ସ୍ବାସ୍ଥ୍ୟସେବା ଉପରେ ତୁଟୁଛି ଭରସା

ଭୋଗରାଇ, ୧୬।୧୨(ଡି.ଏନ.ଏ.)  ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରାଜ୍ୟରେ ସର୍ବବୃହତ୍‌ ବ୍ଲକ ଭାବେ ପରିଚିତ ଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛୁଆ ରହିଛି। ଏହି ବ୍ଲକର ୫୦ ପଞ୍ଚାୟତରେ ଜନସଂଖ୍ୟା ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ୱ। ଉପାନ୍ତ ଇଲାକାରେ ଉନ୍ନତ ସ୍ବାସ୍ଥ୍ୟସେବା ମିଳୁ ନ ଥିବାରୁ ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା କରାଯାଇପାରୁନାହଁି। ବ୍ଲକ ମୁଖ୍ୟାଳୟଠାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ୧୦୦ କି.ମି. ଦୂରତା ହୋଇଥିବାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେବାକୁ ଅଢ଼େଇ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଲାଗୁଛି। ରୋଗୀଙ୍କ ଅବସ୍ଥା ଗୁରୁତର ହେଲେ ଚିକିତ୍ସା ନିମନ୍ତେ ସାଢ଼େ ୩ଶହ କି.ମି. ଦୂର କଟକ କିମ୍ବା ଭୁବନେଶ୍ୱରକୁ ନେବାକୁ ପଡୁଛି। ଏଭଳି ସ୍ଥିତିରେ ବହୁ ଖର୍ଚ୍ଚାନ୍ତ କରି ମଧ୍ୟ ରୋଗୀଙ୍କୁ ଠିକ୍‌ ସମୟରେ ମେଡ଼ିକାଲରେ ପହଞ୍ଚାଇବା ସମ୍ଭବ ହୋଇପାରୁ ନ ଥିବାରୁ ଅକାଳରେ ଜୀବନହାନି ହେଉଛି।
ବ୍ଲକରେ ଜଳେଶ୍ୱରପୁର ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ଏତଦ୍‌ଭିନ୍ନ ୪ଟି ହୋମିଓପ୍ୟାଥିକ ଓ ଦୁଇଟି ଆୟୁର୍ବେଦିକ ଡାକ୍ତରଖାନା ରହିଛି। ଦହମୁଣ୍ଡା, ଭୋଗରାଇ, ଶ୍ରଦ୍ଧାପୁର, କଖଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ବହୁଦିନରୁ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଏ ସମସ୍ତ ଡାକ୍ତରଖାନାରେ କମ୍ପାଉଣ୍ଡର କିମ୍ବା ଆୟୁର୍ବେଦିକ ଡାକ୍ତର କାର୍ଯ୍ୟ ତୁଲାଉଛନ୍ତି। ସେହିପରି ଶଙ୍ଖାରୀ ହୋମିଓପ୍ୟାଥିକ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇନାହାନ୍ତି। ଜଣେ ଡାକ୍ତର ଡେପୁଟେଶନ୍‌ରେ ସପ୍ତାହକୁ ୩ଦିନ ଆସୁଛନ୍ତି। ବାରବାଟିଆ, ଶୁଖଷଣ୍ଡା ଓ ପୁରୁଷୋତ୍ତମପୁର ହୋମିଓ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଓଳି ଡାକ୍ତର ରୋଗୀ ଦେଖୁଥିବା ବେଳେ ଅପରାହ୍ନରେ ଚିକିତ୍ସା କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଓ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪ଜଣ ଡାକ୍ତର ଅଛନ୍ତି। ଦୀର୍ଘଦିନରୁ ଏଠାରେ ଭେଷଜ, ଶିଶୁ, ଅସ୍ଥିଶଲ୍ୟ, ଦନ୍ତ ଓ ଚକ୍ଷୁ ବିଶେଷଜ୍ଞ ନ ଥିବାରୁ ସ୍ବାସ୍ଥ୍ୟସେବା ବେହାଲ ହୋଇପଡିଛି। ରାଜ୍ୟ ସରକାରଙ୍କ ସୁନେତ୍ର ଯୋଜନାରେ ଅଦ୍ୟାବଧି ସ୍ବାସ୍ଥ୍ୟସେବାରେ ଡାକ୍ତର ନିଯୁକ୍ତି ନ ହେବା ଓ ଆବଶ୍ୟକ ପରୀକ୍ଷା ନୀରିକ୍ଷା ପାଇଁ ଉପକରଣ ଯୋଗାଇ ନ ଦେବା ଏହି ଯୋଜନା ଫଳପ୍ରଦ ହେଉ ନ ଥିବା ବେଳେ ଆଖିଜନିତ ସମସ୍ୟା ପାଇଁ ଲୋକେ କଟକ, ଭୁବନେଶ୍ୱର କିମ୍ବା କୋଲକାତା ଯିବାକୁ ପଡୁଛି। ସର୍ବବୃହତ୍‌ ବ୍ଲକ ଓ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଭୋଗରାଇରେ ସ୍ବାସ୍ଥ୍ୟସେବା ଉପରୁ ଭରସା ତୁଟୁଥିବାରୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘଦିନର ଦାବି ହୋଇଆସୁଛି। ସରକାର ଅଦ୍ୟାବଧି ତାହା ପୂରଣ କରି ନ ଥିବାରୁ ଜନଅସନ୍ତୋଷ ଦେଖାଦେଇଛି। ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଭୋଗରାଇ ସ୍ବାସ୍ଥ୍ୟସେବାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକାରଙ୍କଠାରେ ଦାବି କରିବା ପରେ ରାଜ୍ୟ ସରକାର ୧.୬୯ କୋଟିର ଆର୍ଥିକ ଅନୁଦାନ ଦେଇଥିବାର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅପାରଗତା ଓ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ସ୍ବାସ୍ଥ୍ୟସେବା ବିଗିଡିବାରେ ଲାଗିଛି ବୋଲି କଂଗ୍ରେସ ନେତା ସତ୍ୟଶିବ ଦାସ କହିଛନ୍ତି। ଭୋଗରାଇରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଥିବାରୁ ଲୋକେ ସ୍ବାସ୍ଥ୍ୟ ସେବା ଉପରେ ଭରସା ନ ରଖି କଟକ, ଭୁବନେଶ୍ୱରକୁ ଦୌଡ଼ି ନୟାନ୍ତ ହେଉଥିବାରୁ ସାମାଜିକ କର୍ମୀ ହରନାରାୟଣ ରାଉତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ଇରାନ-ଆମେରିକା ଯୁଦ୍ଧବିରତି ମଧ୍ୟରେ ଇସ୍ରାଏଲର ବଡ଼ ଦାବି: ହିଜବୁଲ୍ଲା ମୁଖ୍ୟଙ୍କ ଘନିଷ୍ଠ ସହଯୋଗୀ ନିହତ

ନୂଆଦିଲ୍ଲୀ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ୧୪ ଦିନିଆ ଯୁଦ୍ଧବିରତି ପାଇଁ ସହମତ ହୋଇଥିଲେ ମଧ୍ୟ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ସମୟରେ, ଇସ୍ରାଏଲ ହିଜବୁଲ୍ଲା…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ଆମେରିକା-ଇରାନ ଯୁଦ୍ଧରେ ମଧ୍ୟସ୍ଥତା କରିବା ପରେ ଏତେ ବଡ଼ ପୁରସ୍କାର ମାଗିଦେଲା ପାକିସ୍ତାନ, ସାରା ବିଶ୍ୱ ଚକିତ

ଇସଲାମାବାଦ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତିରେ ସାମିଲ ହେବାରେ ପାକିସ୍ତାନ ଅତ୍ୟନ୍ତ ଖୁସି। ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି ଯେ ଏହି ସଙ୍କଟକୁ ଏଡାଇବାରେ ଇସଲାମାବାଦ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri