Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗିରହିବାରୁ କାର୍ଯ୍ୟହାସଲ ସକାଶେ ବିବ୍ରତ ହେବେ। ପାରସ୍ପରିକ ଉତ୍ତମ ବୁଝାମଣାଜନିତ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଆନୁଷ୍ଠାନିକ କାମରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡା ଲାଗିପାରେ। ନିର୍ଦ୍ଦିଷ୍ଟ କାମ ସକାଶେ ଉଦ୍ଦିଷ୍ଟ ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
ବୃଷ
ବୃଷ
ଅର୍ଥାଭାବ ନ ଥିଲେ ମଧ୍ୟ ବିଭିନ୍ନ ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଅନ୍ୟ ଉପରେ ବିରକ୍ତି ପ୍ରକାଶ କରି କଳହକୁ ନିମନ୍ତ୍ରଣ କରିପାରନ୍ତି। ସରକାରୀ ସ୍ତରରେ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଆଜିର ବ୍ୟବସାୟ ଓ ପରିବହନରେ ସାଧାରଣ କଥାକୁ କେନ୍ଦ୍ରକରି ଝଗଡ଼ାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ଆଶା ରହିଛି। ସାମାନ୍ୟ କଥାକୁ କେନ୍ଦ୍ରକରି ପରିବାର ଭିତରେ ତର୍କବିତର୍କ ବୃଦ୍ଧି ହେତୁ ଚିନ୍ତା କରି ପାରନ୍ତି। ସାହିତ୍ୟ, ସଂଗଠନ, ରାଜନୀତି କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ଅଧିକ ପରିଶ୍ରମ କରିବା ସାଙ୍ଗକୁ ନିଜର ରୋଜଗାର ପ୍ରତି ଧ୍ୟାନ ଦେଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବିଶେଷ ପରିଶ୍ରମ କାରଣରୁ ଟେନସନ୍‌ ଲାଗିରହିବ। ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ ପାରସ୍ପରିକ କଥାର ତାଳମେଳ ଅଭାବରୁ ବିତର୍କର ଆଶଙ୍କା ରହିଛି । ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ
ସି˚ହ
ବନ୍ଧୁଙ୍କ ଆର୍ଥିକ ସାହାଯ୍ୟ ଅଟକି ଯାଉଥିବା କାମକୁ ସମ୍ପନ୍ନ କରିବାରେ ସହାୟକ ହେବ। କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବାରେ ସହାୟକ ହେବ। କିନ୍ତୁ ସଭାସମିତିରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି।
କନ୍ୟା
କର୍ମକ୍ଷେତ୍ରରୁ ଶତ୍ରୁଙ୍କ ପ୍ରାୟୋଜିତ କୌଣସି ଗୁଜବ ମନକୁ ଚହଲାଇ ଦେବ। ସାମାଜିକ ସ୍ତରରେ ଆତ୍ମୀୟଙ୍କ ଅସହଯୋଗ ଓ ଅସମ୍ମାନ ପାଇଁ ଦୁଃଖିତ ହେବେ। ବନ୍ଧୁଙ୍କୁ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ , ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅସଜଡା ପରିସ୍ଥିତି ପ୍ରତି ସଚେତନ ରହି କାମ କରିବାରେ ସମର୍ଥ ହେବେ। ତୀର୍ଥାଟନ ଯାତ୍ରା କାଳରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହୋଇପାରେ। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମ ସକାଶେ ସତ୍‌ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତ କରି ମନେ ମନେ ବିରକ୍ତ ହୋଇପାରନ୍ତି।
ବିଛା
ବିଛା
ମନରେ ଯାହା ପାଇବାକୁ ଆଶାବାନ୍ଧି ବସିଛନ୍ତି ଆଜି ତାହା ପାଇବା ସମ୍ଭାବନା ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ଉତ୍ତମ। ସାହିତ୍ୟ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି କର୍ମକ୍ଷେତ୍ରର ବିବାଦୀୟ ପରିସ୍ଥିତିରେ ଟେନସନ୍‌ ବଢିପାରେ।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ଯେଉଁ କଥା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହେବେ। ବନ୍ଧୁଙ୍କ ସହାୟତାରେ ନୂତନ ସ୍ଥାନ ଭ୍ରମଣ ସୁଯୋଗ ଜୁଟିବ। ସଭାସମିତିରେ ଆଲୋଚନା କାଳରେ ଅପ୍ରିୟ ସତ୍ୟ ପ୍ରକାଶ କରିବା ଠିକ୍‌ ହେବ ନାହିଁ।
ମକର
ମକର
ପରିସ୍ଥିତିର ଗୁରୁତ୍ୱ ଉପଲବ୍ଧି କରି ମନକୁ ବୁଝାଇ ଚଳିବା ହେତୁ ମାନସିକ ଦୁଶ୍ଚିନ୍ତା ଦୂରହେବ। ପରିବାରର ଅର୍ଥସଂକଟ ଦୂରେଇବାକୁ ଧାର କରଜ କରିବାକୁ ବାଧ୍ୟ ହେବେ। ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତିଲାଭ କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ମୁଖ୍ୟଭୂମିକା ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକତାକୁ ନେଇ ନୂତନ ଜିନିଷ କ୍ରୟ ସକାଶେ ମନ ବଳାଇପାରନ୍ତି। ଆଲୋଚନା କାଳରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହେବେ। ବିଶେଷ ଭ୍ରମଣଜନିତ ପୁରାତନ ରୋଗପୀଡ଼ାରୁ କଷ୍ଟ ପାଇପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶର ଗମ୍ଭୀରତାକୁ ଅନୁଭବ କରି ବ୍ୟଥିତ ହେବେ। ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିବେ। ପଡ଼ୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବେ। ବ୍ୟବସାୟରୁ ପାଇଥିବା ଲାଭ ଟଙ୍କାକୁ ଅନ୍ୟ ଏକ ଉଦ୍ଦେଶ୍ୟରେ ବିନିଯୋଗ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri