୨ ଏଡିଟରଙ୍କ ବିରୋଧରେ ଦେଶଦ୍ରୋହ

ହଂକଂ,୩୦।୧୨: ହଂକଂର ଦୁଇଜଣ ପୂର୍ବତନ ସମ୍ପାଦକ(ଏଡିଟର)ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦେଶ ବିରୋଧୀ ଲେଖା ପ୍ରକାଶ କରିବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡ ନ୍ୟୁଜ୍‌ର ୨ ସମ୍ପାଦକଙ୍କ ଜାମିନ ଆବେଦନକୁ ଗୁରୁବାର ସ୍ଥାନୀୟ ଅଦାଲତ ଖାରଜ କରିଦେଇଛନ୍ତି।

ହଂକଂ ନେତା କାରି ଲାମ୍‌ ଷ୍ଟାଣ୍ଡ ନ୍ୟୁଜ୍‌ ଉପରେ ଚଢ଼ାଉକୁ ସମର୍ଥନ କରିଛନ୍ତି। ଅନ୍ୟ ପକ୍ଷରେ ଗିରଫ ବ୍ୟକ୍ତିମାନଙ୍କୁ ମୁକ୍ତ କରିବା ଲାଗି ଆମେରିକା ପରରାଷ୍ଟ୍ର ସଚିବ ଆନ୍ଥୋନୀ ବ୍ଲିକେନ୍‌ ହଂକଂ କର୍ତ୍ତୃପକ୍ଷଙ୍କୁ ଆହ୍ବାନ ଦେଇଛନ୍ତି। ପୋଲିସ ଚଢ଼ାଉରେ କାନାଡା ନାଗରିକ ତଥା ଗାୟକ ଡେନିସ୍‌ ହୋ’ଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କାନାଡା ବହିର୍ବ୍ୟାପାର ମନ୍ତ୍ରୀ ନେଲାନି ଜୋଲି ଉଦ୍‌ବେଗ ପ୍ରକାଶ କରିଛନ୍ତି।

Share