଗୁ କୌଣସି ପରିଚିତଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ କିନ୍ତୁ କାମ ଅଟକିବ ନାହିଁ। ଅଫିସରେ ଅବସର ସମୟରେ ସହକର୍ମୀଙ୍କ ସହ ମିଷ୍ଠାଳାପରୁ ଖୁସି ରହିବେ। ଶିକ୍ଷା ଓ ପରୀକ୍ଷାରେ ପିଲାଙ୍କ ସଫଳତାକୁ ନେଇ ଆନନ୍ଦ ଅନୁଭବ କରିବେ।
ମକର
ମକର
ସପ୍ତମସ୍ଥ ଏକାଧିକଗ୍ରହଜନିତ କୌଣସି ବ୍ୟକ୍ତିଠାରୁ ହଠାତ୍‌ କାୈଣସି ଖବର ପାଇ ବିଚଳିତ ହେବେ। ଉପରିସ୍ଥ ଅଧିକାରୀ କାମହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି। ଶୁକ୍ରଙ୍କ ସୁପ୍ରଭାବରୁ କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ ରୋଗରେ କଷ୍ଟ ପାଇପାରନ୍ତି। କର୍ମକ୍ଷେତ୍ରରେ ବାଦାନୁବାଦ ଜନିତ ଅଶାନ୍ତି ଲାଗି ରହିବା କାରଣରୁ ମନ ଅସ୍ଥିର ରହିବ।
ମୀନମୀନ
ସଂଯମତା ଅଭାବରୁ କର୍ମ କ୍ଷେତ୍ରରେ ଅଫିସରଙ୍କ ସହ ସମ୍ପର୍କ ହାନି ଚିନ୍ତାର କାରଣ ହେବ। ଚନ୍ଦ୍ରଙ୍କ ପ୍ରଭାବରେ ପିଲାଙ୍କ ସମସ୍ୟା ସମାଧାନ ପୂର୍ବକ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବାହାରକୁ ଯିବା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri