Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ। ଦୂରଦର୍ଶିତାବିହୀନ କାର୍ଯ୍ୟ କରିବା ଓ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ନୀଚ ଜାତିର ଲୋକ ପ୍ରତିବନ୍ଧକ ସୃଷ୍ଟି କରି ପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସମସ୍ୟା ସମାଧାନ ହୋଇଯିବ।
ବୃଷ
ବୃଷ
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଅଯାଚିତ ଭାବେ ପାଖ ଲୋକମାନଙ୍କ ସହାୟତା ପାଇବେ, ଯାହା କି ବହୁତ କାମକୁ ଆସିବ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ନୂତନ ଗୃହୋପକରଣ କ୍ରୟ କରିବା ସକାଶେ ମନ ବଳାଇବେ।
ମିଥୁନ
ମିଥୁନ
ଆଜି ଯେତେ ଚେଷ୍ଟା କଲେ ମଧ୍ୟ ସମସ୍ୟା ସୁଧୁରିବା କଷ୍ଟକର ହେବ। ହାତକୁ ନେଇଥିବା କାମଟିରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ବନ୍ଧୁଙ୍କ ସହାୟତାରେ ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ। ଆପଣଙ୍କ କାର୍ଯ୍ୟ ଦକ୍ଷତା ଓ ବିଚାର ଶୈଳୀକୁ ପଡ଼ୋଶୀମାନେ ଭୂରିଭୂରି ପ୍ରଶଂସା କରିପାରନ୍ତି।
କର୍କଟ
କର୍କଟ
କେତେକ କାମ ଅଟକି ରହିଥିବା କାରଣରୁ ଆତ୍ମୀୟମାନେ ଶତ୍ରୁତା କରିବେ। ଉପରିସ୍ଥଙ୍କ ଆଦେଶାନୁସାରେ ଅଫିସରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। ଆଲୋଚନା କାଳରେ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବନ୍ଧୁ ଅଭିମାନ କରିପାରନ୍ତି। ଆଜି କୌଣସି କାମ ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପଡ଼ିବ।
ସି˚ହ
ସି˚ହ
ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ରାଜନୀତି ଓ ସଭାସମିତିରେ ଚେଷ୍ଟା ସଫଳ ହେବେ। ବନ୍ଧୁ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
କନ୍ୟା
ପ୍ରତ୍ୟେକ ପରିସ୍ଥିତିରେ ଜଗି ରଖି ନ ଚଳିଲେ ନିଜ ଲୋକ ହଇରାଣ କରିପାରନ୍ତି। ପରିବାରର ବିଭିନ୍ନ ସମସ୍ୟା ଯୋଗୁ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ହୋଇପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ସମସ୍ୟାକୁ ଡାକିବା ପରି ହେବ। ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡିବା ସହଜସାଧ୍ୟ ହୋଇ ନ ପାରେ।
ତୁଳା
ତୁଳା
ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ନ ହେବା କାରଣରୁ ମନ ଭଲ ରହିବ ନାହିଁ। ସାମାଜିକ କ୍ଷେତ୍ରରେ ଭଲ କହିଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଆଜି ଦିନ ଭିତରେ ବିଶେଷ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କଳା, ସାହିତ୍ୟ ଓ ସଂଗୀତ ଏବଂ ସଭାସମିତିରେ ପ୍ରଶଂସିତ ହୋଇପାରନ୍ତି।
ବିଛା
ବିଛା
ଆକସ୍ମିକ କେତେକ ସମସ୍ୟା ଉପସ୍ଥିତ ହେବାରୁ ପାଇବାକୁ ଥିବା ଆଶା ପୁଣି ମଉଳି ଯିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ବକେୟା ଆଦାୟରେ ସକ୍ଷମ ହେବେ କିନ୍ତୁ ବ୍ୟବସାୟ ଓ ବାଣିଜ୍ୟରେ କ୍ଷତିର ଆଶଙ୍କା ରହିଛି। ପାଖ ପଡୋଶୀଙ୍କ ସହାୟତାରେ ବିବାଦୀୟ ଘଟଣାର ଅବସାନ ଘଟିବାର ଆଶା ରହିଛି।
ଧନୁ
ଧନୁ
ଅସୁସ୍ଥତାଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବନ୍ଧୁ ଓ ପରିଜନଙ୍କ ସହିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ମାମଲା ଚିନ୍ତାର କାରଣ ହୋଇପାରେ।
ମକର
ମକର
ବନ୍ଧୁଙ୍କ କଥାରେ ପଡ଼ି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଖଳଲୋକମାନେ ଅପପ୍ରଚାର କରିବା ଫଳରେ ଆପଣ ନିଜଲୋକଙ୍କଠାରୁ ଆସ୍ଥା ହରାଇବେ। କଳା, ସାହିତ୍ୟ, ସଙ୍ଗୀତାଦି କାର୍ଯ୍ୟକ୍ରମ କିମ୍ବା ଖେଳକୁଦରେ ପ୍ରଶଂସା ପାଇବେ। ସଭା ସମିତି, ଗଠନମୂଳକ କାଯର୍‌ୟରେ ଗତି ମନ୍ଥର ହୋଇପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଅଧୈର୍ଯ୍ୟ ନ ହୋଇ କାମ କରି ଚାଲିଲେ ସବୁ ଠିକ୍‌ ହୋଇଯିବ। ଆଲୋଚନା କାଳରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ
ପାରିବାରିକ ଅଶାନ୍ତି କାରଣରୁ ମନରେ ଦୁର୍ଭାବନା ବଢ଼ିଚାଲିବ ଫଳରେ ଶାନ୍ତିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri