Posted inଜାତୀୟ

ମାଲୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ କାର୍ଯ୍ୟାଳୟରେ ପୋଲିସର ଚଢ଼ାଉ

କୋଚି,୫।୩: ଏସ୍‌ଏଫ୍‌ଆଇର ବିକ୍ଷୋଭ ପ୍ରଦର୍ଶନ ପରେ କେରଳ ପୋଲିସ କୋଝିକୋଡେସ୍ଥିତ ଏକ ଟିଭି ଚ୍ୟାନେଲ କାର୍ଯ୍ୟାଳୟରେ ରବିବାର ଚଢାଉ କରି ତଦନ୍ତ ଆରମ୍ଭ କରିଛି। ଟୁଇଟରରେ ଏକ ଭିଡିଓ ଶେୟାର କରି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପୋଲିସର ତଦନ୍ତ ସମ୍ପର୍କରେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଉତ୍ତର କେରଳର ଏକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ସମ୍ପୃକ୍ତ ନ୍ୟୁଜ୍‌ ଚ୍ୟାନେଲରେ ଏକ ଖବର ପ୍ରକାଶିତ ହୋଇଥିଲା। ଏହାକୁ ଫେକ୍‌ ନ୍ୟୁଜ୍‌ କହି ଶୁକ୍ରବାର ସନ୍ଧ୍ୟାରେ ଷ୍ଟୁଡେଣ୍ଟସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏସ୍‌ଏଫ୍‌ଆଇ)ର କେତେକ କାର୍ଯ୍ୟକର୍ତ୍ତା କେରଳ କୋଚିସ୍ଥିତ ଏକ ମାଲୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ କାର୍ଯ୍ୟାଳୟରେ ପଶି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହେଲେ ଚ୍ୟାନେଲର ଅଭିଯୋଗ ଆଧାରରେ ପୋଲିସ ଛାତ୍ର ସଙ୍ଗଠନର ପ୍ରାୟ ୩୦ଜଣ କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ, ଏସ୍‌ଏଫ୍‌ଆଇ କର୍ମଚାରୀମାନେ ରାତି ପ୍ରାୟ ୮ଟାରେ ଚ୍ୟାନେଲ କାର୍ଯ୍ୟାଳୟରେ ପ୍ରବେଶ କରି ଚ୍ୟାନେଲ ବିରୋଧରେ ସ୍ଲୋଗାନ ଦେଇ କର୍ମଚାରୀଙ୍କୁ ଧମକ ଦେଇଥିଲେ। ଅନ୍ୟପକ୍ଷେ ଏସ୍‌ଏଫ୍‌ଆଇର କାର୍ଯ୍ୟକୁ ସମାଲୋଚନା କରି ପ୍ରେସ କ୍ଲବ ଅଫ ଇଣ୍ଡିଆ ପକ୍ଷରୁ କେରଳ ସରକାରଙ୍କୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍‌ ଆତଙ୍କ, ୧୦୯ ବିଦେଶ ଫେରନ୍ତା ନିଖୋଜ…

ମୁମ୍ବାଇ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ...

ବୁଧବାର ଭାରତ ବନ୍ଦ: କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ,୭ା୧: ୧୦ଟି ଟ୍ରେଡ ୟୁନିୟନ ପକ୍ଷରୁ ଆଗାମୀ ୮ତାରିଖରେ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ଏଭଳି ଭାରତ ବନ୍ଦ...

ଏଏପି ବିଧାୟକ ଗିରଫ

ନୂଆଦିଲ୍ଲୀ,୧।୧୧: ଆମ୍‌ ଆଦମୀ ପାର୍ଟି(ଏଏପି)ର ବିଧାୟକ ଅଖିଳେଶ ପତି ତ୍ରିପାଠୀଙ୍କୁ ଦିଲ୍ଲୀ ପୋଲିସ ଶୁକ୍ରବାର ଗିରଫ କରିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ଗୁରୁବାର ବିଧାୟକ...

ଏସ୍‌ପି ପତାକା ରଙ୍ଗରେ ରଙ୍ଗେଇଲା ରେଲଓ୍ବେ ହସ୍ପିଟାଲ ଶୌଚାଳୟ: ତେଜିଲା ଅସନ୍ତୋଷ

ଗୋରଖପୁର, ୨୯।୧୦: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି(ଏସ୍‌ପି)ର ପତାକା ରଙ୍ଗରେ ଗୋରଖପୁର ରେଲଓ୍ବେ ହସ୍ପିଟାଲର ଶୌଚାଳୟକୁ ରଙ୍ଗାଯାଇଛି। ଏହାର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ...

ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ଛେଚିଲେ

ଭୋପାଳ,୮।୧୦: ମଧ୍ୟପ୍ରଦେଶର ଧର ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମଧ୍ୟବୟସ୍କା ବିଧବାଙ୍କୁ ପଡୋଶୀ ଉଲଗ୍ନ କରି ନିର୍ଘାତ ମାଡ଼ ମାରିଛନ୍ତି। ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ...

ଏଥର ଜନ୍ମଦିନ ପାଳିବେ ନାହିଁ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୧୯।୬: ବିହାରରେ ମସ୍ତିଷ୍କ ଜ୍ୱରରେ ୧୩୦ ଶିଶୁ ମୃତ୍ୟୁବରଣ କଲେଣି। କେବଳ ବିହାରରେ ନୁହେଁ, ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।...

ଇଣ୍ଡିଆନ୍‌ ଅଏଲ୍‌ ରିଫାଇନେରିରେ ଭୟଙ୍କର ଅଗ୍ନିକାଣ୍ଡ

ହଳଦିଆ,୨୧।୧୨- ପଶ୍ଚିମବଙ୍ଗର ହଳଦିଆରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ରିଫାଇନାରିରେ ମଙ୍ଗଳବାର ଅପରାହ୍ନ ୩ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୪...

Advertisement
Archives

Model This Week