Posted inRasifala

ରାଶିଫଳ: ବୁଧବାର, ମେ ୧୪ ତାରିଖ – Daily Horoscope

ମେଷ
ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ, ଅନ୍ୟଥା କ୍ଷତିରେ ପଡ଼ିପାରନ୍ତି। କୃତ୍ତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ସାମାଜିକ ସ୍ତରରେ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ରୋହିଣୀ ନକ୍ଷତ୍ରର ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ବିଭିନ୍ନ ସମସ୍ୟା ମଧ୍ୟରେ ମନରେ ସବୁବେଳେ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢ଼ାଇ ଦେବ।
ମିଥୁନ
ମିଥୁନ
ମୃଗଶିରା ନକ୍ଷତ୍ର ଋଣ ପରିଶୋଧ ସକାଶେ ବ୍ୟଗ୍ରତା ପ୍ରକାଶ ପାଇବ। ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜି ପାରନ୍ତି। କର୍ମକ୍ଷେତ୍ରରେ, ବ୍ୟବସାୟରେ,ପାରିବାରିକ ସମସ୍ୟା ସମାଧାନରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
କର୍କଟ
ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ। ସାଧାରଣ କଥାକୁ ବଡ଼ କରି ସହକର୍ମୀ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଅଶ୍ଳେଷା ନକ୍ଷତ୍ରର ଅନ୍ୟକୁ ଆପଣାର କରିବାରେ ପ୍ରଲୋଭନ ଓ କୌଶଳ କର୍ମକ୍ଷେତ୍ରରେ ସାହାଯ୍ୟ କରିବ।
ସି˚ହ
ସି˚ହ
ସମସ୍ୟା ଲାଗି ରହିଥିଲେ ମଧ୍ୟ ମନରେ ସାହସ ବାନ୍ଧି କାମ ଆରମ୍ଭ କରିପାରିଲେ ସଫଳତା ପାଇବେ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ତଥାପି ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଅର୍ଥ ଲାଭ ଖୋଜୁଥିବା ସଙ୍ଗକୁ ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ଅଫିସରେ ମତାନ୍ତରରୁ ବିତର୍କ ଆଶଙ୍କା ରହିଛି। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିବେ। ବିବାଦ ଓ ପରିବହନରେ କଳହ ପ୍ରଭୃତି ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଚିତ୍ରା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣାଜନିତ ଅଶାନ୍ତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବାରୁ ପରିବାର ଭିତରେ ସାଧାରଣ କଥାରୁ ଝଡ଼ ଉଠିପାରେ। ବିଶାଖା ନକ୍ଷତ୍ର କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଆଜି ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ କରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି। କିନ୍ତୁ ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ। ଅନୁରାଧା ନକ୍ଷତ୍ର ବକେୟା ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତର ଦେଇ ଚଳିବା ପାଇଁ ବାଧ୍ୟ ହୋଇପାରନ୍ତି। ମନ ଭଲ ନ ଥିବା କାରଣରୁ କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ପରିବାରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସୀ ରହିବେ।
ମକର
ମକର
ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇ ପାରନ୍ତି। ବନ୍ଧୁଙ୍କ ଜରିଆରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଧନିଷ୍ଠା ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି, ଏଣୁ ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ତାହା ଘାତପ୍ରତିଘାତ ମଧ୍ୟ ଦେଇ ସମ୍ପନ୍ନ ହେବାର ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଶତଭିଷା ନକ୍ଷତ୍ରର ଆଜି ରପ୍ତାନି ବାଣିଜ୍ୟ, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ।
ମୀନମୀନ

ଆଜିର କର୍ମକ୍ଷେତ୍ରରେ ସହକର୍ମୀଟି ସହ ବିବାଦ ବୃଦ୍ଧି ହୋଇପାରେ। ଉତ୍ତରାଭାଦ୍ର ନକ୍ଷତ୍ର ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମାରେ ଆଶାଜନକ ସୁଫଳ ପାଇବେ। ରାଜନୀତି, ସଂଗଠନ, ଲେଖାପଢ଼ା ଓ ଜମିଜମା କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri