Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିରହିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ରହିଥିଲେ ମଧ୍ୟ ସରକାରୀସ୍ତରରୁ ସାହାଯ୍ୟ ସମ୍ଭାବନା ରହିଛି। ଅପ୍ରିୟ ସତ୍ୟ ଭାଷଣଜନିତ ବନ୍ଧୁ ସମ୍ପର୍କରେ ନ୍ୟୁନତା ଦେଖାଦେଇପାରେ। କଳା, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
ବୃଷ
ବୃଷ
ଶୁକ୍ର ଉପଚୟାଧିପତି ଚନ୍ଦ୍ରଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟରେ ଅବନତି ଘଟିବ। ରବିଙ୍କ ଦୁର୍ବଳତା ପାରିବାରିକ ଆବଶ୍ୟକତା ପୂରଣ ପାଇଁ ଚିନ୍ତିତ କରାଇପାରେ। ପ୍ରତିବନ୍ଧକ ହଟାଇବା ସକାଶେ ବନ୍ଧୁଙ୍କ ସହଯୋଗ ଆବଶ୍ୟକ କରିବେ। ସାମାଜିକସ୍ତରରେ ସମ୍ମାନ ପାଇବେ ଓ ଚେଷ୍ଟା କରୁଥିବା କାମରେ ସାମାନ୍ୟ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ତୃତୀୟାଧିପଙ୍କ ବଳହୀନତା କାରଣରୁ ବନ୍ଧୁମାନେ ଦୂରେଇ ରହୁଥିଲେ ମଧ୍ୟ ଠିକ୍‌ ସମୟରେ ସାହାଯ୍ୟ କରିବେ। ପଡ଼ୋଶୀମାନେ ଆନୁଷଙ୍ଗିକ ପ୍ରେରଣା ଯୋଗାଇପାରନ୍ତି। ପାରିବାରିକ ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଅଫିସିଆଲି କାମରେ ତର୍କ ଓ ବିବାଦ ବୃଦ୍ଧି ପାଇବାର ଆଶଙ୍କା ରହିଛି।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ସହ ଶନିଙ୍କ ଷଡ଼ାଷ୍ଟକ ସ୍ଥିତି ରହିଥିବାରୁ ଏକାଧାରରେ ଦୈହିକ ଓ ମାନସିକସ୍ଥିତି ଭଲ ରହିବ ନାହିଁ। ଯିଏ ଯାହା କହିଲେ ଟିକିଏ ଟିକିଏ କଥାରେ ଚିଡ଼ିଚିଡ଼ି କିମ୍ବା ବିରକ୍ତି ଲାଗିବ। ଅନ୍ୟମାନଙ୍କ କଥାକୁ ଭିନ୍ନାର୍ଥରେ ଗ୍ରହଣକରି ଅଶାନ୍ତ ରହିପାରନ୍ତି। ଅର୍ଥ ସମ୍ପର୍କ, ସହକର୍ମୀଙ୍କ ସହଯୋଗ, ଉପରିସ୍ଥଙ୍କ ସହ ଆଲୋଚନାଦି ମନ୍ଦ ହେବନାହିଁ।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ନୀଚସ୍ଥ ରବିଜନିତ ସମସ୍ୟାର ସମାଧାନ ନ ହେଉଣୁ ଅନ୍ୟ ଏକ ସମସ୍ୟା ମୁଣ୍ଡଟେକିବ। ପାରିବାରିକ ସ୍ତରରୁ କୌଣସି ବିଭ୍ରାନ୍ତିକର ଖବର ଅସ୍ଥିରତାର କାରଣ ହୋଇପାରେ। ସମ୍ପର୍କୀୟଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
କନ୍ୟା
ଶୁଭଗ୍ରହ ପ୍ରଭାବରେ କାମ ହାସଲର ଲକ୍ଷ୍ୟନେଇ ଅନ୍ୟମାନଙ୍କୁ ମନେଇବାରେ ସଫଳ ହେବେ। ଆର୍ଥିକ ଦିଗଟି ଭଲ ରହିବା କାରଣରୁ କୌଣସି କାମ ଅଟକିବ ନାହିଁ। ସାଧାରଣ କଥାରେ କ୍ରୋଧିତ ହେଲେ ପରିସ୍ଥିତି ବିଗିଡିଯାଇ ପାରେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କରିବା ଠିକ୍‌ ହେବନି।
ତୁଳା
ତୁଳା
ପରିସ୍ଥିତିକୁ ଦେଖି କାମ କରି ଜାଣିଲେ କୌଣସି ଅସୁବିଧା ହେବନାହିଁ। ପାପଗ୍ରହଯୁକ୍ତ ମଙ୍ଗଳ ଯୋଗୁ ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚଜନିତ ମନସ୍ତାପ କରିପାରନ୍ତି। ଠିକ୍‌ କଥା ବନ୍ଧୁମାନଙ୍କୁ ଖୁସି କରାଇବା ବଦଳରେ ଓଲଟା ପ୍ରତିକ୍ରିୟା ସୃଷ୍ଟି କରିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ।
ବିଛା
ବିଛା
ଅଷ୍ଟମାଧିପତି ରାଶିରେ ରହିଥିବାରୁ ଅତୀତର ବିବାଦୀୟ କଥା ଆଜିର ମୁଖ୍ୟଚିନ୍ତା ହୋଇପାରେ। ଦୀର୍ଘ ଦିନରୁ ପ୍ରତୀକ୍ଷିତ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। ସାଙ୍ଗସାଥୀମାନଙ୍କ ସହ କିଛି ନୂଆ ସ୍ଥାନକୁ ପରିଦର୍ଶନରେ ଯାଇପାରନ୍ତି। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
ଧନୁ
ଯାହା ଚିନ୍ତା କରୁଥିବେ ତାହାର ଓଲଟା କାମ ମନକୁ ଭାରାକ୍ରାନ୍ତ କରିବ। ମନ ମୋହିଲାଭଳି କଥା ଓ ସୁନ୍ଦର ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଆତ୍ମୀୟମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିପାରନ୍ତି।
ମକର
ମକର
ଭାଗ୍ୟସ୍ଥାନରେ ଶୁକ୍ର ଓ ଚନ୍ଦ୍ର ପ୍ରତ୍ୟେକ କ୍ଷେତ୍ରରେ ଶୁଭଦାୟକ ହେବ। ବହୁତଦିନରୁ ଦେଖିନଥିବା ବନ୍ଧୁ କିମ୍ବା କଥା କହୁନଥିବା ଅନ୍ତରଙ୍ଗଟି ପାଇଁ ମନ ଛଟପଟ ହୋଇପାରେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ, ସାମ୍ବାଦିକତାରେ କୌଣସି ଅସୁବିଧା ହେବନାହିଁ। ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରୁ ଆନନ୍ଦ ପାଇବେ।
କୁମ୍ଭ
କୁମ୍ଭ
କାମଗୁଡ଼ିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଚିନ୍ତା କରିବେ। ପାରିବାରିକ ଶୃଙ୍ଖଳା ରକ୍ଷାରେ ସମ୍ପର୍କୀୟଙ୍କ ସହାୟତା ନେବାକୁ ପଡ଼ିପାରେ। କୌଣସି ନୀଚଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି। କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁନାହଁ।
ମୀନମୀନ

କର୍ମକ୍ଷେତ୍ରରେ ଅସୁବିଧା ଦେଖାଦେଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଆପଣଙ୍କୁ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଅଫିସ୍‌ କାମରେ କିମ୍ବା ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମାନସିକ ସୁସ୍ଥତା ରହିବ ନାହିଁ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri