ଜଳସେଚନ ଆଶାରେ ବିତିଲା ୮ ବର୍ଷ

ଯାଜପୁର ଅଫିସ/ବରୀ, ୨୩।୧୦ (ଡି.ଏନ୍‌.ଏ.): ରାଜ୍ୟ ସରକାର ୨୦୧୧-୧୨ ଆର୍ଥିକ ବର୍ଷରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଆରମ୍ଭ କରିଥିଲେ। ଉଚ୍ଚ ଭୂମିରେ ଥିବା ଚାଷଜମିକୁ ନଦୀ ଏବଂ ଜଳ ଭଣ୍ଡାରରୁ ପାଣି ଉଠାଇ ଜଳସେଚନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ରହିଥିଲା। ଏହି କ୍ରମରେ ବସୁନ୍ଧରା, ଇନ୍ଦ୍ରାବତୀ, ତେଲ, ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ ଇତ୍ୟାଦି ନଦୀରୁ ଏହି ପ୍ରକଳ୍ପ କରିବାକୁ ଯୋଜନା ହୋଇଥିଲା। ପ୍ରଥମେ ୧୫ଟି କ୍ଲଷ୍ଟରରେ ସମୁଦାୟ ୨,୩୨,୭୧୦ ହେକ୍ଟର ଜମିରେ ପାଣି ମାଡ଼ିବ ବୋଲି ପରିକଳ୍ପନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଲକ୍ଷ୍ୟ ଧାର୍ଯ୍ୟରେ ପରିବର୍ତ୍ତନ ହୋଇଛି। ସେଥିମଧ୍ୟରୁ ନିର୍ମାଣାଧୀନ ୪୮ଟି ପ୍ରକଳ୍ପ କାର୍ଯ୍ୟ ୨୦୨୧ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଗତ ୨୪ ତାରିଖରେ ଅନୁଷ୍ଠିତ ଜଳ ସମ୍ପଦ ବିଭାଗର ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ଯାଜପୁର ଜିଲାର କେଲୁଅ, ବିରୂପା, ତଣ୍ଟିଘାଇ, ଦୁଧେଇ ଓ ଖରସ୍ରୋତା ନଦୀରେ ଏଲ୍‌ଆଣ୍ଡଟି ସଂସ୍ଥା ଦ୍ୱାରା ନିର୍ମାଣାଧୀନ ୯ଟି ପ୍ରକଳ୍ପ ମଧ୍ୟରୁ ଗୋଟିଏ ବି ଚାଷୀଙ୍କ କାର୍ଯ୍ୟରେ ଲାଗିପାରିନାହିଁ। ବିଭାଗୀୟ ଯନ୍ତ୍ରୀ କେବଳ ସମୟ ଗଡ଼େଇ ଚାଲିଥିବାରୁ ଜିଲାର ଚାଷୀଙ୍କ ଆଶା ମଉଳିଯାଇଛି। ଏହାବାଦ ଏହି ମେଗା ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି, ଅନିୟମିତତା, ଅବହେଳା ଏବଂ ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହେଉଛି।
ଜିଲାର ବରୀ ବ୍ଲକ ଅଧୀନ ଅସଲପୁର, ଚଟୁମାରୀ ଓ ରଜାପୁରଠାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇ ୩ ହଜାର ୭ ଶହ ହେକ୍ଟର ଜମିକୁ ଜଳସେଚିତ କରାଯିବାର ଧାର୍ଯ୍ୟ ହୋଇଛି। କିନ୍ତୁ ରଜାପୁର ପାଇଁ ନିର୍ମାଣ ହୋଇଥିବା ପ୍ରକଳ୍ପର ଅଲିପୁର ଓ ବାଲିବିଲିଠାରେ ରାସ୍ତା ଅତିକ୍ରମ କରିଥିବା ସ୍ଥାନଗୁଡିକରେ ବିଛା ଯାଇଥିବା ପାଇପଗୁଡ଼ିକ ପୋତା ଯାଇନାହିଁ। ଏହାସହ ଆବଶ୍ୟକ ନିର୍ମାଣ କାର୍ଯ୍ୟ ହୋଇ ନ ଥିବାରୁ ଗତ ବନ୍ୟାରେ ଏହା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ବିପୁଳ ପରିମାଣର ଟଙ୍କା କୃଷକମାନଙ୍କ ହିତରେ ନ ଲାଗି ପାଣିରେ ପଡ଼ିବ ବୋଲି ବରୀ ଅଞ୍ଚଳର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି। ଏହାବାଦ ଜିଲାର ବଡ଼ଚଣା, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳରେ ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ଯୋଜନା ହୋଇଛି। ପନିପରିବା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ରସୁଲପୁର ବ୍ଲକ ଅଞ୍ଚଳରେ ଖରସ୍ରୋତା ନଦୀରୁ ପ୍ରସ୍ତାବିତ ତୁଲସୀପୁର ଓ ରାଉତରାପୁର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ରହିଛି। ଅନ୍ୟ ପ୍ରକଳ୍ପଗୁଡ଼ିକର ଅବସ୍ଥା ମଧ୍ୟ ତଦ୍ରୁପ। ରାଜ୍ୟ ଜଳ ସମ୍ପଦ ବିଭାଗ ଅଧୀନ ମେଗା ଉଠା ଜଳସେଚନ ୟୁନିଟ୍‌ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବଡ଼ଚଣା ନିର୍ବାଚନ ମଣ୍ଡଳୀର ୨୦୦୦ହେକ୍ଟର, ବରୀ ନିର୍ବାଚନ ମଣ୍ଡଳୀର ୩,୭୦୦ ହେକ୍ଟର, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀର ୫,୪୦୦ ହେକ୍ଟର ଏବଂ ଯାଜପୁର ନିର୍ବାଚନ ମଣ୍ଡଳୀର ୧୭୦୦ ହେକ୍ଟର ଜମିରେ ଜଳସେଚନ ପାଇଁ ପ୍ରସ୍ତାବ ରହିଛି। ଏଥିପାଇଁ ବାଲିକୁଣ୍ଡ, ଅସଲପୁର, ଚଟୁମାରି, ରଜାପୁର, ରାହାପଡା, ତଣ୍ଟିଘାଇ (ବାମ ଓ ଡାହାଣ), ରାଉତରାପୁର ଓ ତୁଳସୀପୁରଠାରେ ପମ୍ପହାଉସ ନିର୍ମାଣ ଚାଲିଛି। ଛିଣ୍ଡା-ଖରସୋ୍ରତା ନଦୀକୂଳ ଟିକରପଡ଼ାରେ ନିର୍ମାଣାଧୀନ ଷ୍ଟ୍ରକ୍ଚର ଏ ଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଦର୍କୁଣ୍ଡି, ଟିକରପଡ଼ା, ଭଗୀରଥପୁର ଆଦି ଗ୍ରାମର ଚାଷୀଙ୍କ ଜମିରେ ବଡ଼ ବଡ଼ ପାଇପ ପଡି ରହିଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ମରୁଡି ସମୟରେ ଚାଷୀ ଜଳସେଚନର ସୁବିଧା ନ ପାଇ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି। ଏ ସଂକ୍ରାନ୍ତରେ ମେଗା ଉଠା ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ସୁନୀଲ ରାଉତ କହିଛନ୍ତି, ଆସନ୍ତା ୬ରୁ ୭ମାସ ମଧ୍ୟରେ ଜିଲାର ସମସ୍ତ ପ୍ରଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri