ହୋମିଓପରିବାର, ସର୍ବଜନ ସ୍ବାସ୍ଥ୍ୟ

ଆଧୁନିକ ଚିକିତ୍ସା ବିଜ୍ଞାନରେ ହୋମିଓପ୍ୟାଥିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନେକ ପ୍ରକାର ରୋଗର ଚିକିତ୍ସା ଏହାଦ୍ୱାରା କରାଯାଇପାରୁଛି। ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଥିମ୍‌ ରହିଛି-‘ହୋମିଓପରିବାର, ସର୍ବଜନ ସ୍ବାସ୍ଥ୍ୟ’। ଉକ୍ତ ଦିବସ ପାଳନର ଏକ ତାତ୍ପର୍ଯ୍ୟ ମଧ୍ୟ ରହିଛି। ଏହି ଶୁଭ ଦିନରେ ଖ୍ରୀଷ୍ଟିଆନ୍‌ ଫେଡରିକ୍‌ ସାମୁଏଲ୍‌ ହାନିମ୍ୟାନ୍‌ ଜନ୍ମଗ୍ରହଣ କରିଥିଲେ। ହୋମିଓପ୍ୟାଥି ଚିକିତ୍ସାରେ ତାଙ୍କର ଭୂମିକା କ’ଣ ଥିଲା ତାହା କହିବା ଅନାବଶ୍ୟକ। କାରଣ ଏହି ଚିକିତ୍ସାକୁ ଆହୁରି ଲୋକାଦୃତ କରିବାରେ ତାଙ୍କର ଭୂମିକା ସବୁବେଳେ ସ୍ମରଣୀୟ ହୋଇ ରହିବ। ହାନିମ୍ୟାନ୍‌ଙ୍କର ଏଭଳି ଅବଦାନ ପାଇଁ ତାଙ୍କୁ ‘ହୋମିଓପ୍ୟାଥି ଚିକିତ୍ସାର ଜନକ’ ଭାବରେ ଅଭିହିତ କରାଯାଇଥାଏ। ଜର୍ମାନୀର ଏହି ହୋମିଓପ୍ୟାଥିର ସ୍ରଷ୍ଟା ୧୭୫୫ ଏପ୍ରିଲ ୧୦ରେ ଜନ୍ମଗ୍ରହଣ କରିଥିଲେ। ସମଗ୍ର ବିଶ୍ୱରେ ଏଭଳି ଚିକିତ୍ସାକୁ ଲୋକପ୍ରିୟ କରାଇବାରେ ତାଙ୍କର ଭୂମିକାକୁ ସର୍ବାଗ୍ରେ ସ୍ମରଣ କରାଯାଇଥାଏ। ତେଣୁ ତାଙ୍କୁ ମନେପକାଇବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମ ଦିନକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ୨୦୦୫ ଏପ୍ରିଲ ୧୦ ତାରିଖରେ ପ୍ରଥମ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ପାଳନ କରାଯାଇଥିଲା।
ହୋମିଓପ୍ୟାଥି ଏଭଳି ଏକ ସ୍ବତନ୍ତ୍ର ଚିକିତ୍ସା ପଦ୍ଧତି, ଯାହାକି ରୋଗୀର ବ୍ୟକ୍ତିଗତ ବୈଶିଷ୍ଟ୍ୟ ଏବଂ ଲକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥାଏ। ଏଥିରେ ରୋଗୀର ସମ୍ପୂର୍ଣ୍ଣ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଏ। ରୋଗୀ ହୋମିଓପ୍ୟାଥି ଚିକିତ୍ସାକୁ ଶତ ପ୍ରତିଶତ ଭରସା କରି ଯଦି ଚିକିତ୍ସିତ ହୁଏ ତେବେ ସେଥିରୁ ସୁଫଳ ମିଳିଥାଏ। କାରଣ ଯେକୌଣସି ଚିକିତ୍ସାରେ ରୋଗୀର ବିଶ୍ୱାସ ହେଉଛି ବଡ଼ କଥା। ଏହି ଚିକିତ୍ସାରେ ରୋଗୀର ରୋଗପ୍ରତିରୋଧକ ଶକ୍ତି ବ୍ୟବସ୍ଥାର ଅଭାବ ଅକ୍ଷମତା କିମ୍ବା ଅସମାନତାକୁ ରୋଗର ପ୍ରାରମ୍ଭ ବୋଲି ବିବେଚନା କରାଯାଏ। ତା’ପରେ ରୋଗୀର ରୋଗପ୍ରତିରୋଧକ ବ୍ୟବସ୍ଥାକୁ ପ୍ରାକୃତିକ ଉପାୟରେ ସକ୍ଷମ କରି ହୋମିଓପ୍ୟାଥି ଔଷଧ ମାଧ୍ୟମରେ ରୋଗର ମୂଳୋତ୍ପାଟନ କରାଯାଇଥାଏ।
ଏହି ଚିକିତ୍ସା ପଦ୍ଧତି ସରଳ, ପାର୍ଶ୍ୱ ପ୍ରତିକ୍ରିୟାବିହୀନ ଏବଂ ସ୍ବଳ୍ପ ବ୍ୟୟଯୁକ୍ତ ହୋଇଥିବାରୁ ଏହା ସାରା ବିଶ୍ୱରେ ୮୦ରୁ ଅଧିକ ଦେଶରେ ବହୁଳ ଭାବରେ ପ୍ରସାରିତ ହୋଇପାରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଦୃଷ୍ଟିରେ ହୋମିଓପ୍ୟାଥି ଏକ ଉତ୍ତମ ବିକଳ୍ପ (ଅଲଟରନେଟିଭ) ଏବଂ ସାହାଯ୍ୟକାରୀ (କମ୍ପ୍ଲିମେଣ୍ଟାରି) ଚିକିତ୍ସା ପଦ୍ଧତି। ସାଧାରଣ ପେଟ ରୋଗ, ଶିଶୁ ରୋଗ, ଶ୍ୱାସଜନିତ ରୋଗ, କଷ୍ଟସାଧ୍ୟ ଚର୍ମରୋଗ, ଅସ୍ଥି ରୋଗ, ସ୍ନାୟୁ ରୋଗ, ମାନସିକ ରୋଗ, ଅନିୟନ୍ତ୍ରିତ ଜୀବନଶୈଳୀଜନିତ ରୋଗ (ଡାଇବେଟିସ୍‌, ରକ୍ତଚାପ, ମେଦବୃଦ୍ଧି ଇତ୍ୟାଦି) ବ୍ୟତୀତ ଦୁରାସାଧ୍ୟ ଜେନେଟିନ୍‌ ତ୍ରୁଟିଜନିତ ସମସ୍ୟାର ଉପଯୁକ୍ତ ଓ ପ୍ରଭାବଶାଳୀ ଫଳାଫଳ ପାଇଁ ହୋମିଓପ୍ୟାଥି ବେଶ୍‌ ଲୋକପ୍ରିୟତା ହାସଲ କରିଛି।
ହୋମିଓପ୍ୟାଥି ଚିକିତ୍ସା ବିଜ୍ଞାନର ଉନ୍ନତି ପାଇଁ ଅନୁସନ୍ଧାନମୂଳକ ଗବେଷଣା ବିଭିନ୍ନ ସ୍ତରରେ ଜାରି ଥିବା ସ୍ଥଳେ ଭାରତ ସରକାର ହୋମିଓପ୍ୟାଥିକୁ ଆୟୁଷ ସିଷ୍ଟମ ଅଫ୍‌ ଅଲ୍ଟରନେଟିଭ ମେଡିସିନ୍‌ରେ ଅନ୍ତର୍ଗତ କରି ୨୦୦୫ ମସିହାରୁ ପ୍ରୋତ୍ସାହନ ଦେଇଆସୁଛନ୍ତି।

-ଡା. ସୁକାନ୍ତି ସୁଚରିତା ଷଡ଼ଙ୍ଗୀ
ଅଧ୍ୟାପିକା, ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ବ୍ରହ୍ମପୁର


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri