ନୂଆଗାଁରେ ଅନର କିଲିଂ ଝିଅକୁ ପିଟି ପିଟି ହତ୍ୟା

ନୂଆଗାଁ,୧୫।୧୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ ସୋରଡ଼ା ଗାଁରେ ଏକ ଅନର କିଲିଂ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଏକ କାରରେ ନିଆଯାଇ କନ୍ଧମାଳ ଜିଲାର ଏକ ଜଙ୍ଗଲରେ ପୋତି ଦିଆଯାଇଥିଲା। ପୋଲିସ ମୃତଦେହ ଜବତ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଉକ୍ତ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକଙ୍କ ସମ୍ପର୍କୀୟ ଭାଇ ବିକାଶ ନାୟକ,ଚିନ୍ମୟ ନାୟକ ଓ ମଉସା ପତିତପାବନ ପ୍ରଧାନ। ମୃତକଙ୍କ ବାପା ଫେରାର ଅଛନ୍ତି। ମୃତଦେହ ନିଆଯାଇଥିବା କାରକୁ ପୋଲିସ ଜବତ କରିଛି। ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ସୋରଡ଼ା ଗ୍ରାମରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ନୂଆଗାଁ ଥାନା ପୋଲିସ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନୂଆଗାଁ ଥାନା ସୋରଡ଼ା ଗ୍ରାମର ବିପ୍ରବର ନାୟକଙ୍କ ଝିଅ ତୁଳସୀ(୧୭) ସ୍ଥାନୀୟ ଏକ କଲେଜରେ ଯୁକ୍ତ୨ ପଢିବା ସମୟରେ ଜଣେ ବିବାହିତ ଯୁବକଙ୍କ ପ୍ରେମରେ ପଡିଥିଲେ। ଏ କଥା ଜଣାପଡ଼ିବା ପରେ ତୁଳସୀଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଯୁବକଙ୍କ ସହିତ ତୁଳସୀ ଯେପରି ଆଉ ନ ମିଶି ପାରନ୍ତି ସେଥିପାଇଁ କଟକଣା ଜାରି କରାଯାଇଥିଲା। ହେଲେ ତୁଳସୀ ଘରୁ ଲୁଚି ସେହି ଯୁବକଙ୍କ ସହ ଘରଛାଡି କେଉଁ ଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ତୁଳସୀଙ୍କ ପତ୍ତା ମିଳି ନ ଥିଲା। ଅନ୍ୟ କୌଣସି ଉପାୟ ନ ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ପୋଲିସ ତୁଳସୀଙ୍କୁ ଉଦ୍ଧାର କରି ନୟାଗଡ଼ ସୁଧାରଗୃହରେ ରଖିଥିଲା। ଏହି ଘଟଣା ପରେ ପରିବାର ଲୋକେ ଲଜ୍ଜିତ ହୋଇଥିଲେ। ସାହି ପଡ଼ିଶାଙ୍କ ଟାହିଟାପରା ସେମାନଙ୍କୁ ମର୍ମାହତ କରିଥିଲା। ତୁଳସୀ ନାବାଳିକା ଥିବାରୁ ତାଙ୍କୁ ପରିବାର ଲୋକେ ସୁଧାରଗୃହରୁ ଆଣି ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। କିଛିଦିନ ତୁଳସୀ ସେଠାରେ ରହିବା ପରେ ଘରକୁ ଆସିଥିଲେ। ହେଲେ ଘରକୁ ଫେରିବାର ୨ ଦିନ ପରେ ତୁଳସୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଘରେ ତୁଳସୀଙ୍କୁ ଦେଖିବା ପରେ ବାପା ବିପ୍ର କ୍ରୋଧାନ୍ବିତ ହୋଇ ତାଙ୍କୁ ପିଟିପିଟି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ଝିଅକୁ ମାରିବା ପରେ ଉକ୍ତ ଘଟଣାକୁ ଚାପି ଦେବା ପାଇଁ ବିପ୍ରବର ନିଜ ପୁତୁରା ବିକାଶ ନାୟକ ଓ ଚିନ୍ମୟ ନାୟକଙ୍କ ସହ ସମ୍ପର୍କୀୟ ପତିତପାବନ ପ୍ରଧାନଙ୍କ ସହଯୋଗରେ ଏକ କାର(ନଂ.ଓଡି୦୨ବିଏକ୍ସ ୨୯୮୬)ରେ ମୃତଦେହକୁ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧୀନ ଜେକେଗାଁ କେରେଡା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ମୃତଦେହକୁ ପୋତି ଦେଇଥିଲେ। ଏ ସଂକ୍ରାନ୍ତରେ ସାମାନ୍ୟ ସୁରାକ୍‌ ପାଇବା ପରେ ନୂଆଗାଁ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ପ୍ରଥମେ ୨ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ପୋଲିସ ପକ୍ଷରୁ ଏକ ମାମଲା(ନଂ. ୧୮୬/୨୩) ରୁଜୁ ହୋଇଛି। ନୂଆଗାଁ ଥାନା ପୋଲିସ କେରେଡା ଜଙ୍ଗଲରେ ପୋତି ଦିଆଯାଇଥିବା ମୃତଦେହକୁ ଦଶପଲ୍ଲା ଓ ଫିରିଙ୍ଗିଆ ପୋଲିସ ସହାୟତାରେ ମାଟି ଖୋଳି ଜବତ କରିଛି। ମୃତଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତୁଳସୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri