Posted inଫୁରସତ

ସବୁଜ ଚିହ୍ନରୁ ଜୀବସତ୍ତା ଆଶା

ଓ୍ବାଶିଂଟନ: ଆମେରିକୀୟ ମହାକାଶ ସଂସ୍ଥା ନାସାର ପର୍ସିଭରେନ୍ସ ରୋଭର ମଙ୍ଗଳ ଗ୍ରହର ଆଉ ଏକ ରହସ୍ୟ ଉପରୁ ପରଦା ହଟାଇଛି। ‘ବ୍ରାଇଟ୍‌ ଏଞ୍ଜେଲ’ ଅଞ୍ଚଳକୁ ନେଇ ପରୀକ୍ଷାନିରୀକ୍ଷା ଓ ବିରଳ ‘ଲିଓପାର୍ଡ ସ୍ପଟ୍ସ’ ଉପରେ ଅନୁଧ୍ୟାନ ପରେ ରୋଭର ମଙ୍ଗଳର ଦକ୍ଷିଣ ଭାଗରେ ଥିବା ନେରେଟ୍‌ଭା ଭିଲାଜ୍‌କୁ ଯାତ୍ରା କରିଥିଲା। ଲାଲ୍‌ଗ୍ରହର ‘ସର୍ପେଣ୍ଟାଇନ୍‌ ରାପିଡ୍ସ’ କୁହାଯାଉଥିବା ଅଞ୍ଚଳକୁ ରୋଭର ଆବିଷ୍କାର କରିଛି। ଏହି ମିଶନ ବେଳେ ରୋଭର ଶକ୍ତ ଲୋହିତ ଚଟାଣ ପାଇଥିଲା, ଯାହା ସମ୍ପର୍କରେ ଅଧିକ ଗବେଷଣା ପାଇଁ ନାସାର ଉତ୍ସୁକତା ବଢ଼ିବାରେ ଲାଗିଛି। ସର୍ପେଣ୍ଟାଇନ୍‌ ରାପିଡ୍ସ ବା ସର୍ପାକୃତିର ନଦୀ ସମୂହ ଥିବା ଅଞ୍ଚଳର ‘ଓ୍ବାଲେସ୍‌ ବୁଟ୍ଟେ’ ଲାଲ ଚଟାଣରେ ପର୍ସିଭରେନ୍ସ ଏକ ଖନନ ଉପକରଣ ବ୍ୟବହାର କରି ୫ ସେଣ୍ଟିମିଟର ପରିଧିର ପଥ ତିଆରି କରିଥିଲା। ସେଥିରୁ ଧଳା, କଳା ଓ ଅସ୍ପଷ୍ଟ ସବୁଜ ରଙ୍ଗର ଚମତ୍କାର କ୍ଷେତ୍ରକୁ ଆବିଷ୍କାର କରିଥିଲା।
ପୃଷ୍ଠରେ ମଧ୍ୟ ଏହିପରି ସବୁଜ ଚିହ୍ନ ପ୍ରାଚୀନ ଲୋହିତ ଶଯ୍ୟାଗୁଡ଼ିକରେ ଦେଖିବାକୁ ମିଳିଥାଏ ବୋଲି ନାସା କହିଛି। ପ୍ରାୟତଃ ଏପରି ସବୁଜ ଚିହ୍ନ ବିଭିନ୍ନ ରାସାୟନିକ ପ୍ରତିକ୍ରିୟାରୁ ସୃଷ୍ଟି ହୋଇଥାଏ। ଏହା ଲୌହଯୁକ୍ତ ଜଳ ଏବଂ ପଥରସ୍ତର ଦେଇ ଅକ୍ସିଡାଇଜ୍‌ଡ ଲୌହକୁ ସବୁଜ ରଙ୍ଗରେ ପରିଣତ କରିଥାଏ। ପୃଥିବୀରେ ଏହି ରଙ୍ଗ ପରିବର୍ତ୍ତନ ପ୍ରାକୃତିକ ପ୍ରତିକ୍ରିୟା ମାଧ୍ୟମରେ ହୋଇଥାଏ। ତେବେ ସର୍ପେଣ୍ଟାଇନ ରାପିଡ୍ସ ଏକ ଛୋଟ ଅଞ୍ଚଳ ହୋଇଥିବାରୁ ମଙ୍ଗଳ ଗ୍ରହର ବିସ୍ତୃତ ସଂରଞ୍ଚନା ବିଶ୍ଳେଷଣ ପାଇଁ ଡିଜାଇନ ହୋଇଥିବା ପର୍ସିଭରେନ୍ସ ରୋଭରର ଶେରଲକ୍‌ ଏବଂ ପିକ୍ସଲ ଉପକରଣ ଏହି ସବୁଜ ଦାଗ ଉପରେ ଠିକ୍‌ ଭାବରେ ସ୍ଥାନିତ ହୋଇପାରି ନ ଥିବା ନାସା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri