‘ଯେଉଁ ଭାଷାରେ ବି ଫିଲ୍ମ କରେ, ତାକୁ ସମ୍ମାନ କରେ’

ସାଉଥ୍‌ ଅଭିନେତ୍ରୀ ରାଶି ଖାନ୍ନାଙ୍କୁ କିଏ ବା ନ ଜାଣେ। ଅଜୟ ଦେବଗନଙ୍କ ୱେବସିରିଜ ‘ରୁଦ୍ର’ରୁ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିଛନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି। ତେବେ ଅଭିନେତ୍ରୀ ଏବେ ଅଡୁଆରେ ଫସିଛନ୍ତି ବୋଲି ଚର୍ଚ୍ଚା ହେଉଛି। ସେ କୁଆଡେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ନାଁ ଖରାପ କରୁଥିବା ନେଇ ଅଭିଯୋଗ ହୋଇଛି।

ନିକଟରେ ଏକ ସାକ୍ଷାତକାରରେ ବଲିଉଡ୍‌ ଓ ସାଉଥ୍‌ ଇଣ୍ଡଷ୍ଟ୍ରି ମଧ୍ୟରେ ଥିବା ତଫାତ୍‌କୁ ନେଇ ପଚରାଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ, ବଲିଉଡ୍‌ ଠାରୁ ପୂରାପୂରି ଭିନ୍ନ ସାଉଥ୍‌ ଇଣ୍ଡଷ୍ଟ୍ରି। ୱେବସିରିଜ ‘ରୁଦ୍ର’ରେ ତାଙ୍କ ଯେଉଁ ଚରିତ୍ର ମିଳିଛି ତାହା ମଧ୍ୟ ବହୁତ ଭିନ୍ନ। ପ୍ରଥମ ଥର ଏଭଳି ଚରିତ୍ରରେ ଅଭିନୟ କରିବା ପାଇଁ ସେ ସୁଯୋଗ ପାଇଥିବା କହିଥିଲେ। ଏଥିସହ ସେ ଆହୁରି କହିଥିଲେ,‘ସାଉଥ୍‌ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ କୌଣସି ଅସ୍ତିତ୍ୱ ନାହିଁ। ତାଙ୍କୁ ସମ୍ମାନ ମିଳୁନି।’ ଅଭିନେତ୍ରୀଙ୍କ ଏହି ବୟାନକୁ ନେଇ ଏବେ ବିବାଦ ଉପୁଜିଛି। ସେ ସାଉଥ ଇଣ୍ଡଷ୍ଟ୍ରିକୁ ବଦନାମ କରିବା ସହ ତା’ ଛବିକୁ ବିଗାଡୁଥିବା ନେଇ କୁହାଯାଉଛି। ବର୍ତ୍ତମାନ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ରାଶି। ସେ ଟୁଇଟ୍‌ କରି କହିଛନ୍ତି, ‘ସାଉଥ ଫିଲ୍ମକୁ ନେଇ ମୋ ବିଷୟରେ ମନଗଢ଼ା କଥା ଓ ଭୁଲ ତଥ୍ୟ ସୋସିଆଲ ମିଡିଆରେ ପ୍ରସାରିତ କରାଯାଉଛି। ଯେଉଁମାନେ ଏଭଳି କରୁଛନ୍ତି ଦୟାକରି ଏଭଳି କରିବା ବନ୍ଦ କରିଦିଅନ୍ତୁ। ମୁଁ ଯେଉଁ ଭାଷାରେ ବି ଫିଲ୍ମ କରେ, ତାକୁ ବେଶ୍‌ ସମ୍ମାନ କରେ।’

Share