ହୋଣ୍ଡାର ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌

ନୂଆଦିଲ୍ଲୀ,୧୮ା୩ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂଆ ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ ବାଇକର ଉନ୍ମୋଚିତ ସହ ସାରା ଭାରତରେ କମ୍ପାନୀର ସ୍ବତନ୍ତ୍ର ବିଗ୍‌ ୱିଙ୍ଗ୍‌ ଟପ୍‌ଲାଇନ୍‌ ଶୋ’ରୁମ୍‌ରେ ବୁକିଂ ଆରମ୍ଭ ମଧ୍ୟ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସିକେଡି (କମ୍ପ୍ଲିଟ୍‌ଲି ନକ୍‌ ଡାଉନ୍‌) ଭାବେ ଏହି ନୂଆ ମୋଟରସାଇକଲ ଭାରତୀୟ ବଜାରରେ ପହଞ୍ଚିବ। ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର୍ସ ସ୍ପୋର୍ଟସ୍‌ ମଡେଲର ୨ଟି ଭାରିଆଣ୍ଟ-ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନ୍‌ରେ ମ୍ୟାଟ୍‌ ବାଲିଷ୍ଟିକ୍‌ ବ୍ଲାକ୍‌ ମେଟାଲିକ୍‌ ରଙ୍ଗ ଏବଂ ମାନୁଆଲ୍‌ ଟ୍ରାନ୍ସମିସନ୍‌ରେ ପର୍ଲ ଗ୍ଲେୟାର ହ୍ବାଇଟ୍‌ ଟ୍ରାଇକଲର ସ୍କିମ୍‌ ସହିତ ନୂଆ ଆକର୍ଷଣୀୟ ଷ୍ଟ୍ରାଇପ୍‌ରେ ଉପଲବ୍ଧ ହେବ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ୨୦୧୭ରେ ଆସିବା ପରଠାରୁ ଭାରତରେ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ଗାଡ଼ି ଚାଳନାର ସଂଜ୍ଞା ନିରୂପଣ କରିଛି। କିଛି ପାଦ ଆଗକୁ ବଢ଼ି ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ ନିଜର ପଥ ବାଛିବା ଏବଂ ଅଜଣା ସ୍ଥାନର ଅନୁସନ୍ଧାନ କରିବା ଲାଗି ଏହା ଚାଳକମାନଙ୍କୁ ଅନୁପ୍ରାଣିତ କରିଛି। ଅପରପକ୍ଷରେ ଏହାର ବୁକିଂ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ, ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ଅନୁସନ୍ଧାନ ପାଇଁ ଭାରତ ଏକ ବିବିଧ ଦୃଶ୍ୟପଟ ଓ ପଥ ପ୍ରଦର୍ଶନ କରୁଥିବା ବେଳେ ରୋମାଞ୍ଚ ଚାହୁଁଥିବା ଚାଳକଙ୍କ ଗୋଷ୍ଠୀ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଫ୍ରିକା ଟୁଇନ୍‌ର ସମ୍ପ୍ରଦାୟ ଏହାର ଡାକାର ରାଲି ଡିଏନ୍‌ଏ ସହିତ ଭାରତରେ ବୃଦ୍ଧି ପାଉଥିବା ବେଳେ ସବୁ ପ୍ରକାର ପଥରେ ଏହାର ଅତୁଳନୀୟ ଦକ୍ଷତାକୁ ଉପଭୋଗ କରୁଛି ଏବଂ ଏବେ ୨୦୨୨ ଆଫ୍ରିକା ଟୁଇନ୍‌ ସହିତ ଏହି ରୋମାଞ୍ଚ ସଂସ୍କୃତି ଆହୁରି ଉପରକୁ ଯିବ। ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ର ମାନୁଆଲ୍‌ ଟ୍ରାନ୍ସମିସନ୍‌ ମଡେଲର ପର୍ଲ ଗ୍ଲେୟାର ହ୍ବାଇଟ୍‌ କଲର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୬,୦୧,୫୦୦ ଟଙ୍କା ଓ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନର ମ୍ୟାଟ୍‌ ବାଲିଷ୍ଟିକ୍‌ ବ୍ଲାକ୍‌ ମେଟାଲିକ୍‌ ମଡେଲର ଏକ୍ସ ଶୋ’ରୁମ୍‌ ଦାମ୍‌ ୧୭,୫୫,୫୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri