Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ
ଆଜି ଶୁକ୍ରଙ୍କ ପ୍ରଭାବରୁ ସକାଳୁ ସକାଳୁ ଯେଉଁ କାମ ଆରମ୍ଭ କରିବେ, ସେଥିରେ ନିଶ୍ଚିତ ସଫଳତା ମିଳିବ। ଯେଉଁ କାମରେ ହାତ ଦେଇଛନ୍ତି ତାହା ନିର୍ବିଘ୍ନରେ ସମାପନ ହୋଇପାରିବ। ଲ -ନାମାକ୍ଷର ବ୍ୟକ୍ତିଙ୍କ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ଏକାଧିକ ଗ୍ରହଯୁକ୍ତ ଚନ୍ଦ୍ର ହେତୁ ଆଜି ନିରୁତ୍ସାହିତ ରହିବେ। ଉପକୃତ ହୋଇଥିବା ନିଜର ଲୋକମାନେ ମଧ୍ୟ କ୍ରମଶଃ ଦୂରେଇ ଯାଉଥିବାର ଲକ୍ଷ୍ୟ କରିବେ। ଆର୍ଥିକ ସମସ୍ୟା ଦୂରେଇବାରେ ଜଣେ ବିଜାତୀୟ ବନ୍ଧୁ ସାହାଯ୍ୟ କରିପାରନ୍ତି। ଅତୀତରେ ଘଟିଯାଇଥିବା ପରିସ୍ଥିତିକୁ ଯେତିକି ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ମିଥୁନ
କୋଣସ୍ଥକେତୁ ଗ୍ରହ କାମ ହାସଲ କରିବା ସକାଶେ ପ୍ରତିକୂଳ ବାତାବରଣ ସୃଷ୍ଟି କରିବ। ଆର୍ଥତ୍କ ସଙ୍କଟ ରହିବ ନାହିଁ। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇଲେ ମଧ୍ୟ ଅନ୍ୟମାନେ ସପକ୍ଷରେ ମତ ଦେବେ। ମୃଗଶିରା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ହେବ।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧି ଯୋଗୁ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ସକାଶେ ଶାସ୍ତ୍ରାଲୋଚନା, ଅର୍ଥଲାଭ ଓ ନୂତନ କର୍ମାରମ୍ଭରେ ସଫଳତା ମିଳିବ। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଠିକ୍‌ ହେବ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଚିନ୍ତାକୂଳ ରହିବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର କାମ ସବୁ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ। ଆଜି ଭ୍ରାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ କିନ୍ତୁ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ରହିବେ।
କନ୍ୟା
ସମୟ ଉଣ୍ଡି ଉଚିତ ପଦକ୍ଷେପ ନେବା କାରଣରୁ କୃତକାର୍ଯ୍ୟ ହୋଇପାରିବେ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ହସ୍ତା ନକ୍ଷତ୍ରର ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ଅନ୍ୟମନସ୍କ କିମ୍ବା ଅସାବଧାନତାଜନିତ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଅଧିକାଂଶ ସମୟ ନିରୋଳାରେ ଅବସ୍ଥାନ କରିବା ଦ୍ୱାରା ଭାବୁକ ପାଲଟି ଯାଇପାରନ୍ତି। ମନରେ ବିଭିନ୍ନ ଭାବନା ହେତୁ ସବୁ ସମୟରେ କ’ଣ ନା କ’ଣ ଚିନ୍ତା କରିବେ। ହାତକୁ ନେଇଥିବା କାମଟିକୁ ଶେଷ କରିବାରେ ସମୟ ଲାଗିବ। ଆଜି ପ୍ରତ୍ୟାବର୍ତ୍ତନ ସମୟରେ ଆପଣ କହିଥିବା ଜିନିଷଟି ଧରି ଘରକୁ ନିଶ୍ଚୟ ଆସିବେ।
ବିଛା
ବିଛା
ଅନ୍ୟମାନଙ୍କୁ ଭରସା କଲେ ଖାଲରେ ପଡ଼ିବେ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବାଧ୍ୟବାଧକତାରେ କିମ୍ବା ପରିସ୍ଥିତିବଶତଃ କେତେକ କାମ କରିବାକୁ ମନ ବଳାଇବେ। ଅନୁରାଧା ସକାଶେ ସମ୍ପର୍କୀୟମାନେ ଉପରେ ସ୍ନେହ, ଶ୍ରଦ୍ଧା ଦେଖାଇ ଭିତରେ ଭିତରେ ଚେର କାଟିପାରନ୍ତି।
ଧନୁ
ଧନୁ
କାହାକୁ କିଛି କହି ନ ପାରି ନିଜେ ହଇରାଣରେ ପଡ଼ିପାରନ୍ତି। ଏଣେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର ଓ ନିରୁତ୍ସାହିତ କରିବ। ପୂର୍ବାଷାଢ଼ା ନକ୍ଷତ୍ର ଚିନ୍ତା କରିଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ। ବ୍ୟବସାୟିକ ସଫଳତା ଓ ରାଜନୈତିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମକର
ମକର
ଅନ୍ୟର ମନ ଅନୁଯାୟୀ କାମକରି ବାହାବା ନେଇ ପାରନ୍ତି। କିନ୍ତୁ ନିଜର ଅସୁବିଧା ଓ ଅଭାବ କଥା ବଖାଣିଲେ ଶୁଣିବାକୁ କିଏ ପାଖରେ ନ ଥିବେ। ତଥାପି ଶ୍ରବଣା ନକ୍ଷତ୍ରର କର୍ମକ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାତ୍ରାକାଳରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇବାର ସମ୍ଭାବନା ରହିଛି।
କୁମ୍ଭ
କୁମ୍ଭ
ଏକାଧିକ ଗ୍ରହ ଶନି ଦୃଷ୍ଟିରେ ଥିବା କାରଣରୁ ସମସ୍ୟା ଭିତରେ ଚଳିବାକୁ ପଡ଼ିପାରେ। ହସି ହସି ସୁନ୍ଦର କଥା କହୁଥିଲେ ମଧ୍ୟ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଧନିଷ୍ଠା ନକ୍ଷତ୍ର ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଆଜି ରାଜନୀତି, ପ୍ରଶାସନ ଦିଗଟି ଭଲ ରହିବ।
ମୀନମୀନ

କଠିନ ପରିଶ୍ରମ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଆଗାମୀ ନୂତନ କାମଟିର ଆରମ୍ଭ ନିମନ୍ତେ ପ୍ରସ୍ତୁତି କରିବାକୁ ମନ ବଳାଇପାରନ୍ତି। ରେବତୀ ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri