Posted inଖେଳ

୨୫ ବର୍ଷ ପାଇଁ ଆଶା ଓ ଲକ୍ଷ୍ୟ

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ମାତ୍ର ଭାରତ ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟାର ଦେଶ ହୋଇଥିଲେ ହେଁ ଆମର କ୍ରୀଡ଼ା ପାରଦର୍ଶିତା ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ତୁଳନାରେ ଉତ୍ସାହଜନକ ମନେହୁଏ ନାହିଁ…

ଅନେକ ଦୃଷ୍ଟିକୋଣରୁ ଏସିଆ କପ୍‌ର ୧୫ତମ ସଂସ୍କରଣ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। ଏସିଆ ମହାଦେଶର କ୍ରିକେଟ ଖେଳୁଥିବା ଦେଶ ସେମାନଙ୍କର ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କାରଣ ଆଗକୁ ରହିଛି ଆଇସିସି ଟି୨୦ ବିଶ୍ୱକପ। ସର୍ବାଧିକ ୭ଥର ଚାମ୍ପିୟନ ଭାରତ ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳସହ ପଡ଼ିଆକୁ ଓହ୍ଲାଇଥିଲା। ଅନ୍ୟପକ୍ଷରେ ୫ ଥର ଟାଇଟଲ ହାତେଇଥିବା ଶ୍ରୀଲଙ୍କା ଏଥର ଯୁବ ଖେଳାଳିଙ୍କୁ ନେଇ ଖେଳିଥିଲା। ୨ଥର ଚାମ୍ପିୟନ ପାକିସ୍ତାନ ମଧ୍ୟ ଅନ୍ୟତମ ଟାଇଟଲ ଦାବିଦାର ବିବେଚିତ ହୋଇଥିଲା। ଟୁର୍ନାମେଣ୍ଟ ପୂର୍ବରୁ ଅନେକ କ୍ରିକେଟପ୍ରେମୀ ଓ ସମୀକ୍ଷକ ଏଥର ପୁଣି ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ହେବ ବୋଲି ପୂର୍ବାନୁମାନ କରିଥିଲେ। ମାତ୍ର ଶ୍ରୀଲଙ୍କା ଯୁବ ଦଳ ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ପାକିସ୍ତାନକୁ ହରାଇ ଚାମ୍ପିୟନ ହେଲା। ଭାରତର ଶ୍ରେଷ୍ଠ ବ୍ୟାଟର ବିରାଟ କୋହଲି ଫର୍ମକୁ ଫେରିବା ସତ୍ତ୍ୱେ ଭାରତ ସୁପର ଫୋର ପର୍ଯ୍ୟାୟରୁ ବିଦାୟ ନେବା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲା। ଚାମ୍ପିୟନ ଶ୍ରୀଲଙ୍କାକୁ ୧ କୋଟି ୨୦ଲକ୍ଷ ଓ ପାକିସ୍ତାନକୁ ୬୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଥିଲା।
ଟି୨୦ ବିଶ୍ୱକପ ନିକଟତର ହୋଇଥିବାରୁ ଏସିଆ କପ୍‌ରେ ଖରାପ ପ୍ରଦର୍ଶନ ଭାରତ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। କୋହଲି ଫର୍ମକୁ ଫେରିବା ଭାରତୀୟ ଦର୍ଶକଙ୍କ ପାଇଁ ଖୁସି ଖବର ହୋଇଥିବାବେଳେ ଆଗାମୀ ବିଶ୍ୱକପ ପୂର୍ବରୁ ଟିମ୍‌ ମ୍ୟାନେଜମେଣ୍ଟକୁ ଅନେକ କିଛି ସମସ୍ୟାର ସମାଧାନ କରିବାକୁ ପଡ଼ିବ। ରିଷଭ ପନ୍ତ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଚୂଡ଼ାନ୍ତ ବିଶ୍ୱକପ ଦଳରେ କିଏ ସାମିଲ ହେବେ, ଭୁବନେଶ୍ୱର କୁମାର ବୋଲିଂରେ ସଫଳ ହୋଇଥିଲେ ହେଁ ବୋଲିଂ ଲାଇନ୍‌ଅପ୍‌ କିପରି ରହିବ ଆଦି ଅନେକ ପ୍ରଶ୍ନ ରହିଛି। ଏସିଆ କପ୍‌ରେ ଭୁବନେଶ୍ୱର ଯଦିଓ ସର୍ବାଧିକ ଉଇକେଟ ହାସଲ କରିଥିଲେ ତେବେ ଡେଥ୍‌ ଓଭରରେ ତାଙ୍କ ପ୍ରଦର୍ଶନରେ ସ୍ଥିରତା ରହିନାହିଁ। ଏହା ସତ୍ୟ ଯେ ୟୁଏଇ ପିଚ୍‌ ଓ ପରିବେଶଠାରୁ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଭିନ୍ନ ରହିବ।
ଚଳିତ ମାସରେ ଦୁଇ ଶକ୍ତିଶାଳୀ ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଏବଂ ଅପରାଜେୟ ଦକ୍ଷିଣ ଆଫ୍ରିକା ସହିତ ଟିମ୍‌ ଇଣ୍ଡିଆର ୨ଟି ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳାଯିବାକୁ ରହିଛି। ଏସିଆ କପ୍‌ ପ୍ରଦର୍ଶନ ଟିମ୍‌ ଇଣ୍ଡିଆର ମନୋବଳ କମାଇଥିବାବେଳେ ଏହି ଦୁଇଟି ସିରିଜରେ ରୋହିତ ଶର୍ମାଙ୍କ ଦଳକୁ ଏସିଡ୍‌ ଟେଷ୍ଟ ଦେବାକୁ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ୨ଟି ଯାକ ସିରିଜ ପାଇଁ ଦଳ ମଧ୍ୟ ଘୋଷଣା ହୋଇସାରିଛି। ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏହି ଦୁଇ ସିରିଜରେ ଖେଳିବେ। ତେଣୁ ଶେଷଥରପାଇଁ ନିଜର ପ୍ରଦର୍ଶନକୁ ମାର୍ଜିତ କରିବାକୁ ଖେଳାଳିମାନେ ସୁଯୋଗ ପାଇବେ। ମୋଟାମୋଟି ସିରିଜ ବିଜୟ ଭାରତୀୟ ଦଳର ମୁଖ୍ୟ ଲକ୍ଷ୍ୟ ରହିବ। ଏସିଆ କପ୍‌ରେ ପେସ୍‌ ବୋଲରଙ୍କ ବିଫଳତା ସମସ୍ୟା ସୃଷ୍ଟି କରିଥିବାରୁ ଆଗାମୀ ସିରିଜ ପାଇଁ ଟିମ୍‌ ଇଣ୍ଡିଆକୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ଟି୨୦ ବିଶ୍ୱକପ ପାଇଁ ଘୋଷିତ ଦଳକୁ ଷ୍ଟ୍ରାଇକ ବୋଲର ଯଶପ୍ରୀତ୍‌ ବୁମ୍‌ରା ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ନିଶ୍ଚିତ ଭାରତୀୟ ପେସ୍‌ ବୋଲିଂ ଆକ୍ରମଣକୁ ବେଶ୍‌ ଶାଣିତ କରିବ। ଦୁଇଟି ଯାକ ଘରୋଇ ସିରିଜ ବେଶ୍‌ ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ହେବା ସମ୍ଭାବନା ରହିଛି। ଭାରତୀୟ ଦଳର ସମସ୍ତ ପ୍ରମୁଖ ଖେଳାଳି ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ସିରିଜ ପାଇଁ ଉପଲବ୍ଧ ରହିବେ। ଏସିଆ କପ୍‌ର ପ୍ରଦର୍ଶନକୁ ଭୁଲିଯାଇ ଆଗାମୀ ସିରିଜ ଜିତିପାରିଲେ ନିଶ୍ଚିତ ରୂପେ ଟିମ୍‌ଇଣ୍ଡିଆର ମନୋବଳ ବଢ଼ିବ। ଭାରତୀୟ ଦଳ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୦ରେ ମୋହାଲିଠାରେ ପ୍ରଥମ, ସେପ୍ଟେମ୍ବର ୨୩ରେ ନାଗପୁରଠାରେ ଦ୍ୱିତୀୟ ଏବଂ ସେପ୍ଟେମ୍ବର ୨୫ରେ ହାଇଦ୍ରାବାଦଠାରେ ୩ୟ ଟି୨୦ ମ୍ୟାଚ ଖେଳିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨୮ରେ ଥିରୁଭାନନ୍ତପୁରମଠାରେ ପ୍ରଥମ ଟି୨୦ ଖେଳି ଅଭିଯାନ ଆରମ୍ଭ କରିବ। ଅକ୍ଟୋବର ୨ରେ ଗୁଆହାଟୀ ଏବଂ ୪ରେ ଇନ୍ଦୋରଠାରେ ଯଥାକ୍ରମେ ୨ୟ ଏବଂ ୩ୟ ଟି୨୦ ମ୍ୟାଚ ଖେଳିବ। ଆଇସିସି ଟି୨୦ ବିଶ୍ୱକପ ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆଠାରେ ଆରମ୍ଭ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକସ୍ତାନ ବିପକ୍ଷରେ ଅକ୍ଟୋବର ୨୩ରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳିବ। ଟି୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଆଗାମୀ ୨ ସିରିଜକୁ ଗୁରୁତ୍ୱର ସହ ନେବା ସ୍ବାଭାବିକ।
ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଏପର୍ଯ୍ୟନ୍ତ ୨୩ଟି ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଭାରତ ୧୩ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୯ଟି ଜିତିଛି ଏବଂ ଗୋଟିଏ ମ୍ୟାଚରୁ ଫଳାଫଳ ମିଳିନାହିଁ। ଟିମ୍‌ ଇଣ୍ଡିଆ ୪ଟି ମ୍ୟାଚ ଘରୋଇ ସିରିଜରେ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚ ବିଦେଶ ମାଟିରେ ଜିତିଛି। ଅନ୍ୟ ୨ଟି ମ୍ୟାଚ ନିରପେକ୍ଷ ଭେନ୍ୟୁରେ ବିଜୟୀ ହୋଇଛି। ସେହିପରି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ମୋଟ ୨୦ଟି ଟି୨୦ ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରୁ ଟିମ୍‌ଇଣ୍ଡିଆ ୧୧ଟି ମ୍ୟାଚ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୮ଟିରେ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚରୁ ଫଳାଫଳ ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri