Posted inଖେଳ

ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ

ନୂଆଦିଲ୍ଲୀ, ୧୧।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ କ୍ରିକେଟ ସିଜନ ପାଇଁ କାର୍ଯ୍ୟସୂଚୀ ସୋମବାର ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ୫ ଜୋନାଲ ଦଳ ଅଂଶଗ୍ରହଣ କରିଥାନ୍ତି। ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି ସହ ଘରୋଇ ସିଜନ ଆରମ୍ଭ ହେବ। ସମ୍ମାନଜନକ ରଣ୍‌ଜୀ ଟ୍ରଫି କ୍ରିକେଟ ୨୦୨୪ ଜାନୁୟାରୀ ୫ରୁ ଆରମ୍ଭ ହେବ।
ଦୁଲୀପ ଟ୍ରଫି ପରେ ଦେଓଧର ଟ୍ରଫି (ଲିଷ୍ଟ-ଏ) ଟୁର୍ନାମେଣ୍ଟ ଜୁଲାଇ ୨୪ରୁ ଅଗଷ୍ଟ ୩, ଇରାନୀ କପ୍‌ ଅକ୍ଟୋବର ୧ରୁ ୫, ସୟଦ ମୁସ୍ତାକ ଅଲୀ ଟ୍ରଫି (ପୁରୁଷ ଟି୨୦ ଜାତୀୟ ପ୍ରତିଯୋଗିତା) ଅକ୍ଟୋବର ୧୬ରୁ ନଭେମ୍ବର ୬ ଏବଂ ବିଜୟ ହଜାରେ ଟ୍ରଫି ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୁରୁଷ ସିନିୟର କ୍ରିକେଟ କ୍ୟାଲେଣ୍ଡରର ଶେଷ ଟୁର୍ନାମେଣ୍ଟ ରଣ୍‌ଜୀ ଟ୍ରଫି। ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଜାନୁୟାରୀ ୫ରୁ ଫେବୃୟାରୀ ୧୯ ପର୍ଯ୍ୟନ୍ତ ଖେଳାଯିବ। ନକ୍‌ଆଉଟ ରାଉଣ୍ଡ ଫେବୃୟାରୀ ୨୩ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ସମୟସୀମା ୭୦ ଦିନ ବିଶିଷ୍ଟ ହେବ। ପ୍ଲେଟ୍‌ ଗ୍ରୁପ୍‌ର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଜାନୁୟାରୀ ୫ରୁ ଫେବୃୟାରୀ ୫ ଏବଂ ନକ୍‌ଆଉଟ ରାଉଣ୍ଡ ଫେବୃୟାରୀ ୯ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ରଣ୍‌ଜୀ ଟ୍ରଫିର ୪ଟି ଏଲିଟ୍‌ ଗ୍ରୁପ୍‌ରେ ୮ଟି ଲେଖାଏ ଦଳ ରହିବେ। ଶ୍ରେଷ୍ଠ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏକମାତ୍ର ପ୍ଲେଟ ଗ୍ରୁପ୍‌ ୬ ଦଳ ବିଶିଷ୍ଟ ହେବ। ୬ ଦଳ ମଧ୍ୟରୁ ଶ୍ରେଷ୍ଠ ୪ ଦଳ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ। ଦୁଇ ଫାଇନାଲିଷ୍ଟ ଦଳ ୨୦୨୪-୨୫ ସିଜନରେ ଏଲିଟ ଗ୍ରୁପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟପକ୍ଷରେ ୪ ଏଲିଟ ଗ୍ରୁପ୍‌ରେ ସବୁଠାରୁ କମ୍‌ ପଏଣ୍ଟ ପାଇଥିବା ୨ ଦଳ ପ୍ଲେଟ ଗ୍ରୁପ୍‌କୁ ଖସିବେ। ପଏଣ୍ଟ, ବୋନସ୍‌ ପଏଣ୍ଟ, ବିଜୟ ଏବଂ ଅନ୍ୟାନ୍ୟ କେତେକ ବୈଷୟିକ ଦିଗକୁ ବିଚାରକୁ ନିଆଯାଇ କେଉଁ ଦୁଇ ଦଳ ପ୍ରମୋଶନ ପାଇବେ ଏବଂ କେଉଁ ଦୁଇ ଦଳ ରେଲିଗେଟେଡ୍‌ ହେବେ ତାହା ନିଷ୍ପତ୍ତି ନିଆଯିବ।
ଅକ୍ଟୋବର ୧୯ରୁ ମହିଳା କ୍ରିକେଟ ସିଜନ
ସିନିୟର ମହିଳା କ୍ରିକେଟ ସିଜନ ଜାତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ଏହାପରେ ଆନ୍ତଃ ଜୋନ୍‌ ଟି୨୦ ଟ୍ରଫି ନଭେମ୍ବର ୨୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ଜାନୁୟାରୀ ୪ରୁ ୨୬ ପର୍ଯ୍ୟନ୍ତ ସିନିୟର ମହିଳା ଦିନିକିଆ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ସିନିୟର ମହିଳା ଟି୨୦ ଟ୍ରଫି ଏବଂ ଦିନିକିଆ ଟ୍ରଫି ପ୍ରତିଯୋଗିତା ୫ ଗ୍ରୁପ୍‌ ବିଶିଷ୍ଟ ହେବ। ୨ଟି ଗ୍ରୁପ୍‌ରେ ୮ ଦଳ ଏବଂ ଅନ୍ୟ ୩ ଗ୍ରୁପ୍‌ରେ ୭ଟି ଲେଖାଏ ଦଳ ରହିବେ। ୫ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳକୁ ନେଇ ନକ୍‌ଆଉଟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଗ୍ରୁପ୍‌ ପର୍ଯ୍ୟାୟ ପରେ ବିଜୟ, ପଏଣ୍ଟ ଏବଂ ନେଟ୍‌ ରନ୍‌ହାର ଭିତ୍ତିରେ ଦଳଗୁଡ଼ିକୁ ୧ରୁ ୧୦ ପର୍ଯ୍ୟନ୍ତ ର଼୍ୟାଙ୍କ୍‌ କରାଯିବ। ୧ରୁ ୬ ର଼୍ୟାଙ୍କ୍‌ରେ ରହିଥିବା ଦଳଗୁଡ଼ିକ ସିଧାସଳଖ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ୪ ଦଳ ମଧ୍ୟରେ ୨ଟି ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡ ହେବ। ଏହାର ବିଜେତା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri