ହୋମ୍‌ସିକ୍‌ ରଶ୍ମିକା

ରଶ୍ମିକା ମନ୍ଦାନା ଏବେ ହୋମ୍‌ ସିକ୍‌ ହୋଇପଡିଛନ୍ତି। ତେଲୁଗୁ ଫିଲ୍ମ ‘ରେନ୍‌ବୋ’ର ଶୁଟିଂରୁ ବ୍ରେକ୍‌ ମିଳିବା ମାତ୍ରେ ସେ ସିଧା ଘର ମୁହଁା ହୋଇଛନ୍ତି। ଏବେ ପାଖାପାଖି ଦୁଇ ସପ୍ତାହ ଶୁଟିଂ ବନ୍ଦ ରହିବ। ତେଣୁ ଏହି ସମୟକୁ ସେ ପରିବାର ସହ କଟାଇବାକୁ ଚାହୁଁଛନ୍ତି। ଏ ନେଇ ରଶ୍ମିକା କହନ୍ତି, ‘ଗତ କିଛି ମାସ ହେବ ମୁଁ ପରିବାରଠାରୁ ଦୂରରେ ଥିଲି। ତେଣୁ ସେମାନଙ୍କ ସହ ସମୟ କଟାଇବାକୁ ଏବେ ମୁଁ ଘରକୁ ଆସିଛି। କାରଣ ପରିବାର ଲୋକଙ୍କ ସହ ରହିଲେ ଯେଉଁ ମଜା ତାହା ଆଉ କେଉଁଠି ମିଳି ନ ଥାଏ।’ କେବଳ ସେତିକି ନୁହେଁ, ଫଟୋଗ୍ରାଫି ପ୍ରତି ତାଙ୍କର ମନ ଢ଼ଳିଛି। ସମୟ ମିଳିବା ମାତ୍ରେ ସେ ମନପସନ୍ଦର ସ୍ଥାନକୁ ଯାଇ ଫଟୋ ଉଠାଉଛନ୍ତି। ତା’ସହ ଫଟୋଗୁଡିକୁ ମନଲାଖି କ୍ୟାପସନ ସହ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରୁଛନ୍ତି। କନ୍ନଡ ଫିଲ୍ମ ‘କିରିକ୍‌ ପାର୍ଟି’ରୁ ରଶ୍ମିକାଙ୍କର ବଡ ପରଦା କ୍ୟାରିୟର ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ସେ କନ୍ନଡ ଏବଂ ତେଲୁଗୁ ଫିଲ୍ମରେ ଅଭିନୟ କରିସାରିଲେଣି। ବିକାଶ ବହଲଙ୍କ ‘ଗୁଡବାୟ’ରୁ ତାଙ୍କର ହିନ୍ଦି ସିନେମା କ୍ୟାରିୟର ଆରମ୍ଭ ହୋଇଥିଲା। ହେଲେ ନିଜର ଡେବ୍ୟୁ ବଲିଉଡ୍‌ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା।

Share