Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ
ଆଜି ଚତୁର୍ଥକେନ୍ଦ୍ରରେ ଶୁକ୍ରଙ୍କ ସ୍ଥିତିଜନିତ କାର୍ଯ୍ୟାରମ୍ଭ ସକାଶେ ଆଲୋଚନା କରିବେ। ପ୍ରତ୍ୟୁଷ ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଦୂରାଗତ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ, କାରଣ ତାହାଙ୍କ କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ରାଜନୀତି, ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଆଜି କେନ୍ଦ୍ରସ୍ଥ ବୁଧ କାରଣରୁ ଭାଇ, ବନ୍ଧୁ ଓ ନିଜର ଲୋକଙ୍କୁ ମନେଇବାରେ ସଫଳ ହେବେ। ଅଫିସ୍‌ରେ କେତେକ ଅଟକି ରହିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ। ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ, ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଶନି ଓ ବୁଧଙ୍କ ପାରସ୍ପରିକ ଦୃଷ୍ଟି ହେତୁ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ଆଗାମୀ ଆନୁଷ୍ଠାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପାରିବାରିକ ଅସ୍ଥିରତା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ଅଫିସ୍‌ରେ କିମ୍ବା ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କର୍କଟ
କର୍କଟ
ଅପ୍ରିୟ ସତ୍ୟ ଭାଷଣ ସାଙ୍ଗକୁ ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିବେ। ଭୁଲ୍‌ ବୁଝାମଣା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ ଏବଂ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଶେୟାର ବଜାର କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହେବ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ।
ସି˚ହ
ସି˚ହ
ମୁଖ୍ୟ ଭାବରେ ରବି ଓ ମଙ୍ଗଳଙ୍କ କୁପ୍ରଭାବରେ କୌଣସି ବ୍ୟକ୍ତି ଉପରେ ରାଗ ଶୁଝାଇବାକୁ ଯାଇ କଡ଼ାଭାଷା ପ୍ରୟୋଗ କରିପାରନ୍ତି। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସନ୍ଧ୍ୟାରେ ସାମାନ୍ୟ ଅସୁସ୍ଥି ଅନୁଭବ କରିପାରନ୍ତି। ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ।
କନ୍ୟା
ଷଷ୍ଠସ୍ଥ ଶନି ରୋଗ, ଋଣ ଓ ଶତ୍ରୁତାର ପରିସମାପ୍ତି ଦିଗରେ ଅନୁକୂଳ ବାତାବରଣ ସୃଷ୍ଟି କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସମସ୍ୟା ବଢ଼ିଯାଉଥିବାରୁ ଦୁର୍ଭାବନା ବଢ଼ିଚାଲିବ। ଫାଇଦା ହାସଲ ପାଇଁ ନିକଟସ୍ଥ ବନ୍ଧୁମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ଆବଶ୍ୟକତା ପୂରଣ କରିବାକୁ ଯାଇ ଧାର କରଜ କରିବାକୁ ପଡ଼ିପାରେ।
ତୁଳା
ତୁଳା
ରାଶିରେ କେତୁ ଓ ପାପଗ୍ରହ ପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବ। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅବଶ୍ୟ ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
ବିଛା
ବିଛା
ଭାଗ୍ୟସ୍ଥ ଶୁକ୍ରଜନିତ କର୍ମାରମ୍ଭ ସାଙ୍ଗକୁ ଆର୍ଥିକ ପରିସ୍ଥିତିରେ ସୁଧାର ହେବ। ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ, କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ପରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି।
ଧନୁ
ଧନୁ
ପାପାକ୍ରାନ୍ତ ବୃହସ୍ପତିଙ୍କ ଦୃଷ୍ଟି ସ୍ବାସ୍ଥ୍ୟ ଓ ପାରିବାରିକ ଜୀବନ ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ୍ତ ରୁହନ୍ତୁ ନତୁବା ଅନର୍ଥ ଅବଶ୍ୟମ୍ଭାବୀ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ, ତଥାପି ଶେଷ ସମୟରେ ତାହା ସ୍ଥଗିତ ରଖିବାକୁ ବାଧ୍ୟ ହୋଇପାରନ୍ତି। ଦୂରଯାତ୍ରା ଅନୁକୂଳ ହେବ।
ମକର
ମକର
ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ପାରିବାରିକ ଅଶାନ୍ତିଜନିତ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ବିଗତ ଦିନଗୁଡ଼ିକର ଘଟଣା ଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆଜି ତୃତୀୟସ୍ଥ ଏକାଧିକ ଗ୍ରହ ହେତୁ ବନ୍ଧୁଙ୍କ ସହ ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା କରିପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନମୀନ

ରାଶ୍ୟାଧିପ ବୃହସ୍ପତିଙ୍କ ଅଶୁଭତ୍ୱ କାରଣରୁ ସାମୟିକ କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ଉଦ୍ୟମ ସଫଳ ଦିଗରେ ଦୁଇଜଣ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। କଚେରି ମାମଲା, ପ୍ରଶାସନିକ ଆଲୋଚନା, ରାଜନୈତିକ ବିତର୍କ, ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସୁଫଳ ମିଳିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri