ବଜାରରେ ହୋଣ୍ଡା ମୋଟରସାଇକେଲର ନୂଆ ସିବି ୩୫୦

ଭୁବନେଶ୍ୱର,୨୦।୧୧: ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ମଡେଲ ଅଲ୍‌ ନ୍ୟୁ ରେଟ୍ରୋ କ୍ଲାସିକ ସିବି୩୫୦କୁ ନିକଟରେ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଅଲ ନ୍ୟୁ ସିବି୩୫୦ର ଉନ୍ମୋଚନ ସହିତ ମଧ୍ୟମ ଆକାରର ୩୫୦ସିସି ମୋଟରସାଇକେଲ ବର୍ଗକୁ ସମ୍ପ୍ରସାରଣ କରିଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ହୋଣ୍ଡାର ସିବି ଡିଏନ୍‌ଏର ସମୃଦ୍ଧ ପରମ୍ପରାକୁ ଗର୍ବର ସହିତ ଏହା ଆଗକୁ ବଢ଼ାଇଛି ଏବଂ ଏହା ଗ୍ରାହକମାନଙ୍କୁ ଗାଡ଼ିଚାଳନାର ଖୁସି ପ୍ରଦାନ କରିବ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ର ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ସମ୍ପୂର୍ଣ୍ଣ ନୂଆ ସିବି୩୫୦ର ଉନ୍ମୋଚନ ଆମର ସମୃଦ୍ଧ ପ୍ରିମିୟମ ମୋଟରସାଇକେଲ ବ୍ୟବସାୟ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଥିବାବେଳେ ଉନ୍ମୋଚନ ପରଠାରୁ ଏହା ହୋଣ୍ଡାର ମଧ୍ୟମ ଓଜନର ୩୫୦ସିସି ମୋଟରସାଇକେଲ୍‌ ବିଭିନ୍ନ ବଜାରରେ ଗ୍ରାହକମାନଙ୍କୁ ଉଲ୍ଲସିତ କରିଛି।
ଉଲ୍ଲେଖଯୋଗ୍ୟ, ହୋଣ୍ଡାର ନୂଆ ସିବି ୩୫୦ରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ବ୍ୟବସ୍ଥା, ରେଟ୍ରୋ ଲୁକ୍‌, ମେଟାଲ୍‌ ଫେଣ୍ଡର, ଡିଜିଟାଲ ଆନାଲଗ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଆସିଷ୍ଟ ଆଣ୍ଡ୍‌ ସ୍ଲିପର କ୍ଲଚ୍‌, ହୋଣ୍ଡା ସିଲେକ୍ଟେବଲ୍‌ ଟର୍କ କଂଟ୍ରୋଲ, ଏମର୍ଜେନ୍ସି ଷ୍ଟପ ସିଗ୍ନାଲ, ଟେଲିସ୍କୋପିକ୍‌ ସାମ୍ନା ଫର୍କ, ନାଇଟ୍ରୋଜେନ ଚାର୍ଜଡ୍‌ ପଛ ସସ୍‌ପେନ୍‌ସନ, ଡିସ୍‌ ବ୍ରେକ୍‌, ଡୁଆଲ ଚ୍ୟାନେଲ୍‌ ଏବିଏସ୍‌, ୩୪୮.୩୬ ସିସି ଏୟାର କୁଲଡ୍‌, ୪ ଷ୍ଟ୍ରୋକ୍‌ ସିଙ୍ଗିଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଏମ୍‌ଜି-ଏଫ୍‌ଆଇ ଇଞ୍ଜିନ ସାମିଲ ରହିଛି। ଏପରିକି ୫ଟି ଆକର୍ଷଣୀୟ ରଙ୍ଗ (କଲର) ପ୍ରିସିୟସ୍‌ ରେଡ୍‌ ମେଟାଲିକ୍‌,ପର୍ଲ ଇଗ୍ନିଅସ ବ୍ଲାକ୍‌, ମ୍ୟାଟ୍‌ କ୍ରଷ୍ଟ ମେଟାଲିକ୍‌, ମ୍ୟାଟ ମାର୍ସଲ ଗ୍ରୀନ ମେଟାଲିକ ଓ ମ୍ୟାଟ୍‌ ଡ୍ୟୁନ ବ୍ରାଉନ ରଙ୍ଗରେ ଉକ୍ତ ମଡେଲ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri