ହୋମିଓପରିବାର, ସର୍ବଜନ ସ୍ବାସ୍ଥ୍ୟ

ଆଧୁନିକ ଚିକିତ୍ସା ବିଜ୍ଞାନରେ ହୋମିଓପ୍ୟାଥିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନେକ ପ୍ରକାର ରୋଗର ଚିକିତ୍ସା ଏହାଦ୍ୱାରା କରାଯାଇପାରୁଛି। ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି-‘ହୋମିଓପରିବାର, ସର୍ବଜନ ସ୍ବାସ୍ଥ୍ୟ’। ଉକ୍ତ ଦିବସ ପାଳନର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ଏହି ଶୁଭ ଦିନରେ ଖ୍ରୀଷ୍ଟିଆନ୍‌ ଫେଡରିକ୍‌ ସାମୁଏଲ୍‌ ହାନିମ୍ୟାନ୍‌ ଜନ୍ମଗ୍ରହଣ କରିଥିଲେ। ହୋମିଓପ୍ୟାଥି ଚିକିତ୍ସାରେ ତାଙ୍କର ଭୂମିକା କ’ଣ ଥିଲା ତାହା କହିବା ଅନାବଶ୍ୟକ। କାରଣ ଏହି ଚିକିତ୍ସାକୁ ଆହୁରି ଲୋକାଦୃତ କରିବାରେ ତାଙ୍କର ଭୂମିକା ସବୁବେଳେ ସ୍ମରଣୀୟ ହୋଇ ରହିବ। ହାନିମ୍ୟାନ୍‌ଙ୍କର ଏଭଳି ଅବଦାନ ପାଇଁ ତାଙ୍କୁ ‘ହୋମିଓପ୍ୟାଥି ଚିକିତ୍ସାର ଜନକ’ ଭାବରେ ଅଭିହିତ କରାଯାଇଥାଏ। ଜର୍ମାନୀର ଏହି ହୋମିଓପ୍ୟାଥିର ସ୍ରଷ୍ଟା ୧୭୫୫ ଏପ୍ରିଲ ୧୦ରେ ଜନ୍ମଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ ଏଭଳି ଚିକିତ୍ସାକୁ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକାକୁ ସର୍ବାଗ୍ରେ ସ୍ମରଣ କରାଯାଇଥାଏ। ତେଣୁ ତାଙ୍କୁ ମନେପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ୨୦୦୫ ଏପ୍ରିଲ ୧୦ ତାରିଖରେ ପ୍ରଥମ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ପାଳନ କରାଯାଇଥିଲା।
ହୋମିଓପ୍ୟାଥି ଏଭଳି ଏକ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି, ଯାହାକି ରୋଗୀର ବ୍ୟକ୍ତିଗତ ବୈଶିଷ୍ଟ୍ୟ ଏବଂ ଲକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଥିରେ ରୋଗୀର ସମ୍ପୂର୍ଣ୍ଣ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଏ। ରୋଗୀ ହୋମିଓପ୍ୟାଥି ଚିକିତ୍ସାକୁ ଶତ ପ୍ରତିଶତ ଭରସା କରି ଯଦି ଚିକିତ୍ସିତ ହୁଏ ତେବେ ସେଥିରୁ ସୁଫଳ ମିଳିଥାଏ। କାରଣ ଯେକୌଣସି ଚିକିତ୍ସାରେ ରୋଗୀର ବିଶ୍ୱାସ ହେଉଛି ବଡ଼ କଥା। ଏହି ଚିକିତ୍ସାରେ ରୋଗୀର ରୋଗପ୍ରତିରୋଧକ ଶକ୍ତି ବ୍ୟବସ୍ଥାର ଅଭାବ ଅକ୍ଷମତା କିମ୍ବା ଅସମାନତାକୁ ରୋଗର ପ୍ରାରମ୍ଭ ବୋଲି ବିବେଚନା କରାଯାଏ। ତା’ପରେ ରୋଗୀର ରୋଗପ୍ରତିରୋଧକ ବ୍ୟବସ୍ଥାକୁ ପ୍ରାକୃତିକ ଉପାୟରେ ସକ୍ଷମ କରି ହୋମିଓପ୍ୟାଥି ଔଷଧ ମାଧ୍ୟମରେ ରୋଗର ମୂଳୋତ୍ପାଟନ କରାଯାଇଥାଏ।
ଏହି ଚିକିତ୍ସା ପଦ୍ଧତି ସରଳ, ପାର୍ଶ୍ୱ ପ୍ରତିକ୍ରିୟାବିହୀନ ଏବଂ ସ୍ବଳ୍ପ ବ୍ୟୟଯୁକ୍ତ ହୋଇଥିବାରୁ ଏହା ସାରା ବିଶ୍ୱରେ ୮୦ରୁ ଅଧିକ ଦେଶରେ ବହୁଳ ଭାବରେ ପ୍ରସାରିତ ହୋଇପାରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଦୃଷ୍ଟିରେ ହୋମିଓପ୍ୟାଥି ଏକ ଉତ୍ତମ ବିକଳ୍ପ (ଅଲଟରନେଟିଭ) ଏବଂ ସାହାଯ୍ୟକାରୀ (କମ୍ପ୍ଲିମେଣ୍ଟାରି) ଚିକିତ୍ସା ପଦ୍ଧତି। ସାଧାରଣ ପେଟ ରୋଗ, ଶିଶୁ ରୋଗ, ଶ୍ୱାସଜନିତ ରୋଗ, କଷ୍ଟସାଧ୍ୟ ଚର୍ମରୋଗ, ଅସ୍ଥି ରୋଗ, ସ୍ନାୟୁ ରୋଗ, ମାନସିକ ରୋଗ, ଅନିୟନ୍ତ୍ରିତ ଜୀବନଶୈଳୀଜନିତ ରୋଗ (ଡାଇବେଟିସ୍‌, ରକ୍ତଚାପ, ମେଦବୃଦ୍ଧି ଇତ୍ୟାଦି) ବ୍ୟତୀତ ଦୁରାସାଧ୍ୟ ଜେନେଟିନ୍‌ ତ୍ରୁଟିଜନିତ ସମସ୍ୟାର ଉପଯୁକ୍ତ ଓ ପ୍ରଭାବଶାଳୀ ଫଳାଫଳ ପାଇଁ ହୋମିଓପ୍ୟାଥି ବେଶ୍‌ ଲୋକପ୍ରିୟତା ହାସଲ କରିଛି।
ହୋମିଓପ୍ୟାଥି ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ଅନୁସନ୍ଧାନମୂଳକ ଗବେଷଣା ବିଭିନ୍ନ ସ୍ତରରେ ଜାରି ଥିବା ସ୍ଥଳେ ଭାରତ ସରକାର ହୋମିଓପ୍ୟାଥିକୁ ଆୟୁଷ ସିଷ୍ଟମ ଅଫ୍‌ ଅଲ୍ଟରନେଟିଭ ମେଡିସିନ୍‌ରେ ଅନ୍ତର୍ଗତ କରି ୨୦୦୫ ମସିହାରୁ ପ୍ରୋତ୍ସାହନ ଦେଇଆସୁଛନ୍ତି।

-ଡା. ସୁକାନ୍ତି ସୁଚରିତା ଷଡ଼ଙ୍ଗୀ
ଅଧ୍ୟାପିକା, ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri