Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ
ଚନ୍ଦ୍ର ଧନାଧିପତି ନକ୍ଷତ୍ରରେ ଅବସ୍ଥାନ କରି ଆପଣଙ୍କୁ ଅର୍ଥ, ସୁଖ, ସ୍ବାଚ୍ଛନ୍ଦ୍ୟ ପ୍ରଦାନ କରିବେ। ବୋଝ ଭଳି ରହିଥିବା ସମସ୍ୟା ଆଜି ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ରବି ପାପଗ୍ରହ କେତୁଙ୍କ ସହ କର୍ମସ୍ଥ ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବ୍ୟବସାୟ, ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାର ରହିବ।
ବୃଷ
ବୃଷ
ତୃତୀୟାଧିପତି ଚନ୍ଦ୍ର କେନ୍ଦ୍ରସ୍ଥ ଯୋଗୁ କାମ ହାସଲ ସକାଶେ ଆଜି ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ କାମ, ବ୍ୟବସାୟ, ବାଣିଜ୍ୟରେ ଅସୁବିଧା ହେବନାହିଁ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଉଚ୍ଚଶିକ୍ଷା ଓ ସନ୍ତାନଙ୍କ ସମସ୍ୟା ତଥା ବନ୍ଧୁଙ୍କ ସହ ଆଲୋଚନାଦି ଫଳପ୍ରଦ ହୋଇ ନ ପାରେ।
ମିଥୁନ
ମିଥୁନ
କର୍ମସ୍ଥାନରେ ରାହୁଙ୍କ ଅବସ୍ଥିତି ପ୍ରତ୍ୟେକ କାମରେ ସମସ୍ୟା ସୃଷ୍ଟି କରିପାରନ୍ତି। ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯାଇପାରେ। ମାଲିମକଦ୍ଦମା, ଆଗାମୀ ପ୍ରମୋଶନ ଓ ଅଯଥା ଟେନ୍‌ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ। ଦିନଟିରେ ପୁନର୍ବସୁ ନକ୍ଷତ୍ରର ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ।
କର୍କଟ
କର୍କଟ
ପାପଗ୍ରହ ଦୃଷ୍ଟି ବର୍ଜିତ କର୍ମାଧିପତି ରାଶିରେ ଥିବାରୁ ଆଜି ଯାହା ଆଶା କରୁଛନ୍ତି ତାହା ପୂରଣ ହେବ। ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ଆତ୍ମୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବନି। ଆଜିର ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ରାଶ୍ୟାଧିପ ଶତ୍ରୁ ଗୃହରେ ରହିଥିବାରୁ ସ୍ବାସ୍ଥ୍ୟ ଓ ପରିବାର ପ୍ରତି ସମତାଳ ଦେଇ କାମ କରିବା କାଠିକର ପାଠ ହେବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସମୟକୁ ଅପେକ୍ଷା କରିପାରିଲେ ପ୍ରତ୍ୟେକ ଦିଗରୁ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ବାଣିଜ୍ୟ, କର୍ମକ୍ଷେତ୍ର ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
କନ୍ୟା
ବୁଧଙ୍କ ଶୁଭଦୃଷ୍ଟି ହେତୁ କର୍ମକ୍ଷେତ୍ରରେ ମନ ମୁତାବକ କାର୍ଯ୍ୟ ସମ୍ପନ୍ନ କରି ଆଶ୍ୱସ୍ତି ଲଭିବେ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଉଚ୍ଚାରୋହୀ ରାଶ୍ୟାଧିପଙ୍କ କାରଣରୁ ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଲାଘବ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ନୂତନ ଗୃହ, ଯାନବାହନାଦି ଲାଭର ସୁଯୋଗ ପାଇବାର ଆଶା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି।
ବିଛା
ବିଛା
ବନ୍ଧୁଙ୍କ ଉପରେ ବୃଥା ଅଭିମାନ କରି ଚୁପ୍‌ ରହିଲେ ସୁଯୋଗ ହରାଇବା ସାର ହେବ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନରେ ସମୟକୁ ବିନିଯୋଗ କରିପାରନ୍ତି। ସପ୍ତମାଧିପଙ୍କ ଯୋଗୁ ପ୍ରତିଦ୍ୱନ୍ଦିତା କାରଣରୁ ଶିିଳ୍ପ ଓ ବାଣିଜ୍ୟରେ ଉନ୍ନତି ଘଟିପାରେ।
ଧନୁ
ଧନୁ
ଶନି ଯୁକ୍ତ ଶୁକ୍ର ହେତୁ ଆପଣଙ୍କ ସାହାଯ୍ୟ ପ୍ରାପ୍ତିର ଅନୁରୋଧକୁ ବନ୍ଧୁଙ୍କ ମିଥ୍ୟା ପ୍ରତିଶ୍ରୁତି କାମକୁ ଆସି ନ ପାରେ। ବକେୟା ଅର୍ଥ ଆଦାୟରେ ଟଣଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା, ବାଣିଜ୍ୟ, ପରିବହନରେ ସମସ୍ୟା, ତଥା ଅତୀତ ଘଟଣା ମନରେ ଆଲୋଡନ ସୃଷ୍ଟିକରିବ। ପୂଜା ସାମଗ୍ରୀ, ଷ୍ଟେସନାରୀ ତଥା ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ। ବନ୍ଧୁମିଳନ, ଭ୍ରମଣ, ଆନୁଷ୍ଠାନିକ କାମ ଓ ଆଲୋଚନା ପ୍ରତିଦାୟକ ରହିବ। ବନ୍ଧୁଙ୍କ ଜରିଆରେ ହଜିଯାଇଥିବା ଜିନିଷ ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଚନ୍ଦ୍ର ସପ୍ତମ ସ୍ଥାନରେ ସ୍ତ୍ରୀ/ସ୍ବାମୀଙ୍କ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ଶତଭିଷା କିନ୍ତୁ ଯେଉଁ କାମରେ ହାତଦେବେ ତାହା ବିଳମ୍ବରେ ସାଧିତ ହୋଇପାରିବ। ଗୁଜବ କିମ୍ବା ଅସମର୍ଥିତ ସୂତ୍ରରୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ।
ମୀନମୀନ

ମଙ୍ଗଳ କୋଣ ଭାବରେ ରହିଥିବାରୁ ଧାର୍ମିକ ତଥା ଜନ ହିତକର କାମ କରିବା ସକାଶେ ମନ ଦେଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରହିବା ଭଲ ହେବ। ଈର୍ଷାପରାୟଣ ହୋଇ ନିଜ ପରିସରର ବ୍ୟକ୍ତିବିଶେଷମାନେ ଅସହଯୋଗ କରିପାରନ୍ତି। ପାରଷ୍ପରିକ ମତଭେଦ କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri