Categories: ବାଣିଜ୍ୟ

ହୋଣ୍ଡା ଅଲ୍‌ ନ୍ୟୁ ସିଟିର ଅନାବରଣ

ଭୁବନେଶ୍ୱର,୧୫ା୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ୍‌ ନ୍ୟୁ ସିଟି’ର ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ ନିକଟରେ ଉକ୍ତ ମଡେଲର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଥିଲା। ଏହି ପରିପ୍ରେକ୍ଷୀରେ ଏଚ୍‌ସିଆଇଏଲ୍‌ର ସ୍ବୀକୃତିପ୍ରାପ୍ତ ଡିଲର ସେଣ୍ଟ୍ରାଲ ହୋଣ୍ଡା ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଡିଜିଏମ ଆର୍‌-୧ ସଞ୍ଜୟ କୁମାର ଝା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଣ୍ଟ୍ରାଲ ହୋଣ୍ଡାର ନିର୍ଦ୍ଦେଶିକା ସୀନୁ ଧାଓ୍ବାନ, ଏସ୍‌ବିଆଇ ଆର୍‌-୧ ଆର୍‌ଏମ୍‌ ଶ୍ରୀକାନ୍ତ ଦାଶ, ଏସ୍‌ବିଆଇ ଜିଟି ଶାଖା ଏଜିଏମ୍‌ ସୌରଭ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ହୋଣ୍ଡାର ଏଜିଏମ୍‌ ପାର୍ଥସାରଥି ରାଉତରାୟଙ୍କ ସମେତ ଶୋ’ରୁମ୍‌ର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ସେଣ୍ଟ୍ରାଲ ହୋଣ୍ଡାର ଏମ୍‌ଡି ବିଶାଲ ଧାଓ୍ବାନ କହିଛନ୍ତି, ହୋଣ୍ଡାର ଏହି ୫ମ ପିଢ଼ି (୫ଜି)ର ଯାନରେ ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ଅନେକ ଫିଚର ରହିଛି। ସେହିଭଳି ହୋଣ୍ଡାର ଏହି ମଡେଲ ବେଶ୍‌ ଆରାମଦାୟକ ହୋଇଥିବା ବେଳେ ୬ଟି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ। ବିଶେଷକରି ଏହା ପେଟ୍ରୋଲଚାଳିତ ଯାନ ହୋଇଥିବା ବେଳେ ଭିନ୍ନ ଭିନ୍ନ ଡିଜାଇନ (ମୋଡ୍‌) ଯାନ ସହ ଏହାର ବଜାର ମୂଲ୍ୟ (ଏକ୍ସ ଶୋ’ରୁମ୍‌ ମୂଲ୍ୟ ନୂଆଦିଲ୍ଲୀ) ୧୧.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି।

Share