Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜିର ଲାଭଭାବସ୍ଥ ଶନି ଯୁକ୍ତ ଚନ୍ଦ୍ର ହେତୁ ବନ୍ଧୁମିଳନ, କର୍ମକ୍ଷେତ୍ରରେ କାର୍ଯ୍ୟସିଦ୍ଧି ଓ ସାମାଜିକ ସ୍ତରରେ ସମ୍ମାନଲାଭ କରାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତାନ୍ତର କିମ୍ବା ପଡ଼ୋଶୀଙ୍କ ସହ କଳହ ଲାଗିପାରେ। ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହେବା ସାଙ୍ଗକୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ଆଜିର ଗ୍ରହସ୍ଥିତିର ପ୍ରଭାବରେ ଆପଣ କହିବେ ଯେମିତି କାମ ମଧ୍ୟ କରିବେ ସେମିତି। ବନ୍ଧୁ ପରିଜନଙ୍କ ଆଦରବୋଳା କଥାରେ ମନ ଚହଲି ଯାଇପାରେ। ଗାଡ଼ି, ମୋଟରରେ ଯାତ୍ରା ସମୟରେ ଅନ୍ୟମନସ୍କ ନ ରହି ସତର୍କତାର ସହ ଯାତ୍ରା କରିବା ଭଲ। ସାଧାରଣ କଥାରେ ଅଫିସ୍‌ର କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧଯୁକ୍ତ ଶୁକ୍ର ଯୋଗୁ ବିଭିନ୍ନ ସୁବିଧା ସୁଯୋଗ ଲାଭକରି ଖୁସିରେ ସମୟ କାଟିବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଆକ୍ଷେପୋକ୍ତି ଆପଣଙ୍କୁ ପ୍ରଭାବିତ କରିପାରିବ ନାହିଁ। କର୍ମକ୍ଷେତ୍ରରେ, ବ୍ୟବସାୟରେ ସମସ୍ୟା ସମାଧାନ ହୋଇଯିବ। ମାଲିମକଦ୍ଦମାରେ କାର୍ଯ୍ୟ ହାସଲ ସକାଶେ ନୂଆ ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଅଷ୍ଟମସ୍ଥ ରାଶ୍ୟାଧିପ ପ୍ରଭାବରେ ଈର୍ଷାନ୍ବିତ ବ୍ୟକ୍ତିମାନେ ସାଧାରଣ କଥାକୁ କଳହର ରୂପ ଦେବେ। ପୁନର୍ବସୁ ପ୍ରତ୍ୟେକ କ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ସମସ୍ୟା ସୃଷ୍ଟିକାରୀଙ୍କ ସକ୍ରିୟତା ବୃଦ୍ଧି ପାଇବ। ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ ଆପଣଙ୍କୁ ସାହାଯ୍ୟ କରିବ।
ସି˚ହ
ସି˚ହ
ସ୍ବଗୃହୀ ରବିଙ୍କ ଯୋଗୁ ଶାରୀରିକ ସୁସ୍ଥତା ସହିତ ସମସ୍ୟା ସମାଧାନ ସକାଶେ ମାନସିକ ଅସ୍ଥିରତା ଲାଗିରହିବ। ବନ୍ଧୁବର୍ଗ ହିତକଥା କହି ପଛରେ ଅପପ୍ରଚାର କରିପାରନ୍ତି। ବିବାଦରେ, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାର ସୂଚନା ରହିଛି।
କନ୍ୟା
ନିଜେ କୌଣସି ତ୍ରୁଟି ନ କଲେ ମଧ୍ୟ ପିଲାଙ୍କ ସକାଶେ ମୁଣ୍ଡ ନୁଆଁଇବାକୁ ପଡିପାରେ। ନିଜକଥାର ବିରୁଦ୍ଧାଚରଣ କରୁଥିବା ବନ୍ଧୁଙ୍କ ସକାଶେ ମନଟା ଭଲ ଲାଗି ନ ପାରେ। ବ୍ୟବସାୟ, ପରିବହନ, ଯାତ୍ରା, ସଭାସମିତି କ୍ଷେତ୍ରର ଅସ୍ଥିରତା ଦୂରେଇଯିବ। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଏକାଦଶସ୍ଥ ଶୁକ୍ରଙ୍କ ପ୍ରଭାବରେ ଖୁସି ରହିବା ସହ ଅନ୍ୟକୁ ସୁହାଇଲା ଭଳି କଥା କହି ସମ୍ପର୍କୀୟଙ୍କୁ ଆପଣେଇ ନେବେ। ଭୁଲ୍‌ ବୁଝାମଣା ହେତୁ ପରିବାରରେ ଝଡ଼ ଉଠିପାରେ। ବିବାଦୀୟ ଘଟଣାର ସମାଧାନ ହୋଇଯିବା ଆଶା ରହିଛି। ସାଙ୍ଗଠନିକ ଓ ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି।
ବିଛା
ବିଛା
ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବାରୁ ସାମୟିକ ଟେନ୍ସନ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ବ୍ୟତିକ୍ରମ ଘଟିପାରେ।
ଧନୁ
ଧନୁ
ଆତ୍ମୀୟଙ୍କ ସହାୟତାରୁ ସମସ୍ୟା ଓ ପ୍ରତିବନ୍ଧକ ଦୂରେଇଯିବା ସହ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ପାପଗ୍ରହଯୁକ୍ତ ଚନ୍ଦ୍ର ପ୍ରଭାବରେ ମନ ଭଲ ରହିବ ନାହିଁ। ବନ୍ଧୁଙ୍କ ଅସଂଗତ ବ୍ୟବହାର ଆଘାତ ଦେବ। ପରିବହନ, ଆମଦାନୀ କ୍ଷେତ୍ରରେ ଖୁସି ରହିବେ। ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଶ୍ରବଣା ନକ୍ଷତ୍ର ଉଚ୍ଚବର୍ଗଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ସାୟାହ୍ନରେ ବନ୍ଧୁଙ୍କ ସମ୍ପର୍କରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅନର୍ଥ ସୃଷ୍ଟି କରିପାରନ୍ତି, ଏଣୁ ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
କାମଗୁଡ଼ିକ ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ଆଶଙ୍କା ରହିଛି। ନୀଚାରୋହୀ ଶୁକ୍ର ହେତୁ ପରିବାରରେ କାହାର ସ୍ବାସ୍ଥ୍ୟ ସକାଶେ ମନ ବ୍ୟସ୍ତ ରହିବାର ସୂଚନା ମଧ୍ୟ ରହିଛି। ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବା ସହ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନମୀନ

ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଯେଉଁ କାମରେ ଯାଉଛନ୍ତି ତାହା ଅବଶ୍ୟ ପୂରଣ ହେବ। ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ହଠାତ୍‌ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଂଗଠନ, କ୍ଷେତ୍ରରେ ସାମୟିକ ସମସ୍ୟା ଲାଗି ରହିବ। ସ୍ବାସ୍ଥ୍ୟ ଓ ଆର୍ଥିକ ସ୍ଥିତିରେ ପୂର୍ବାବସ୍ଥାର ପରିବର୍ତ୍ତନ ଘଟିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri