Posted inଜାତୀୟ

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ପ୍ରଥମେ ଏହା ଏକ ‘ହିଟ୍-ଏଣ୍ଡ-ରନ୍’ ମାମଲା ଭଳି ମନେ ହେଉଥିଲେ ମଧ୍ୟ ପୋଲିସ ତଦନ୍ତ ପରେ ଏହି ଜଘନ୍ୟ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି।

୩ ମାସ ପୂର୍ବରୁ ଆଶିଷ ଏବଂ ଅଞ୍ଜୁଙ୍କ ବିବାହ ହୋଇଥିଲା। ଗତ ଜାନୁଆରୀ ୩୦ ତାରିଖ ରାତି ପ୍ରାୟ ୯ଟା ସମୟରେ ଉଭୟ ଖାଇସାରି ବୁଲିବାକୁ ଯାଇଥିଲେ। ଅଞ୍ଜୁଙ୍କ କହିବା ଅନୁଯାୟୀ, ଏକ ଅଜ୍ଞାତ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଯେଉଁଥିରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା। କେବଳ ସେତିକି ନୁହେଁ, ଅଭିଯୁକ୍ତମାନେ ଅଞ୍ଜୁଙ୍କ ସୁନା ଅଳଙ୍କାର ଲୁଟି ନେଇଥିବା ଏବଂ ସେ ଅଚେତ ହୋଇ ପଡ଼ିଥିବା ସେ ପୋଲିସକୁ କହିଥିଲେ।

Ashish and Anju married three months ago.

ଶ୍ରୀଗଙ୍ଗାନଗର ଏସପି ଅମୃତା ଦୁହାନଙ୍କ ସୂଚନା ଅନୁଯାୟୀ, ପୋଲିସର ତଦନ୍ତ ସମୟରେ ଅଞ୍ଜୁଙ୍କ ବୟାନରେ ଅନେକ ଅସଙ୍ଗତି ଦେଖାଦେଇଥିଲା। ଆଶିଷଙ୍କ ଶରୀରରେ ଆଘାତ ଚିହ୍ନ ସହ ଗଳା ଚିପି ହତ୍ୟା କରାଯାଇଥିବା ପ୍ରମାଣ ମିଳିଥିଲା। ଅନ୍ୟପଟେ, ଅଞ୍ଜୁଙ୍କ ଶରୀରରେ କୌଣସି ଆଘାତ ନଥିଲା। ପରେ ଅଞ୍ଜୁ ନିଜ ପୂର୍ବ ପ୍ରେମିକ ସଞ୍ଜୁ ସହ ନିୟମିତ ଯୋଗାଯୋଗରେ ଥିବା ଜଣାପଡ଼ିଥିଲା।

Anju planned Ashishs murder with her ex-boyfriend.

ତେବେ ରିପୋର୍ଟ ଅନୁଯାୟୀ ଅଞ୍ଜୁ ନିଜ ବାହାଘରରେ ଖୁସି ନଥିଲେ। ପ୍ରେମିକ ସଞ୍ଜୁ ସହ ମିଶି ଆଶିଷଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସଞ୍ଜୁ ଏବଂ ତାଙ୍କର ଦୁଇ ସହଯୋଗୀ (ରକି ଓ ବାଦଲ) ପୂର୍ବରୁ ଏକ ନିଛାଟିଆ ରାସ୍ତାରେ ଲୁଚି ରହିଥିଲେ। ଅଞ୍ଜୁ ଆଶିଷଙ୍କୁ ସେହି ସ୍ଥାନକୁ ନେଇଯିବା ପରେ ସମସ୍ତେ ମିଶି ତାଙ୍କୁ ହତ୍ୟା କରିଥିଲେ। ଲୁଟ୍‌ର ରୂପ ଦେବା ପାଇଁ ଅଞ୍ଜୁ ନିଜ ଫୋନ୍ ଓ କାନଫୁଲ ସେମାନଙ୍କୁ ଦେଇଦେଇଥିଲେ।

हत्या करने वाले आरोपी

ମେଘାଳୟ ହନିମୁନ୍ ମର୍ଡର ସହ ସମାନତା
ଏହି ଘଟଣାଟି କିଛି ଦିନ ପୂର୍ବରୁ ମେଘାଳୟରେ ଘଟିଥିବା ‘ସୋନମ୍ ଓ ରାଜା’ ହତ୍ୟାକାଣ୍ଡ ସହ ବହୁତ ମେଳ ଖାଉଛି। ଯେଉଁଠି ସ୍ତ୍ରୀ ସୋନମ୍ ନିଜ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହନିମୁନ୍ ସମୟରେ ହତ୍ୟା କରିଥିଲେ।

Latest and Breaking News on NDTV

ବର୍ତ୍ତମାନ ପୋଲିସ ଅଞ୍ଜୁ, ପ୍ରେମିକ ସଞ୍ଜୁ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଦ୍ଧାଧିକ ଦେଶ ସ୍କୁଲରେ ଫୋନ୍‌ ନିଷେଧ କଲେଣି: ୟୁନେସ୍କୋ

ନୂଆଦିଲ୍ଲୀ,୨୩ା୩(ପି.ଟି.): ଶ୍ରେଣୀଗୃହରେ ପିଲାମାନଙ୍କ ଧ୍ୟାନ ହ୍ରାସ ପାଇବା ସହ ଇଣ୍ଟରନେଟ୍‌, ସୋସିଆଲ ମିଡିଆ ଏବଂ ମେସେଜିଂ ଆପ୍‌ ଜରିଆରେ ସେମାନଙ୍କୁ ଡରାଇବା, ଅପମାନିତ କରିବା ଓ ବଦନାମ କରିବା…

ଭାରତ ଦେବ ୟୁଆନ୍‌

ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଚତୁର୍ଥ ସପ୍ତାହରେ ପହଞ୍ଚିଛି। ସଦ୍ୟ ଘଟଣା ଦେଖିଲେ ଗୋଟିଏ ପଟେ ନତାଞ୍ଜ ଆଣବିକ କେନ୍ଦ୍ର ଉପରେ ଆମେରିକା ଓ…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri