ନୂଆଗାଁରେ ଅନର କିଲିଂ ଝିଅକୁ ପିଟି ପିଟି ହତ୍ୟା

ନୂଆଗାଁ,୧୫।୧୧(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଧୀନ ସୋରଡ଼ା ଗାଁରେ ଏକ ଅନର କିଲିଂ ଘଟଣା ଘଟିଛି। ଜଣେ ନାବାଳିକାଙ୍କୁ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଏକ କାରରେ ନିଆଯାଇ କନ୍ଧମାଳ ଜିଲାର ଏକ ଜଙ୍ଗଲରେ ପୋତି ଦିଆଯାଇଥିଲା। ପୋଲିସ ମୃତଦେହ ଜବତ କରିବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି। ଉକ୍ତ ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମୃତକଙ୍କ ସମ୍ପର୍କୀୟ ଭାଇ ବିକାଶ ନାୟକ,ଚିନ୍ମୟ ନାୟକ ଓ ମଉସା ପତିତପାବନ ପ୍ରଧାନ। ମୃତକଙ୍କ ବାପା ଫେରାର ଅଛନ୍ତି। ମୃତଦେହ ନିଆଯାଇଥିବା କାରକୁ ପୋଲିସ ଜବତ କରିଛି। ମଙ୍ଗଳବାର ସାଇଣ୍ଟିଫିକ୍‌ ଟିମ୍‌ ସୋରଡ଼ା ଗ୍ରାମରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ନୂଆଗାଁ ଥାନା ପୋଲିସ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ନୂଆଗାଁ ଥାନା ସୋରଡ଼ା ଗ୍ରାମର ବିପ୍ରବର ନାୟକଙ୍କ ଝିଅ ତୁଳସୀ(୧୭) ସ୍ଥାନୀୟ ଏକ କଲେଜରେ ଯୁକ୍ତ୨ ପଢିବା ସମୟରେ ଜଣେ ବିବାହିତ ଯୁବକଙ୍କ ପ୍ରେମରେ ପଡିଥିଲେ। ଏ କଥା ଜଣାପଡ଼ିବା ପରେ ତୁଳସୀଙ୍କ ଘରେ ଅଶାନ୍ତି ସୃଷ୍ଟି ହୋଇଥିଲା। ସମ୍ପୃକ୍ତ ଯୁବକଙ୍କ ସହିତ ତୁଳସୀ ଯେପରି ଆଉ ନ ମିଶି ପାରନ୍ତି ସେଥିପାଇଁ କଟକଣା ଜାରି କରାଯାଇଥିଲା। ହେଲେ ତୁଳସୀ ଘରୁ ଲୁଚି ସେହି ଯୁବକଙ୍କ ସହ ଘରଛାଡି କେଉଁ ଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି କରିବା ପରେ ତୁଳସୀଙ୍କ ପତ୍ତା ମିଳି ନ ଥିଲା। ଅନ୍ୟ କୌଣସି ଉପାୟ ନ ପାଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଶେଷରେ ପୋଲିସ ତୁଳସୀଙ୍କୁ ଉଦ୍ଧାର କରି ନୟାଗଡ଼ ସୁଧାରଗୃହରେ ରଖିଥିଲା। ଏହି ଘଟଣା ପରେ ପରିବାର ଲୋକେ ଲଜ୍ଜିତ ହୋଇଥିଲେ। ସାହି ପଡ଼ିଶାଙ୍କ ଟାହିଟାପରା ସେମାନଙ୍କୁ ମର୍ମାହତ କରିଥିଲା। ତୁଳସୀ ନାବାଳିକା ଥିବାରୁ ତାଙ୍କୁ ପରିବାର ଲୋକେ ସୁଧାରଗୃହରୁ ଆଣି ଜଣେ ସମ୍ପର୍କୀୟଙ୍କ ଘରେ ରଖିଥିଲେ। କିଛିଦିନ ତୁଳସୀ ସେଠାରେ ରହିବା ପରେ ଘରକୁ ଆସିଥିଲେ। ହେଲେ ଘରକୁ ଫେରିବାର ୨ ଦିନ ପରେ ତୁଳସୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଘରେ ତୁଳସୀଙ୍କୁ ଦେଖିବା ପରେ ବାପା ବିପ୍ର କ୍ରୋଧାନ୍ବିତ ହୋଇ ତାଙ୍କୁ ପିଟିପିଟି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି। ଝିଅକୁ ମାରିବା ପରେ ଉକ୍ତ ଘଟଣାକୁ ଚାପି ଦେବା ପାଇଁ ବିପ୍ରବର ନିଜ ପୁତୁରା ବିକାଶ ନାୟକ ଓ ଚିନ୍ମୟ ନାୟକଙ୍କ ସହ ସମ୍ପର୍କୀୟ ପତିତପାବନ ପ୍ରଧାନଙ୍କ ସହଯୋଗରେ ଏକ କାର(ନଂ.ଓଡି୦୨ବିଏକ୍ସ ୨୯୮୬)ରେ ମୃତଦେହକୁ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଧୀନ ଜେକେଗାଁ କେରେଡା ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ମୃତଦେହକୁ ପୋତି ଦେଇଥିଲେ। ଏ ସଂକ୍ରାନ୍ତରେ ସାମାନ୍ୟ ସୁରାକ୍‌ ପାଇବା ପରେ ନୂଆଗାଁ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ପ୍ରଥମେ ୨ ଜଣକୁ ଅଟକ ରଖି ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ପୋଲିସ ପକ୍ଷରୁ ଏକ ମାମଲା(ନଂ. ୧୮୬/୨୩) ରୁଜୁ ହୋଇଛି। ନୂଆଗାଁ ଥାନା ପୋଲିସ କେରେଡା ଜଙ୍ଗଲରେ ପୋତି ଦିଆଯାଇଥିବା ମୃତଦେହକୁ ଦଶପଲ୍ଲା ଓ ଫିରିଙ୍ଗିଆ ପୋଲିସ ସହାୟତାରେ ମାଟି ଖୋଳି ଜବତ କରିଛି। ମୃତଦେହର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତୁଳସୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri