ହୋଣ୍ଡାର ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌

ନୂଆଦିଲ୍ଲୀ,୧୮ା୩ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂଆ ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ ବାଇକର ଉନ୍ମୋଚିତ ସହ ସାରା ଭାରତରେ କମ୍ପାନୀର ସ୍ବତନ୍ତ୍ର ବିଗ୍‌ ୱିଙ୍ଗ୍‌ ଟପ୍‌ଲାଇନ୍‌ ଶୋ’ରୁମ୍‌ରେ ବୁକିଂ ଆରମ୍ଭ ମଧ୍ୟ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି। ସିକେଡି (କମ୍ପ୍ଲିଟ୍‌ଲି ନକ୍‌ ଡାଉନ୍‌) ଭାବେ ଏହି ନୂଆ ମୋଟରସାଇକଲ ଭାରତୀୟ ବଜାରରେ ପହଞ୍ଚିବ। ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର୍ସ ସ୍ପୋର୍ଟସ୍‌ ମଡେଲର ୨ଟି ଭାରିଆଣ୍ଟ-ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନ୍‌ରେ ମ୍ୟାଟ୍‌ ବାଲିଷ୍ଟିକ୍‌ ବ୍ଲାକ୍‌ ମେଟାଲିକ୍‌ ରଙ୍ଗ ଏବଂ ମାନୁଆଲ୍‌ ଟ୍ରାନ୍ସମିସନ୍‌ରେ ପର୍ଲ ଗ୍ଲେୟାର ହ୍ବାଇଟ୍‌ ଟ୍ରାଇକଲର ସ୍କିମ୍‌ ସହିତ ନୂଆ ଆକର୍ଷଣୀୟ ଷ୍ଟ୍ରାଇପ୍‌ରେ ଉପଲବ୍ଧ ହେବ।
ଏ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଆତସୁସି ଓଗାତା କହିଛନ୍ତି, ୨୦୧୭ରେ ଆସିବା ପରଠାରୁ ଭାରତରେ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ଗାଡ଼ି ଚାଳନାର ସଂଜ୍ଞା ନିରୂପଣ କରିଛି। କିଛି ପାଦ ଆଗକୁ ବଢ଼ି ୨୦୨୨ ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ ନିଜର ପଥ ବାଛିବା ଏବଂ ଅଜଣା ସ୍ଥାନର ଅନୁସନ୍ଧାନ କରିବା ଲାଗି ଏହା ଚାଳକମାନଙ୍କୁ ଅନୁପ୍ରାଣିତ କରିଛି। ଅପରପକ୍ଷରେ ଏହାର ବୁକିଂ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ, ବିକ୍ରି ଓ ମାର୍କେଟିଂ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି, ଅନୁସନ୍ଧାନ ପାଇଁ ଭାରତ ଏକ ବିବିଧ ଦୃଶ୍ୟପଟ ଓ ପଥ ପ୍ରଦର୍ଶନ କରୁଥିବା ବେଳେ ରୋମାଞ୍ଚ ଚାହୁଁଥିବା ଚାଳକଙ୍କ ଗୋଷ୍ଠୀ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଫ୍ରିକା ଟୁଇନ୍‌ର ସମ୍ପ୍ରଦାୟ ଏହାର ଡାକାର ରାଲି ଡିଏନ୍‌ଏ ସହିତ ଭାରତରେ ବୃଦ୍ଧି ପାଉଥିବା ବେଳେ ସବୁ ପ୍ରକାର ପଥରେ ଏହାର ଅତୁଳନୀୟ ଦକ୍ଷତାକୁ ଉପଭୋଗ କରୁଛି ଏବଂ ଏବେ ୨୦୨୨ ଆଫ୍ରିକା ଟୁଇନ୍‌ ସହିତ ଏହି ରୋମାଞ୍ଚ ସଂସ୍କୃତି ଆହୁରି ଉପରକୁ ଯିବ। ଆଫ୍ରିକା ଟୁଇନ୍‌ ଆଡ୍‌ଭେଞ୍ଚର ସ୍ପୋର୍ଟସ୍‌ର ମାନୁଆଲ୍‌ ଟ୍ରାନ୍ସମିସନ୍‌ ମଡେଲର ପର୍ଲ ଗ୍ଲେୟାର ହ୍ବାଇଟ୍‌ କଲର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧୬,୦୧,୫୦୦ ଟଙ୍କା ଓ ଡୁଆଲ୍‌ କ୍ଲଚ୍‌ ଟ୍ରାନ୍ସମିସନର ମ୍ୟାଟ୍‌ ବାଲିଷ୍ଟିକ୍‌ ବ୍ଲାକ୍‌ ମେଟାଲିକ୍‌ ମଡେଲର ଏକ୍ସ ଶୋ’ରୁମ୍‌ ଦାମ୍‌ ୧୭,୫୫,୫୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସିଖବର: ଏହି ସପ୍ତାହରେ DA ବୃଦ୍ଧି ଘୋଷଣା! ଜାଣନ୍ତୁ କେତେ ବଢିବ…

ନୂଆଦିଲ୍ଲୀ,୨୮।୯: କେନ୍ଦ୍ର ସରକାର ବର୍ଷକୁ ଦୁଇଥର ନିଜ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA (Dearness Allowance) ବୃଦ୍ଧି କରିଥାନ୍ତି। ଏଥିମଧ୍ୟରୁ ଗୋଟିଏ ବୃଦ୍ଧି ହୋଲି ସମୟରେ…

ଟାଟା ଷ୍ଟିଲ ଖଣ୍ଡବନ୍ଧ ଖଣି ସମ୍ମାନିତ

ଯୋଡ଼ା,୨୮ା୯(ମାନସ ମହାନ୍ତି): ସୁରକ୍ଷା, ସ୍ବାସ୍ଥ୍ୟ ଏବଂ ପରିବେଶ (ଏସ୍‌ଏଚ୍‌ଇ) ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଲୁହାପଥର ଖଣି ସମ୍ମାନିତ ହୋଇଛି। କୋଲକାତାଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?