ସୁସ୍ମିତାଙ୍କ ଚିକିତ୍ସାକୁ ନେଇ ବଢ଼ିଲା ଆଶା: ସହାୟତା ପାଇଁ ଆଗେଇ ଆସିଲା ଜିଲା ପ୍ରଶାସନ

ଦାରିଙ୍ଗବାଡି, ୨୪।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗୌଡ଼ ସାହିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ଦୁର୍ଘଟଣାରେ ଦୁଇଟି ଗୋଡ଼ ଭାଙ୍ଗିଯାଇ ଥିବାବେଳେ ତାଙ୍କର ଆହୁରି ଅଧିକା ଚିକିତ୍ସାର ଆବଶ୍ୟକତା ରହିଛି। ତାଙ୍କର ଏଥିପାଇଁ ଆର୍ଥିକ ପରିସ୍ଥିତି ଭଲ ନ ଥିବାରୁ ତାଙ୍କର ଚିକିତ୍ସା ନେଇ ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି। ସେ ଡାକ୍ତର ହେବାକୁ ସ୍ବପ୍ନ ଦେଖୁଥିବା ବେଳେ ସ୍ବପ୍ନ ଚୁରମାର ହୋଇଥିବା ଆଶଙ୍କା କରାଯାଇଥିଲା।

ଏ ସମ୍ପର୍କିତ ଖବର କେବଳ ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ପରେ ଜିଲା ପ୍ରଶାସନ ସୁସ୍ମିତାଙ୍କୁ ସହାୟତା କରିବାକୁ ପଦକ୍ଷେପ ନେବା ଆରମ୍ଭ କରିଛି । ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ, ଦାରିଙ୍ଗବାଡି ତହସିଲଦାର ଶରତ ଶବର ଓ ଅନ୍ୟ କର୍ମଚାରି ଗୌଡ଼ ସାହିରେ ରହୁଥିବା ସୁସ୍ମିତାଙ୍କ ଘରେ ପହଞ୍ଚି ତାଙ୍କ ମେଡିକାଲ ରିପୋର୍ଟ, ଏକ୍ସରେ ରିପୋର୍ଟ ସବୁ ଦେଖିବା ସହ ସୁସ୍ମିତାଙ୍କ ସହ ଆଲୋଚନା କରିବା ସହ ଆର୍ଥିକ ସହାୟତା ପାଇଁ ତାଙ୍କ ଠାରୁ ତହସିଲଦାର ଦରଖାସ୍ତ ଗ୍ରହଣ କରିଛନ୍ତି।

ଆଲୋଚନା ସମୟରେ ସୁସ୍ମିତା ତହସିଲଦାର ଶରତ ସବରଙ୍କୁ ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ଆହୁରି ୪ଟି ଅପରେଶନର ଆବଶ୍ୟକ ରହିଥିବା ଡାକ୍ତର ପରାମର୍ଶ ଦେଇଥିବା ଜଣାଇଥିଲେ ଏଥିସହ ସେ ଶୀଘ୍ର ସୁସ୍ଥ ହେଲେ ପୁଣି ପାଠ ପଢିବା ସହ ଭଲ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ସେ ଜଣାଇଥିଲେ। ତହସିଲଦାର ସୁସ୍ମିତାଙ୍କ ଦରଖାସ୍ତ ଗ୍ରହଣ କରିବା ସହ ଜିଲାପାଳଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସୁସ୍ମିତା ଯୁକ୍ତ ଦୁଇ ଦିତୀୟ ବର୍ଷର ବିଜ୍ଞାନ ଛାତ୍ରୀ ହୋଇଥିବାବେଳେ ସେ ଜାନୁୟାରୀ ପହିଲାରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେହିଦିନ ଠାରୁ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆହୁରି ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାରୁ ସେ ଘରେ ଅଛନ୍ତି। ତାଙ୍କ ପରିବାର ସୁସ୍ମିତାଙ୍କୁ ଚିକିତ୍ସା କରାଇବା ସାମର୍ଥ ହେଉ ନ ଥିବା ତାଙ୍କ ମା’ ଶଶୀ ଗୌଡ଼ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ସ୍ବାମୀ ରଣବୀରଙ୍କୁ ନେଇ ଏମିତି କହିଦେଲେ ଦୀପିକା, ଚର୍ଚ୍ଚା ଆରମ୍ଭ

ମା’ ହେବା ପରେ ବଦଳିଗଲେଣି ଅଭିନେତ୍ରୀ ଦୀପିକା ପାଦୁକୋନ। ସେ ଏବେ ନିଜ କ୍ୟାରିୟର୍‌ ନୁହେଁ, ଝିଅ ଦୁଆକୁ ଅଧିକ ସମୟ ଦେଉଛନ୍ତି। ଏସବୁ ଭିତରେ...

ଭାରତ ସହ ମ୍ୟାଚ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଲା ୩ ବଡ଼ ଝଟକା!

ନୂଆଦିଲ୍ଲୀ,୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି, ଯାହା ତିନି ମ୍ୟାଚ ବିଶିଷ୍ଟ ସିରିଜର ନିର୍ଣ୍ଣାୟକ ମ୍ୟାଚ। ଦକ୍ଷିଣ...

କରୁଣ ନାୟାରଙ୍କୁ ଅଣଦେଖା କଲା BCCI!

ନୂଆଦିଲ୍ଲୀ,୬।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ହେଉଛି ଭାରତର ସର୍ବୋଚ୍ଚ ପ୍ରଶାସକ ସଂସ୍ଥା। କୁହାଯାଏ ଯେ ଏହି ଦେଶର ପ୍ରତ୍ୟେକ କ୍ରିକେଟର୍‌ BCCI ସହ...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri