Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ
ସାହାଯ୍ୟ ସହଯୋଗ ପାଉଥିବା ଲୋକଟି ସାଧାରଣ ସ୍ୱାର୍ଥହାନି ହେତୁ କୁତ୍ସାରଟନା କରିବାକୁ ପଛାଇବ ନାହିଁ। ଅଶ୍ୱିନୀ ନକ୍ଷତ୍ରର ପରିବାରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରସ୍ଥ ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟାକଲେ ଉପକୃତ ହେବେ। ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ବୃଷ
ବୃଷ
ଆଜି କୃତ୍ତିକା ନକ୍ଷତ୍ର ସହକର୍ମୀଙ୍କ ପ୍ରେରଣା ଓ ସହଯୋଗରୁ ଉପକୃତ ହେବେ। ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ପ୍ରଯତ୍ନ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ କିନ୍ତୁ ପିଲାଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରୁ ଆଧ୍ୟାତ୍ମିକତା ଦିଗରେ ଅନୁଧାବିତ ହୋଇପାରନ୍ତି। କିନ୍ତୁ ନିଜ ପରିସରସ୍ଥ ଭିନ୍ନ ଜାତି ବିଶେଷ ପରୋକ୍ଷ ଶତ୍ରୁତା ଆଚରଣ କରି ସମସ୍ୟାକୁ ବଢ଼ାଇଦେବେ। କହୁ କହୁ ଏପରି କିଛି କଥା କହିଦେବେ ଯେ କଳହ ଲାଗିଯିବ। ବ୍ୟବସାୟ କିମ୍ବା ଅନ୍ୟ କୌଣସି କାମରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସଫଳତା ପାଇବେ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ରହିପାରନ୍ତି ଏବଂ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ। ଅଦାଲତ ସମ୍ବନ୍ଧୀୟ କେତେକ ଦୁଶ୍ଚିନ୍ତା ମନକୁ ବିଷାଦିତ କରିବ। ପୁନର୍ବସୁ ନକ୍ଷତ୍ର ସକାଶେ ସମୟଟି କିଛି ସୁଖ ଓ ଦୁଃଖ ଭିତରେ କଟିବ।
ସି˚ହ
ସି˚ହ
ପରିସ୍ଥିତି ସୁଧାରିବାକୁ ଯାଇ କରଜ କରିବାକୁ ବାଧ୍ୟ ହେବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର କାହାର ଡାକରା ପାଇ ଦୂରଯାଗାକୁ ଯିବାକୁ ପଡ଼ିପାରେ। ଆଜି ଫେରିବା ସମୟରେ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ଆଣିବା ଲାଗି ଘରୁ ବରାଦ ପାଇବେ। କ୍ରୀଡ଼ା, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ୟାର ସମାଧାନ ହୋଇଯିବ।
କନ୍ୟା
କାର୍ଯ୍ୟହାନିଜନିତ କିମ୍ବା ସ୍ଥଗିତ କାର୍ଯ୍ୟ ସକାଶେ କର୍ମକ୍ଷେତ୍ରରେ ଅନୁତାପ କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ୍‌ନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଋଣ ପରିଶୋଧ ପାଇଁ ବ୍ୟାକୁଳ ହେବେ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ଗତକାଲିର ଦରଖଣ୍ଡିଆ କାମଟିକୁ ଆଜି ପୂରା କରିବେ। ସ୍ବାତୀ ନକ୍ଷତ୍ର କର୍ମକ୍ଷେତ୍ରରେ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପିଲାଙ୍କ ସମ୍ବନ୍ଧୀୟ କେତେକ ସମସ୍ୟା ମନକୁ ବିଶେଷ ଆନ୍ଦୋଳିତ କରିବ।
ବିଛା
ବିଛା
ସମସ୍ୟା ଜାଲରେ ଛନ୍ଦି ହୋଇଥିବାରୁ ମନ କେବଳ ନେଗେଟିଭ୍‌ ଚିନ୍ତାରେ ଆକ୍ରାନ୍ତ ହେବ। ବିଶୃଙ୍ଖଳିତ କିମ୍ବା ଅସମାହିତ କର୍ମ ସକାଶେ ବ୍ୟସ୍ତ ହୋଇପାରନ୍ତି। ଏକ ସାଧାରଣ ଘଟଣାକୁ କେନ୍ଦ୍ରକରି ସାଙ୍ଗସାଥୀଙ୍କ ସହ ଉଚ୍ଚବାଚ ଘଟିପାରେ। ଅନୁରାଧା ନକ୍ଷତ୍ରର କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
କେତେକ କ୍ଷେତ୍ରରେ ମନରେ ଭୟ ଥିଲେ ମଧ୍ୟ ମୁହଁ ଟାଣ ରଖି କଥା କହି ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। କୌଣସି ଲୋକ ବିଷୟରେ କିଛି ନ ଜାଣି ତାହାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ପିଲାଙ୍କ ବିବାହ ପ୍ରସ୍ତାବ ସମ୍ପର୍କରେ ବନ୍ଧୁ ଖବର ଦେଇପାରନ୍ତି। ବିଭିନ୍ନ ପ୍ରତିବନ୍ଧକ ହେତୁ ଉନ୍ନୟନ କାମ ବାଧାପ୍ରାପ୍ତ ହେବ।
ମକର
ମକର
ଶ୍ରବଣା ନକ୍ଷତ୍ରର ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍ଥାନ ପତନ ଲାଗି ରହିବ। ଉପସ୍ଥିତ ବୁଦ୍ଧିର ପ୍ରଶଂସା କରି ପାଖ, ପଡ଼ୋଶୀମାନେ ଭୂରି ଭୂରି ପ୍ରଶଂସା କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକ ବହୁତ ଅସୁବିଧା ଭିତରେ ସମ୍ପନ୍ନ ହେବ, ତେଣୁ ମାନସିକ ସ୍ଥିତି ଭଲ ରହି ନ ପାରେ। କଳା, ସାହିତ୍ୟ ଓ ସଙ୍ଗୀତ କାର୍ଯ୍ୟରୁ ପ୍ରଶଂସିତ ହେବେ ଓ ପୂର୍ବ ସମସ୍ୟାକୁ ସୁଧାରିନେବାର ପ୍ରଯତ୍ନ କରିବେ। ଧନିଷ୍ଠା ନକ୍ଷତ୍ରର ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ କାଲିର କାର୍ଯ୍ୟ ଲାଗି ତପତ୍ରତା ବଢ଼ିପାରେ।
ମୀନମୀନ
ଆଜି ଦିନଟିରେ ସତର୍କତାର ସହ କାମ କରିବା ଭଲ ହେବ ନତୁବା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ରର ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ସମାଲୋଚିତ ହେବା କାରଣରୁ ଅନୁତାପ କରିବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଉଦାସ ରହିପାରନ୍ତି ଏବଂ କାମ ସକାଶେ ନିରୁତ୍ସାହିତ ରହିବେ। ସନ୍ତାନଙ୍କ ବୈବାହିକ ସମ୍ବନ୍ଧ ସମ୍ପର୍କିତ ଆଲୋଚନା କରିପାରନ୍ତି। କିନ୍ତୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ  ଆଜି ଉତ୍ତରାଫାଲଗୁନୀ ନକ୍ଷତ୍ରରେ ଚନ୍ଦ୍ର କର୍ମଜଞ୍ଜାଳଜନିତ ବ୍ୟସ୍ତତା ବୃଦ୍ଧି କରାଇପାରନ୍ତି। ସ୍ବାସ୍ଥ୍ୟୋନ୍ନତି ଓ କାର୍ଯ୍ୟସିଦ୍ଧିରୁ ଯେତିକି ଖୁସି ହେବେ ଭ୍ରାତୃବିବାଦ ଓ ବନ୍ଧୁସମ୍ପର୍କହାନିରୁ ସେତିକି ଦୁଃଖୀ…

