Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍‌ ୧୫ ତାରିଖ – Daily Horoscope

ମେଷ
ଚନ୍ଦ୍ରମଙ୍ଗଳ ଯୋଗରୁ ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ଆକସ୍ମିକ ସଫଳତା ପାଇବେ। ନୂତନ ଯୋଜନାରେ ଉଚ୍ଚାଶା ମୂଲ୍ୟହୀନ ହେବନାହିଁ। ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ପରିବାରରେ ଅଶାନ୍ତ ଦୂର କରିବାରେ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିବାର ସୂଚନା ରହିଛି ।
ବୃଷ
ବୃଷ
ଆଜି କୌଣସି କ୍ଷେତ୍ରରେ ଆପଣ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ପିଲାମାନଙ୍କ ବିଷୟରେ, ସମ୍ପର୍କ ହାନି କାରଣରୁ ମାନସିକ ଅସ୍ଥିରତା ଦେଖାଦେବ।
ମିଥୁନ
ମିଥୁନ
ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ ବନ୍ଧୁମାନେ ସାହାଯ୍ୟ କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବେ ନାହିଁ। ପରିସ୍ଥିତିର ଗୁରୁତ୍ୱ କାରଣରୁ ପରିବାରରେ ମତ ରଖିବାରେ ପଛେଇ ଯାଇପାରନ୍ତି।
କର୍କଟ
କର୍କଟ
ଯାହା ବହୁ ଦିନ ହେଲା ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ବନ୍ଧୁମାନଙ୍କଠାରୁ ସହଯୋଗ ପାଇବେନି। ଯାନ ବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧା ଭୋଗି ପାରନ୍ତି। ପ୍ରଶାସନିକ ସ୍ଥିତି ବହୁତ ଭଲ ରହିବ ଏବଂ ଫଳପ୍ରଦ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
ଦିନଟିରେ ଆର୍ଥିକ ଉନ୍ନତି ସହ ବନ୍ଧୁ ସମ୍ପର୍କ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବା ସଙ୍ଗକୁ ପାରିବାରିକ ଅସ୍ଥିରତା ଦୂର ହେବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ ଓ ଅଟକି ରହିଥିବା କାମଟିକୁ ସାକାର କରିପାରିବେ। ନିକଟସ୍ଥ କୌଣସି ବ୍ୟକ୍ତିଙ୍କ ଭୁଲ୍‌ ବୁଝାମଣା ଆକସ୍ମିକ ବିବାଦ ସୃଷ୍ଟି କରିପାରେ।
କନ୍ୟା
ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବାରେ ପଡୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପାରିବାରିକ ଦିଗରୁ ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସଜାସଜିରେ ବ୍ୟସ୍ତ ରହିପାରନ୍ତି। ବିବାଦୀୟ କ୍ଷେତ୍ର କିମ୍ବା ପରିବେଶରୁ ନିଜକୁ ଦୂରେଇ ରଖିବା ଠିକ୍‌ ହେବ।
ତୁଳା
ତୁଳା
ଶାରୀରିକ ଅସୁସ୍ଥତା ରହିଥିଲେ ମଧ୍ୟ କେତେକ କାମ କରିବାକୁ ପଡ଼ିବ। ଆଶା କରୁଥିବା ଦିଗରୁ ସହକର୍ମୀମାନଙ୍କ ସାହାଯ୍ୟରେ ଅର୍ଥ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରୁ କିମ୍ବା ଉଚ୍ଚସ୍ତରରୁ ଏପରି କି ସଭାସମିତିରୁ ସମ୍ମାନିତ ହେବେ। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ କିନ୍ତୁ ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
ବିଛା
ବିଛା
ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ସ୍ତ୍ରୀ ଓ ପିଲାଛୁଆଙ୍କ ସ୍ବାସ୍ଥ୍ୟ ହାନି ହେତୁ ଅଧିକାଂଶ ସମୟ ଚିନ୍ତା କରିପାରନ୍ତି। ସରକାରୀ ସ୍ତରରୁ ଶୁଭ ଖବର ପାଇ ଖୁସି ହେବେ।
ଧନୁ
ଧନୁ
ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡିପାରେ। ସଂଗଠନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାର ଭିତରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ, ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ସକାଶେ ଟେନସନ ବଢିଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଭାସମିତି, ପଢ଼ା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। ବନ୍ଧୁଙ୍କଠାରୁ କାୈଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସଫଳତା ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବାର ଆଶଙ୍କା ରହିଛି। ସ୍ଥଗିତ କାମକୁ ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ରାସ୍ତାରେ କିଛି ଜିନିଷ ଅନ୍ୟମନସ୍କତାବଶତଃ କୌଣସି ସ୍ଥାନରେ ହଜାଇ ବ୍ୟସ୍ତ ହେବେ।
ମୀନମୀନ
ଆଜି ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ। ବନ୍ଧୁ ମିଳନରୁ ଖୁସି ରହିବେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ଏବଂ ବିଜୟ ଲାଭର ସମ୍ଭାବନା ମଧ୍ୟ ରହିଛି। ଡାଇବେଟିସ୍‌ କିମ୍ବା ଗ୍ୟାଷ୍ଟିକ୍‌ ରୋଗୀମାନଙ୍କ ସକାଶେ ସମୟ ଅନୁକୂଳ ରହିବନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri