ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଉନ୍ମୋଚିତ

ଭୁବନେଶ୍ୱର,୪।୧୦: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ୍‌ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସୁମୁ ଓଟାନି କହିଛନ୍ତି, ଭାରତ ବଜାରରେ ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ର ଅନାବରଣକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହାର ହାଇ-ଟେକ୍‌ ଫିଚର ଓ ବୈଶିଷ୍ଟ୍ୟ ସାଙ୍ଗକୁ ଆରାମଦାୟକ ଗାଡ଼ିଚାଳନା ଅଭିଜ୍ଞତା ପ୍ରଦାନ ସହିତ ଏଚ୍‌ଏମ୍‌ଏସ୍‌ଆଇ ନିଶ୍ଚିତ ଯେ ନୂତନ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଭ୍ରମଣପ୍ରେମୀମାନଙ୍କୁ ଉତ୍ସାହିତ କରିବ ଏବଂ ସେମାନଙ୍କ ଭ୍ରମଣ ଅଭିଜ୍ଞତାର ସ୍ତରରେ ଉନ୍ନତି ଆଣିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ହୋଣ୍ଡାର କିମ୍ବଦନ୍ତୀ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ଆଧୁନିକ ଭ୍ରମଣ ବର୍ଗର ଶ୍ରେଣୀରେ ଅଗ୍ରଣୀ ବିଳାସପୂର୍ଣ୍ଣତା,ଆରାମ ସହ କାର୍ଯ୍ୟଦକ୍ଷତା ଏବଂ ନିରପତ୍ତାରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବା ଜାରି ରଖିଛି। ଆମେ ଖୁସିର ସହ ଘୋଷଣା କରୁଛୁ ଯେ ନୂଆ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ପାଇଁ ବୁକିଂ ଆରମ୍ଭ ହୋଇଛି ଏବଂ ୨୦୨୩ ଅକ୍ଟୋବରରୁ ଭାରତରେ ଏହି ବିଳାସପୂର୍ଣ୍ଣ ବାଇକର ଡେଲିଭରି ଆରମ୍ଭ ହେବ।
ଅପରପକ୍ଷରେ ହୋଣ୍ଡା ଗୋଲ୍ଡ ୱିଙ୍ଗ୍‌ ଟୁର୍‌ରେ ଶକ୍ତିଶାଳୀ ୧୮୩୩ ସିସି ଲିକ୍ୱିଡ୍‌ କୁଲ୍‌ଡ, ୪-ଷ୍ଟ୍ରୋକ୍‌, ୨୪ ଭାଲ୍‌ଭ, ଫ୍ଲାଟ୍‌ ସିକ୍ସ-ସିଲିଣ୍ଡର ଇଞ୍ଜିନ ରହିଛି, ଯାହା ୯୩ କିଲୋୱାଟ୍‌ ଶକ୍ତି ଓ ୧୭୦ ଏନ୍‌ଏମ୍‌ ଟର୍କ ଉପତ୍ନ୍ନ କରୁଛି। ଏଥିରେ ୭ସ୍ପିଡ୍‌ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିଶନ ରହିଛି। ବିଶେଷ କରି ସିଙ୍ଗଲ ଡିଟିସି ଭାରିଆଣ୍ଟ ଗନମେଟାଲ୍‌ ବ୍ଲାକ୍‌ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ ଏହି ମଡେଲର ବଜାର (ଏକ୍ସ ଶୋ’ରୁମ୍‌ ଗୁରୁଗ୍ରାମ) ମୂଲ୍ୟ ୩୯,୨୦,୦୦୦ ଟଙ୍କା ରହିଛି।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ନ୍ୟୁ ଗୋଲ୍ଡ ୱିଙ୍ଗ୍‌ ଟୁର୍‌ ସିବିୟୁ ମାର୍ଗ ଦେଇ ଭାରତ ଆସିବ ଏବଂ ପ୍ରିମିୟମ ବିଗ୍‌ ୱିଙ୍ଗ୍‌ ଟପ୍‌ ଲାଇନ୍‌ ଡିଲରଶିପ୍‌ ମାଧ୍ୟମରେ ସ୍ବତନ୍ତ୍ର ଭାବେ ବିକ୍ରି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri