Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ। କର୍ମକ୍ଷେତ୍ରରେ ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବ। ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ବାସସ୍ଥାନ ନିକଟସ୍ଥ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ଦିଗକୁ ଗତି କରୁଥିବାରୁ ମାନସିକ ବ୍ୟସ୍ତତା ଦୂରେଇ ଯାଇପାରେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। ସଭାସମିତି, ରାଜନୀତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିପାରେ।
ମିଥୁନ
ମିଥୁନ
ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ପୁନର୍ବସୁ ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ସହକର୍ମୀ କୌଶଳରେ କାର୍ଯ୍ୟ ହାସଲ କରିବାରେ ପଛାଇବେ ନାହିଁ। ଜମିଜମା କାରବାର, ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ତଥା ବିବାଦୀୟ ଘଟଣା ସମସ୍ୟା ବହୁଳ ହୋଇପାରେ।
କର୍କଟ
କର୍କଟ
ସାମାଜିକ ସ୍ତରରେ ନିଷ୍କପଟ ଭାବନା ସମ୍ବଳିତ କର୍ମ ପାଇଁ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇବେ। ସାମାନ୍ୟ ଅସୁବିଧାକୁ କୌଣସି ବନ୍ଧୁ ଗୁରୁତର ଭାବେ ଗ୍ରହଣ କରି ଦୂରେଇ ରହିପାରନ୍ତି। ସଭାସମିତିର ଆଲୋଚନା ତଥା ଚୁକ୍ତିପତ୍ର ସମ୍ପାଦନାରେ ସଫଳତା ହାସଲ କରିବେ। ଯାତ୍ରା, ବାଣିଜ୍ୟ ଓ ଅର୍ଥ ସମ୍ପର୍କ ମାନସିକ ଶାନ୍ତିର ପାଥେୟ ହୋଇପାରେ।
ସି˚ହ
ସି˚ହ
ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଣସି କ୍ଷତି ହେବନାହିଁ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମକଦ୍ଦମାରେ ବିଚାର ବିଳମ୍ବ ହେବାରୁ ମନସ୍ତାପ ବଢ଼ିଯିବ। ବନ୍ଧୁଙ୍କ ସହଯୋଗରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ ଆଜି ଅଧିକାଂଶ ସମୟ ବିତିବ।
କନ୍ୟା
ପରିବାରର ଆର୍ଥିକ ସମସ୍ୟା ବଢ଼ିବାରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିସ୍ଥିତିବଶତଃ ସାମାଜିକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ହସ୍ତା ନକ୍ଷତ୍ର ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡ଼ିପାରେ। ସତର୍କତା ଓ ଅନ୍ୟମନସ୍କତା କାରଣରୁ ଦରକାରୀ କାଗଜପତ୍ର ହଜିଯିବାର ସୂଚନା ରହିଛି।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ର କଳେବଳେକୌଶଳେ କାର୍ଯ୍ୟ ସାଧନରେ ସମର୍ଥ ହେବେ। ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାକୁ ପଛେଇ ଯିବେ। ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସମାଧାନ କରିପାରିବେ।
ବିଛା
ବିଛା
ବନ୍ଧୁଙ୍କ ସାହାଯ୍ୟ କାରଣରୁ ଆଶା ଓ ଅଭିଳାଷ ପୂରଣ ହେବାରୁ ସାମୟିକ ଆଶ୍ୱସ୍ତି ମିଳିପାରେ। ବିବାଦୀୟ ପରିସରରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନାକୁ ଏଡି ହେବ ନାହିଁ। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିବ।
ଧନୁ
ଧନୁ
ପାରିବାରିକ ସ୍ଥିତି ପୂର୍ଣ୍ଣତଃ ଭଲ ନ ହେଲେ ମଧ୍ୟ ଉତ୍ତରାଷାଢା ନକ୍ଷତ୍ରର ଏକ ପ୍ରକାର ଭଲ ରହିବ। ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାକୁ ସମସ୍ୟା ବହୁଳ କରିପାରନ୍ତି। କଠୋର କଥା କହିବା କାରଣରୁ ପରିବାରରେ କଳହ ଦେଖାଦେବ। ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କ୍ରମରେ ଅଫିସ୍‌ କାମରେ ବିତର୍କର ସମ୍ଭାବନା ରହିଛି।
ମକର
ମକର
ଯାହା ଭାବୁଥିଲେ ତାହା ପୂର୍ଣ୍ଣତା ଲାଭ କରିବାର ଅଶା ମନକୁ ଭାବବିଭୋର କରାଇପାରେ। ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ବନ୍ଧୁମିଳନଜନିତ ସାମୟିକ ଆନନ୍ଦ ଅନୁଭବ କରିବେ। ଅନ୍ୟମାନଙ୍କର ତାଗିଦ୍‌ ଓ ବୃଥା ସନ୍ଦେହଜନକ ବାକ୍ୟାଳାପ ମନକୁ ଭାରାକ୍ରାନ୍ତ କରିପାରେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହେବାରେ ବହୁତ ବାଧା, ବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ ଓ ଋଣ ଦୁଶ୍ଚିନ୍ତାର କାରଣ ହେବ। ଶତଭିଷା ନକ୍ଷତ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କ ବ୍ୟବହାରରେ ଅପମାନିତ ବୋଧ କରିପାରନ୍ତି।
ମୀନମୀନ

ଉତ୍ତରଭାଦ୍ର ନକ୍ଷତ୍ର ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହୋଇପାରନ୍ତି। ନିଜର ଲୋକ ମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା କାରଣରୁ ମନର ସରସତା ମଉଳି ଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri