ସମଲିଙ୍ଗୀ ବିବାହକୁ ଚର୍ଚ୍ଚର ନା

କ୍ୟାଥୋଲିକ୍‌ ଚର୍ଚ୍ଚ ସମଲିଙ୍ଗୀ ବିବାହ କରିଥିବା ଯୋଡ଼ିଙ୍କୁ ଆଶୀର୍ବାଦ ଦେବନାହିଁ ବୋଲି ସୋମବାର ଭାଟିକାନ ଘୋଷଣା କରିଛି। ଭଗବାନ ପାପକୁ ଆଶୀର୍ବାଦ ଦେଇପାରିବେ ନାହିଁ ବୋଲି କୁହାଯାଇଛି। ଭାଟିକାନ୍‌ର ଧର୍ମୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ କ୍ୟାଥୋଲିକ୍‌ ପାଦ୍ରୀ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଇପାରିବେ କି ନା ସେ ନେଇ ପ୍ରଶ୍ନ କରିଥିଲେ। ପୋପ୍‌ ଫ୍ରାନ୍ସିସ୍‌ଙ୍କ ଅନୁମୋଦନରେ ଆସିଥିବା ଏହାର ଉତ୍ତର ନା ରହିଥିଲା। ନୂତନ ଜୀବନ ସୃଷ୍ଟି ପାଇଁ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବିବାହ ଈଶ୍ୱରଙ୍କ ଯୋଜନାର ଏକ ଅଂଶ। ସମଲିଙ୍ଗୀଙ୍କୁ ସମ୍ମାନ ଦିଆଯିବା ଆବଶ୍ୟକ। କିନ୍ତୁ ସେମାନେ ଈଶ୍ୱରଙ୍କ ଉକ୍ତ ଯୋଜନାର ଅଂଶ ହୋଇ ନ ଥିବାରୁ ସେମାନଙ୍କ ବିବାହକୁ ଚର୍ଚ୍ଚ ଦ୍ୱାରା ଆଶୀର୍ବାଦ କରାଯାଇପାରିବ ନାହିଁ ବୋଲି ଉକ୍ତ ଡକ୍ୟୁମେଣ୍ଟରେ କୁହାଯାଇଛି।

Share