Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଆର୍ଥତ୍କ ସ୍ଥିତି ଦୁର୍ବଳ ହେତୁ ତାହାହିଁ ଚିନ୍ତାର କାରଣ ହୋଇପାରେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ।
ବୃଷ
ବୃଷ
ଆଜି ଯେଉଁ କାମରେ ହାତ ଦେବେ ସଫଳ ହେବେ। କୌଣସି ବନ୍ଧୁ କିମ୍ବା ସହକର୍ମୀଙ୍କ ସହଯୋଗରେ କାମଟି ସୁବିଧାରେ ହୋଇଯିବ। ଅଫିସ୍‌ କିମ୍ବା ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ରୋହିଣୀ ନକ୍ଷତ୍ର ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
ମାନସିକ ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନ ରଖି ଅନ୍ୟ ଉପରେ ଶୁଝାଇଲେ ତିକ୍ତତା ସୃଷ୍ଟି ହେବ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପୁନର୍ବସୁ ନକ୍ଷତ୍ର ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭକରି ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ
କର୍କଟ
ସବୁ କଥାକୁ ଚିନ୍ତାକରି କାମ କରିବା ଭଲ। ନିଜ ଭାଇ, ବନ୍ଧୁ ଓ କୁଟୁମ୍ବମାନଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ। ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଆତ୍ମବିଭୋର ହୋଇପାରନ୍ତି। ପୁଷ୍ୟା ନକ୍ଷତ୍ର ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇବ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟା ଭିତରେ ଗତିକରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ନୂତନ କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ପରିବାରବର୍ଗଙ୍କ ସହାୟତା ପାଇ କାମ ହାସଲ କରିପାରନ୍ତି।
କନ୍ୟା
ଭଲ ସମ୍ପର୍କ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲାଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେବ। ହସ୍ତା ନକ୍ଷତ୍ରର ଆଜିର ଯାତ୍ରାରେ ଅଭିଳଷିତ କାମ ସମ୍ପନ୍ନ ହୋଇଯିବ। ଯୋଜନାବିହୀନ କାମରେ ମୁଣ୍ଡ ପୂରାନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ।
ତୁଳା
ତୁଳା
ଶାରୀରିକ ଦୁର୍ବଳତା ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ଚିତ୍ରା ନକ୍ଷତ୍ର ନିଜର କାମଗୁଡ଼ିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯାଇପାରେ। ଅଫିସ୍‌ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ।
ବିଛା
ବିଛା
ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ। ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। ଅନୁରାଧା ନକ୍ଷତ୍ରର ପରିବାର ସଦସ୍ୟ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେବ।
ଧନୁ
ଧନୁ
ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥତ୍କ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ। ଅଫିସ୍‌ରେ ସହକର୍ମୀଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର
ମକର
ଯେକୌଣସି କ୍ଷେତ୍ରରେ ହେଉନା କାହିଁକି, ଶତ୍ରୁମାନେ ଚାହିଁଲେ ବି କ୍ଷତି କରିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଶ୍ରବଣା ନକ୍ଷତ୍ରର ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ ଓ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ। ଧନିଷ୍ଠା ନକ୍ଷତ୍ର ଅଫିସ୍‌ରେ ସାଧାରଣ କଥାରେ କଳହ ସୃଷ୍ଟି ହୋଇପାରେ। ବନ୍ଧୁରେ କଳହ, ଧନହାନି, ପରିବହନରେ ବିତର୍କ ଓ ସାଧାରଣ କଥାରୁ କଳହର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି।
ମୀନମୀନ

ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟହେବେ। ଉତ୍ତର ଭାଦ୍ରପଦ୍‌ ନକ୍ଷତ୍ର ସକାଶେ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମକରି ମନସ୍ତାପ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri