Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ନୀଚାଂଶରେ ରହିଥିବା ମଙ୍ଗଳଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯାଇପାରନ୍ତି। ଆର୍ଥିକ ଉନ୍ନତି ସହ ଶିକ୍ଷା, ସନ୍ତାନ, ଲେଖାପଢ଼ା କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ବୃଷ
ବୃଷ
ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବଢ଼ିବ। ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେବେ। ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହି କାମ କରିବା ହେତୁ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା, ପ୍ରଶାସନ, ସଂଗଠନ, ରାଜନୀତିରେ ଲକ୍ଷ୍ୟ ହାସଲ କରିବେ।
ମିଥୁନ
ମିଥୁନ
ଆଜି ଯେତିକି ଅର୍ଥ ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କାହାର ଫୁସୁଲା ଫୁସୁଲି କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ମାତ୍ର ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ ବାକ୍‌ସଂଯମ ଅଭାବରୁ ବିବାଦ ଭିତରକୁ ଟାଣି ହୋଇପାରନ୍ତି। କୌଣସି ବନ୍ଧୁ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ବାଣିଜ୍ୟ, ପରିବହନ, ପ୍ରଶାସନ ଏବଂ ସଂଗଠନରେ ଅଭିଯୋଗର ସମ୍ମୁଖୀନ ହେବେ। ଘରୋଇ କଥାରେ ମତ ପାର୍ଥକ୍ୟ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ।
ସି˚ହ
ସି˚ହ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପଦସ୍ଥବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭକରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେଇପାରିବେ। କୌଣସି ଲୋକର ଚାପର ପ୍ରଭାବରୁ ଆର୍ଥିକ, ମାନସିକ ଓ ସାମାଜିକ ସ୍ତରରେ କ୍ଷତିଗ୍ରସ୍ତ ହୋଇପାରନ୍ତି।
କନ୍ୟା
ଆଜି କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ଶାନ୍ତି ପାଇପାରିବେ ନାହିଁ। ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ ଅନ୍ୟଥା କଳହର ଆଶଙ୍କା ରହିଛି। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ।
ତୁଳା
ତୁଳା
ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ଯୋଗୁ ଆମତ୍ତୃପ୍ତି ଲାଭ କରିପାରନ୍ତି। ବନ୍ଧୁଙ୍କଠାରୁ ବାଧିଲା ଭଳି କଥା ଶୁଣି ସବୁ ଆନନ୍ଦ ପାଣି ଫୋଟକା ପରି କୁଆଡ଼େ ମିଳାଇ ଯାଇପାରେ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଲାନ୍ତି ଅନୁଭବ କରିବେ। ଆଜିର ପାରିବାରିକ ସ୍ଥିତି କେତେକାଂଶରେ ବିବାଦୀୟ ରହିପାରେ।
ବିଛା
ବିଛା
ଅନ୍ୟମାନଙ୍କ ମନଧରି ଯେତେ କାମ କଲେ ମଧ୍ୟ ସେମାନଙ୍କୁ ମନେଇବାରେ ସଫଳ ହେବେନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷ ମଧ୍ୟରେ ବିଚଳିତ ହେବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତାରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ସମ୍ପର୍କୀୟଙ୍କ ଆତ୍ମୀୟତା ସଙ୍ଗକୁ ବହୁତ ଦିନରୁ ରହିଥିବା ଅଭିଳାଷ ପୂରଣ ହେତୁ ମନ ଖୁସି ରହିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ଆଜି ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ଭଲ।
ମକର
ମକର
କର୍ମକ୍ଷେତରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଭାବାବେଗକୁ ରୋକିପାରିବେ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖିବାକୁ ମିଳିବ। ପ୍ରଶାସନିକ କ୍ଷେତ୍ରରେ, କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟରେ ସାମୟିକ ଭାବରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ପ୍ରତ୍ୟୁଷ ଯାତ୍ରାରେ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହେବ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦକୁ ଟାଣି ହୋଇପାରନ୍ତି। ଗତକାଲିର ଘଟଣାକୁ ନେଇ ଆଜି ମନ ଭାରାକ୍ରାନ୍ତ ରହିପାରେ। ଆପଣଙ୍କ ଆନୁଷ୍ଠାନିକ କାମରେ ଦକ୍ଷତା ଅବଲୋକନ କରି ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କରେ ଭଟ୍ଟା ପଡ଼ିଯାଇପାରେ।
ମୀନମୀନ

ଆଜି ଦିନଟିରେ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri