ହୋଣ୍ଡାର ଅଲ୍‌ ନ୍ୟୁ ସିବି୩୦୦ଆର୍‌ ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୦, (ଅଭୟ ଦାଶ): ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଣ୍ଡା ଅଲ ନ୍ୟୁ ସିବି୩୦୦ଆରକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଓବିଡି୨ଏ ନିୟମ ପାଳନ କରୁଥିବା ୨୦୨୩ ସିବି୨୦୦ଆର୍‌ର ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ନିଓ ସ୍ପୋର୍ଟସ୍‌ କାଫେ ରୋଡ୍‌ଷ୍ଟର୍‌ ଭାବେ ପ୍ରସ୍ତୁତ କରାଯାଇଥିବା ଏହି ମୋଟରସାଇକେଲ୍‌ର ବୁକିଂର ଶୁଭାରମ୍ଭ ମଧ୍ୟ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ଓବିଡି୨ଏ ନିୟମ ପାଳନ କରୁଥିବା ଇଞ୍ଜିନ ବ୍ୟବହାର କରାଯାଇଥିବା ୨୦୨୩ ସିବି୩୦୦ଆର୍‌କୁ ଉନ୍ମୋଚନ ସହ ବଜାର ପ୍ରବେଶ କରାଇ ଆମେ ବେଶ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ଭାରତୀୟ ଚାଳକମାନଙ୍କ ଲାଗି ଆଜି ସିବି୩୦୦ଆର୍‌କୁ ଉନ୍ମୋଚନ କରାଯିବା ସହ ଏଚ୍‌ଏମ୍‌ଏସ୍‌ଆଇର ମଧ୍ୟମ-ଓଜନ ଉଚ୍ଚ ପ୍ରଦର୍ଶନ ମୋଟରସାଇକେଲ୍‌ ଉପତ୍ାଦ ବର୍ଗମାଳା ଆହୁରି ସମୃଦ୍ଧ ହୋଇଛି। ଉଲ୍ଲେଖଯୋଗ୍ୟ, ସିବି୧୦୦୦ଆର୍‌ ଡିଜାଇନ୍‌ରୁ ଅନୁପ୍ରାଣିତ ହୋଇ ନୂଆ ୨୦୨୩ ସିବି୩୦୦ଆର୍‌କୁ ପ୍ରସ୍ତୁତ କରାଯାଇଛି। ଏହାର ବଡ଼ ତେଲ ଟାଙ୍କିକୁ ନିଓ ସ୍ପୋର୍ଟ କାଫେର ଡିଏନ୍‌ଏ ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ପୂର୍ଣ୍ଣ ଏଲ୍‌ଇଡି ଲାଇଟ୍‌ ବ୍ୟବହାର କରାଯାଇଛି। ୧୪୬ କେଜିର ଉକ୍ତ ବାଇକ୍‌ ଏହି ବର୍ଗରେ ସବୁଠୁ ହାଲୁକା ହୋଇଥିବା ବେଳେ ଏଥିରେ ଆଡଜଷ୍ଟେବଲ୍‌ ମୋନୋସକ୍‌ ଅବ୍‌ଜରବର, ଡୁଆଲ ଚ୍ୟାନେଲ୍‌ ଏବିଏସ୍‌, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଇନଷ୍ଟ୍ରୁମେଂଟ୍‌ କ୍ଲଷ୍ଟର୍‌, ଏମର୍ଜେନ୍ସି ଷ୍ଟପ୍‌ ସିଗ୍‌ନାଲ୍‌ ଓ ହାଜାର୍ଡ ଲାଇଟ୍‌, ୨୮୬.୦୧ ସିସି ୪ ଷ୍ଟ୍ରୋକ୍‌ ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ଏ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇଇଞ୍ଜିନ୍‌ ରହିଛି। ଏହା ପର୍ଲ ସ୍ପାର୍ଟାନ ରେଡ୍‌ ଓ ମ୍ୟାଟ୍‌ ମାସିଭ୍‌ ଗ୍ରେ ମେଟାଲିକ୍‌ ରଙ୍ଗରେ ଉପଲବ୍ଧ। ଅପରପକ୍ଷରେ ଆଶାୟୀ ଗ୍ରାହକମାନେ ନିକଟସ୍ଥ ବିଗ୍‌ୱିଙ୍ଗ୍‌ ଡିଲରଶିପ୍‌ରେ ଏହାର ବୁକିଂ କରିପାରିବେ। ୨୦୨୩ ହୋଣ୍ଡା ସିବି୩୦୦ଆର୍‌ର ମୂଲ୍ୟ ୨,୪୦,୦୦୦ ଟଙ୍କା (ଏକ୍ସ ଶୋ’ରୁମ୍‌, ଦିଲ୍ଲୀ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri