Categories: ବାଣିଜ୍ୟ

ହୋଣ୍ଡାର ‘ଜିରୋ’ ସିରିଜ ଉନ୍ମୋଚିତ

ନୂଆଦିଲ୍ଲୀ,୧୫।୧: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ହୋଣ୍ଡା (ହୋଣ୍ଡା ମୋଟର କୋ. ଲିଃ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ‘ଜିରୋ’ ସିରିଜର ଓ୍ବାର୍ଲଡ ପ୍ରିମିୟର ଉନ୍ମୋଚନ ନିକଟରେ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଲାସ୍‌ଭେଗାସଠାରେ ଆୟୋଜିତ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ଶୋ (ସିଇଏସ୍‌-୨୦୨୪)ରେ କମ୍ପାନୀର ୨ଟି ବୈଦ୍ୟୁତିକ ଯାନ (ଇଲେକ୍ଟ୍ରି ଭେଇକିଲ/ ଇଭି) ‘ସାଲୁନ ଏବଂ ସ୍ପେସ୍‌ ହବ୍‌’ର ଶୁଭାରମ୍ଭ କରାଯାଇଛି। ଏପରିକି ୨ଟି ନ୍ୟୁ ଗ୍ଲୋବାଲ ଇଭି କନ୍‌ସେପ୍ଟ ମଡେଲ୍‌ସର ଶୁଭାରମ୍ଭ ହୋଇଯାଇଛି, ଯାହା ପ୍ରାୟତଃ ୨୦୨୬ ବେଳକୁ ବଜାରକୁ ଆସିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ କମ୍ପାନୀର ଇଭି ମଡେଲଗୁଡ଼ିକ ପାଇଁ ଏକ ସ୍ବତନ୍ତ୍ର ଡିଜାଇନ ଲୋଗୋ ‘ଏଚ୍‌ ମାର୍କ’ର ମଧ୍ୟ ଅନାବରଣ ହୋଇଯାଇଛି। ସେହିଭଳି ହୋଣ୍ଡା ଜିରୋ ସିରିଜରେ ଅନେକ ଫିଚର ଓ ଅତ୍ୟାଧୁନିକ ବୈଶିଷ୍ଟ୍ୟ ମଧ୍ୟ ସଂଯୋଗ ହୋଇଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି।

Share