Categories: ଜାତୀୟ

ହନିପ୍ରୀତ ଏବେ ରୁହାନି ଦିଦି

ନୂଆଦିଲ୍ଲୀ,୨୭।୧୦: ପାରୋଲ୍‌ରେ ଆସିଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମରହିମ ପାଳିତ କନ୍ୟା ହନିପ୍ରୀତ ଇନ୍‌ସାନ୍‌ଙ୍କ ନାମ ବଦଳାଇ ରୁହାନି ଦିଦି କରିଛନ୍ତି। ହନିପ୍ରୀତଙ୍କୁ ସମସ୍ତେ ଦିଦି ସମ୍ବୋଧନ କରୁଥିବାବେଳେ ଏହା ଅନେକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ସେଥିପାଇଁ ତାଙ୍କ ନାମକୁ ବଦଳାଇ ଆଜିଠାରୁ ରୁହାନି ଦିଦି ରଖାଯାଇଛିି।

ଅତି ସ୍ନେହରେ ତାଙ୍କୁ ଲୋକେ ‘ରୁହ୍‌ ଦି’ ଡାକିପାରିବେ ବୋଲି ରାମରହିମ କହିଛନ୍ତି।
ଡେରାରେ ରହୁଥିବା ସାଧ୍ୱୀଙ୍କୁ ବଳାତ୍କାର ଅଭିଯୋଗରେ ରାମରହିମଙ୍କୁ ହରିୟାଣା ପୋଲିସ ଗିରଫ କରିଥିଲା। ଏହାର ପ୍ରତିବାଦରେ ବିକ୍ଷୋଭବେଳେ ହିଂସା ଭିଆଇବା ନେଇ ହନିପ୍ରୀତଙ୍କୁ ଗିରଫ କରାଯାଇଥିଲା। ତାଙ୍କ ପ୍ରକୃତ ନାମ ପ୍ରିୟଙ୍କା ତନେଜା। ଶିଷ୍ୟାଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାମରହିମଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡ ମିଳିଥିବାବେଳେ ଏବେ ସେ ୪୦ ଦିନିଆ ପାରୋଲ୍‌ରେ ଆସିଛନ୍ତି।

ଅନ୍‌ଲାଇନ୍‌ରେ ପ୍ରବଚନ ଦେବା ସହ ଦୀପାଳବି ଅବସରରେ ୟୁଟ୍ୟୁବ୍‌ରେ ନିଜର ଏକ ମ୍ୟୁଜିକ୍‌ ଭିଡିଓ ରିଲିଜ୍‌ କରିଛନ୍ତି। ରାମ ରହିମଙ୍କ ଏ ପ୍ରକାର କାର୍ଯ୍ୟକଳାପ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ଏମ୍‌.ଏଲ୍‌ ଖଟ୍ଟର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।

Share