ରାଶିଫଳ: ବୁଧବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଚତୁଃଗ୍ରହ କର୍ମସ୍ଥାନରେ କାର୍ଯ୍ୟସିଦ୍ଧି, ଅର୍ଥ ଓ ସମ୍ମାନ ଲାଭ କରାଇବେ। କିନ୍ତୁ ନିକିତି ତଉଲ ପରି ପାରିବାରିକ ଜୀବନର ପଲା ନିମ୍ନାଭିମୁଖୀ ହେତୁ ମନାନ୍ତର ଓ…

ରାଶିଫଳ: ମଙ୍ଗଳବାର , ଫେବୃଆରୀ ୩ ତାରିଖ – Daily Horoscope

ମେଷ କେତୁଯୁକ୍ତ ଚନ୍ଦ୍ର କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ଟେନ୍‍ସନ ଲାଗି ରହିବ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା…

ରାଶିଫଳ: ସୋମବାର , ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଦ୍ୱିଜା ନକ୍ଷତ୍ର ସମସ୍ତ ସମସ୍ୟାକୁ ପ୍ରତିହତ କରିବାରେ ସମର୍ଥ ହେବେ। ନିଜ ଲୋକ ବିରୁଦ୍ଧାଚରଣ କରିପାରନ୍ତି। ଯାନବାହନ, ହୋଟେଲଶିଳ୍ପ, ଛୋଟ ଦୋକାନ, ଆନୁଷ୍ଠାନିକ…

ରାଶିଫଳ: ରବିବାର, ଫେବୃଆରୀ ୧ ତାରିଖ – Daily Horoscope

ମେଷ ଆଜି ପୁଷ୍ୟା ନକ୍ଷତ୍ରରେ ଚନ୍ଦ୍ର ପରିବାର ଓ କର୍ମକ୍ଷେତ୍ରର ସ୍ଥିତିକୁ କେନ୍ଦ୍ର କରି ଭାବପ୍ରବଣ କରାଇବ। ସାମାଜିକ ସ୍ତରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ…

ରାଶିଫଳ: ଶନିବାର, ଜାନୁଆରୀ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହଚକ୍ରର ଅନୁକୂଳତା କର୍ମକ୍ଷେତ୍ର, ପାରିବାରିକ ଏବଂ ସାମାଜିକ ଦିଗକୁ ଋଦ୍ଧିମନ୍ତ କରିବ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆନୁଷ୍ଠାନିକ କାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri