ଆମେରିକାର ମିଡଟମର୍‌ସ ଫଳ:ଭାରତୀୟ ବଂଶୋଦ୍ଭବ ରଚିଲେ ଇତିହାସ

ନ୍ୟୁୟର୍କ,୧୧।୧୧: ଆମେରିକାର ମିଡଟମର୍‌ସରେ ଭାରତୀୟ-ଆମେରିକୀୟ ମହିଳା ନାବିଲା ସୟଦ ଇତିହାସ ସୃଷ୍ଟି କରିଛନ୍ତି। ଏହି ନିର୍ବାଚନ ଜିତିବାରେ ନାବିଲା ସର୍ବକନିଷ୍ଠ ମହିଳା ହୋଇପାରିଛନ୍ତି। ନାବିଲା ସୟିଦଙ୍କୁ ମାତ୍ର ୨୩ ବର୍ଷ ବୟସ। ସେ ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ କ୍ରିସ ବୋଷଙ୍କୁ ପରାସ୍ତ କରିଛନ୍ତି। ଇଲିନୋଇସ ସାଧାରଣ ନିର୍ବାଚନ ୫୧ତମ ଜିଲା ପାଇଁ ନାବିଲା ୫୨.୩ ପ୍ରତିଶତ ଭୋଟ ପାଇଛନ୍ତି।
ସେ ଏହି ବିଜୟର ଖୁସିକୁ ସୋସିଆଲ ମିଡିଆରେ ଶେୟାର କରିଥିଲେ। ତାଙ୍କ ଟୁଇଟର୍‌ ନାବିଲା ଲେଖିଛନ୍ତି, ମୋର ନାମ ନାବିଲା ସୟଦ। ମୁଁ ଜଣେ ୨୩ ବର୍ଷୀୟା ମୁସଲମାନ ଭାରତୀୟ-ଆମେରିକୀୟ ଯୁବତୀ। ରିପବ୍ଲିକାନ ଦ୍ୱାରା ଆୟୋଜିତ ଏକ ସହରୀ ସଂସ୍ଥା ପାଇଁ ଏକ ନିର୍ବାଚନରେ ଆମେ ଜିତିଛୁ। ଜାନୁଆରୀରେ ମୁଁ ଇଲିନୋଇସ ସାଧାରଣ ସଭାର କନିଷ୍ଠ ସଦସ୍ୟ ହେବି।

Share