ପୁଣି ସେବାୟତଙ୍କୁ ଦିଆଯିବ ହୋମିଓପାଥି

ପୁରୀ ଅଫିସ,୧୫ା୭:ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ଯୋଜନା କରିଛି। ତେଣୁ ସେବାୟତଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସେମାନଙ୍କୁ ପୁଣି ଥରେ ହୋମିଓପାଥି ଔଷଧ ବଣ୍ଟନ କରାଯିବ। ଆସନ୍ତା ୧୭ ଓ ୧୮ତାରିଖରେ ପର୍ଯ୍ୟାୟକ୍ରମେ ବିଭିନ୍ନ ସେବାୟତ ନିଯୋଗ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କୁ ହୋମିଓପାଥି ଔଷଧ ଦିଆଯିବ। ଏଥିଲାଗି ନୀଳାଦ୍ରି ଭକ୍ତନିବାସ ପରିସରରେ ସ୍ବାସ୍ଥ୍ୟ ଶିବିର ହେବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟର ଭାରପ୍ରାପ୍ତ ଅଧିକାରୀଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।
୧୭ତାରିଖରେ ସୁଆର ଓ ମହାସୁଆର, ପୁଷ୍ପାଳକ, ବିମାନବଡ଼ୁ, ଦଇତାପତି, ବଡୁ ସୁଆର, ଖୁଣ୍ଟିଆ, ପାଟରା ବିଶୋଇ, ଘଣ୍ଟୁଆ ଏବଂ ପାର୍ଶ୍ୱ ଦେବଦେବୀ ମନ୍ଦିର ସେବାୟତଙ୍କୁ ଏହି ହୋମିଓପାଥି ଦିଆଯିବ। ୧୮ ତାରିଖରେ ପ୍ରତିହାରୀ, ପୂଜାପଣ୍ଡା, ଗରାବଡୁ, ହଡ଼ପନାୟକ, ରୂପକାର, ଚିତ୍ରକର, ଭୋଇ, ମହାରଣା, କୋଠ ଭୋଗ ସେବକ, ଏବଂ ଅନ୍ୟାନ୍ୟ ନିଯୋଗ ତଥା ଶ୍ରୀମନ୍ଦିର କର୍ମଚାରୀଙ୍କୁ ଔଷଧ ବଣ୍ଟାଯିବ। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ଏବଂ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଶିବିର ଖୋଲା ରହିବ। ପ୍ରତ୍ୟେକ ସେବାୟତ ପରିବାରର ଜଣେ ବ୍ୟକ୍ତି ଆସି ନିଜ ତଥା ପରିବାର ସଦସ୍ୟଙ୍କ ପାଇଁ ଔଷଧ ନେଇପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉ କି, ରଥଯାତ୍ରା ପୂର୍ବରୁ ଅର୍ଥାତ୍‌ ଜୁନ୍‌ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମଧ୍ୟ ସେବାୟତମାନଙ୍କୁ ହୋମିଓପାଥି ଔଷଧ ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲାରେ ମୋବାଇଲ ସେବା ବିପର୍ଯ୍ୟସ୍ତ : ଓଡ଼ିଶାର ଲୋକଙ୍କୁ କଥା ହେବାକୁ ଯିବାକୁ ପଡ଼ୁଛି ଆନ୍ଧ୍ର

ମାଲକାନଗିରି,୨୦।୧୦(ଡି.ଏନ.ଏ)- ମାଲକାନଗିରି ଜିଲାରେ ବିଏସଏନଏଲ ମୋବାଇଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ା ଜିଲା ସଦର ମହକୁମାରେ ଗତ ୨୦ ଦିନ ଧରି ୩ଜି ସେବା ନ...

ଓଡ଼ିଶାରୁ ହଟିଲା କୋଭିଡ୍‌ ମହାମାରୀ ଆଇନ

ଭୁବନେଶ୍ୱର,୧ା୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଜୀବନଜୀବିକା ସ୍ବାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ୍‌ କଟକଣାକୁ ହଟାଇ ଦେଇଛନ୍ତି।...

ଦ୍ୱିତୀୟ ବିମ୍‌ଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦

ଭୁବନେଶ୍ୱର,୧୧ା୨(ବ୍ୟୁରୋ):ଭୁବନେଶ୍ୱର ଓ ପୁରୀଠାରେ ଦ୍ୱିତୀୟ ବିମଷ୍ଟେକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ-୨୦୨୦ ମଙ୍ଗଳବାରଠାରୁ ଆରମ୍ଭ ହେବ। ପ୍ରଥମ ଥର ଲାଗି ଓଡ଼ିଶାରେ ହେଉଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ...

କଂଗ୍ରେସ ଭବନରେ ଇତିଶଙ୍କ ଧାରଣା

ଭୁବନେଶ୍ୱର,୧୭।୧(ବ୍ୟୁରୋ): ରାଜ୍ୟ କଂଗ୍ରେସ ଭବନରେ ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନ ଶୁକ୍ରବାର ଧାରଣାରେ ବସିଛନ୍ତି।...

ଘରୁ ବାହାରି ଯାଇ ଆଉ ଫେରି ନ ଥିଲେ , ୪ ଦିନ ପରେ ମିଳିଲା ମୃତଦେହ

ଢେଙ୍କାନାଳ ଅଫିସ, ୭।୧୧: ଦୀର୍ଘ ଚାରିଦିନ ପରେ ଶେଷରେ ବୋରାପଦା ସ୍ଥିତ ସରକାରୀ ଆଇଟିଆଇ ପଛପଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟବସାୟୀ ପୀତବାସ ଦାସଙ୍କ...

ବିଶ୍ୱସ୍ତରୀୟ ହେବ ପାରାଦୀପ ବନ୍ଦର

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦୀ ବନ୍ଦର ଭିତ୍ତିଭୂମି ଯୋଜନାର ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଛି। ଏହି ଯୋଜନାରେ ପାରାଦୀପ ବନ୍ଦର...

ମହାପ୍ରଭୁଙ୍କର ହେଲା ବନକଲାଗି

ପୁରୀ ଅଫିସ,୨୯।୧୦: ପ୍ରାୟ ୨ ମାସ ପରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ୱାର...

ମାଧ୍ୟମିକ ସ୍କୁଲରେ ନିଯୁକ୍ତି ପାଇଲେ ୩୨୫ ଶିକ୍ଷକ

ଭୁବନେଶ୍ୱର,୨୭।୭(ଅନିଲ ଦାସ)ରାଜ୍ୟର ବିଭିନ୍ନ ସ୍କୁଲରେ ୩୨୫ ଜଣ ଟ୍ରେଣ୍ଡ ଗ୍ରାଜୁଏଟ ଟିଚର(ଟିଜିଟି) ଯୋଗ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ବୁଧବାର...

Advertisement
Archives

Model This Week