ବାଜଓ୍ବା-ଫୈଜ ଫିଲ୍ମ ଅଭିନେତ୍ରୀଙ୍କ ଦ୍ୱାରା କରୁଥିଲେ ହନିଟ୍ରାପ: ପୂର୍ବତନ ସେନା ଅଧିକାରୀ…

ଇସଲାମାବାଦ,୩।୧ : ପାକିସ୍ତାନୀ ସେନାର ପୂର୍ବତନ ମେଜର ଜେନେରାଲ ଆଦିଲ ରାଜାଙ୍କ ଦାବି ଏବଂ ପର୍ଦ୍ଦାଫାଶ ପାକିସ୍ତାନରେ ରାଜନୈତିକ ଦୁନିଆଠାରୁ ଆରମ୍ଭ କରି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଏକ ଭୂକମ୍ପ ସୃଷ୍ଟି କରିଛି। ପୂର୍ବତନ ସାମରିକ ଅଧିକାରୀ ତଥା ପ୍ରସିଦ୍ଧ ୟୁଟ୍ୟୁବର୍‌ ଆଦିଲ ରାଜା ତାଙ୍କର ସର୍ବଶେଷ ଭିଡିଓ ବ୍ଲଗରେ ସମ୍ବେଦନଶୀଳ ଦାବି କରି କହିଛନ୍ତି ଯେ ପାକିସ୍ତାନୀ ସେନାର ବରିଷ୍ଠ ଅଧିକାରୀମାନେ ଦେଶର ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ରାଜନୈତିକ କ୍ଷେତ୍ରରେ ହନିଟ୍ରାପ କରିବା ପାଇଁ ବ୍ୟବହାର କରୁଥିଲେ।

କେବଳ ଏତିକି ନୁହେଁ, ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଜେନେରାଲ ଫୈଜ ହମିଦ ଏହି ଅଭିନେତ୍ରୀମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ମଧ୍ୟ ଦାବି କରିଛନ୍ତି। ବର୍ତ୍ତମାନ ଲଣ୍ଡନରେ ରହୁଥିବା ପୂର୍ବତନ ସେନା ଅଧିକାରୀଙ୍କ ଏହି ଦାବି ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ଏହା ବିଷୟରେ ଭିନ୍ନ ଭିନ୍ନ କଥା କହୁଛନ୍ତି। ଏଥି ସହିତ ପାକିସ୍ତାନୀ ଅଭିନେତ୍ରୀମାନେ ମଧ୍ୟ ଆଦିଲଙ୍କ ଦାବି ଉପରେ ପ୍ରତିକ୍ରିୟା ରଖି ଏହାର ବିରୋଧ କରିଛନ୍ତି।

ଭିଡିଓ ବ୍ଲଗରେ ଆଦିଲ ରାଜା ଗୋଟିଏ ପରେ ଗୋଟିଏ ଅନେକ ଦାବି କରିଛନ୍ତି। ସେ କହିଛନ୍ତି ଯେ ସେନା ଅଧିକାରୀମାନେ ପାକିସ୍ତାନର ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀମାନଙ୍କୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଥାନ୍ତି। ସେ କହିଛନ୍ତି ଯେ ଦେଶର ଶକ୍ତିଶାଳୀ ପଦବୀରେ ବସିଥିବା ଅଧିକାରୀ ଏବଂ ନେତାମାନଙ୍କୁ ଫଶାଇବା ଏବଂ ବ୍ଲାକମେଲ କରିବା ପାଇଁ ସେନାର ବରିଷ୍ଠ ଅଧିକାରୀମାନେ ଏହି ଅଭିନେତ୍ରୀମାନଙ୍କୁ ସେମାନଙ୍କ ନିକଟକୁ ପଠାନ୍ତି ଏବଂ ପରେ ସେମାନଙ୍କ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରନ୍ତି। ଯାହା ପରେ ସେମାନେ ସେହି ନେତା ଏବଂ ଅଧିକାରୀମାନଙ୍କୁ ସେମାନଙ୍କର କାର୍ଯ୍ୟ ବ୍ଲାକମେଲ କରନ୍ତି।

ଆଦିଲ ରାଜା ତାଙ୍କ ଭିଡିଓ ବ୍ଲଗରେ ଏହି ମଡେଲ ଏବଂ ଅଭିନେତ୍ରୀଙ୍କ ନାମ ଉଲ୍ଲେଖ କରି ନାହାଁନ୍ତି। କିନ୍ତୁ ସେମାନଙ୍କ ନାମର ପ୍ରଥମ ଇଂଲିଶ୍‌ ଅକ୍ଷର ଦେଇଛନ୍ତି। ଆଦିଲ ରାଜା କହିଛନ୍ତି ଯେ ମୁଁ ତାଙ୍କ ନାମ ନେବି ନାହିଁ, କିନ୍ତୁ ଯେଉଁମାନେ ଏହାକୁ ବୁଝି ପାରିବେ ସେମାନଙ୍କ ପାଇଁ ଏମଏଚ,ଏମକେ ଏବଂ ଏସଏ ଇଂଲିଶ୍‌ ଅକ୍ଷର ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri