Posted inଖେଳ

ଦୁଲୀପ ଟ୍ରଫିରୁ ଘରୋଇ ସିଜନ ଆରମ୍ଭ

ନୂଆଦିଲ୍ଲୀ, ୧୧।୪(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ୨୦୨୩-୨୪ ଘରୋଇ କ୍ରିକେଟ ସିଜନ ପାଇଁ କାର୍ଯ୍ୟସୂଚୀ ସୋମବାର ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ୫ ଜୋନାଲ ଦଳ ଅଂଶଗ୍ରହଣ କରିଥାନ୍ତି। ଜୁନ୍‌ ୨୮ରୁ ଦୁଲୀପ ଟ୍ରଫି ସହ ଘରୋଇ ସିଜନ ଆରମ୍ଭ ହେବ। ସମ୍ମାନଜନକ ରଣ୍‌ଜୀ ଟ୍ରଫି କ୍ରିକେଟ ୨୦୨୪ ଜାନୁୟାରୀ ୫ରୁ ଆରମ୍ଭ ହେବ।
ଦୁଲୀପ ଟ୍ରଫି ପରେ ଦେଓଧର ଟ୍ରଫି (ଲିଷ୍ଟ-ଏ) ଟୁର୍ନାମେଣ୍ଟ ଜୁଲାଇ ୨୪ରୁ ଅଗଷ୍ଟ ୩, ଇରାନୀ କପ୍‌ ଅକ୍ଟୋବର ୧ରୁ ୫, ସୟଦ ମୁସ୍ତାକ ଅଲୀ ଟ୍ରଫି (ପୁରୁଷ ଟି୨୦ ଜାତୀୟ ପ୍ରତିଯୋଗିତା) ଅକ୍ଟୋବର ୧୬ରୁ ନଭେମ୍ବର ୬ ଏବଂ ବିଜୟ ହଜାରେ ଟ୍ରଫି ନଭେମ୍ବର ୨୩ରୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପୁରୁଷ ସିନିୟର କ୍ରିକେଟ କ୍ୟାଲେଣ୍ଡରର ଶେଷ ଟୁର୍ନାମେଣ୍ଟ ରଣ୍‌ଜୀ ଟ୍ରଫି। ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌ ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଜାନୁୟାରୀ ୫ରୁ ଫେବୃୟାରୀ ୧୯ ପର୍ଯ୍ୟନ୍ତ ଖେଳାଯିବ। ନକ୍‌ଆଉଟ ରାଉଣ୍ଡ ଫେବୃୟାରୀ ୨୩ରୁ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ଚାଲିବ। ପ୍ରତିଯୋଗିତାର ସମୟସୀମା ୭୦ ଦିନ ବିଶିଷ୍ଟ ହେବ। ପ୍ଲେଟ୍‌ ଗ୍ରୁପ୍‌ର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଜାନୁୟାରୀ ୫ରୁ ଫେବୃୟାରୀ ୫ ଏବଂ ନକ୍‌ଆଉଟ ରାଉଣ୍ଡ ଫେବୃୟାରୀ ୯ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ରଣ୍‌ଜୀ ଟ୍ରଫିର ୪ଟି ଏଲିଟ୍‌ ଗ୍ରୁପ୍‌ରେ ୮ଟି ଲେଖାଏ ଦଳ ରହିବେ। ଶ୍ରେଷ୍ଠ ୨ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏକମାତ୍ର ପ୍ଲେଟ ଗ୍ରୁପ୍‌ ୬ ଦଳ ବିଶିଷ୍ଟ ହେବ। ୬ ଦଳ ମଧ୍ୟରୁ ଶ୍ରେଷ୍ଠ ୪ ଦଳ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ। ଦୁଇ ଫାଇନାଲିଷ୍ଟ ଦଳ ୨୦୨୪-୨୫ ସିଜନରେ ଏଲିଟ ଗ୍ରୁପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅନ୍ୟପକ୍ଷରେ ୪ ଏଲିଟ ଗ୍ରୁପ୍‌ରେ ସବୁଠାରୁ କମ୍‌ ପଏଣ୍ଟ ପାଇଥିବା ୨ ଦଳ ପ୍ଲେଟ ଗ୍ରୁପ୍‌କୁ ଖସିବେ। ପଏଣ୍ଟ, ବୋନସ୍‌ ପଏଣ୍ଟ, ବିଜୟ ଏବଂ ଅନ୍ୟାନ୍ୟ କେତେକ ବୈଷୟିକ ଦିଗକୁ ବିଚାରକୁ ନିଆଯାଇ କେଉଁ ଦୁଇ ଦଳ ପ୍ରମୋଶନ ପାଇବେ ଏବଂ କେଉଁ ଦୁଇ ଦଳ ରେଲିଗେଟେଡ୍‌ ହେବେ ତାହା ନିଷ୍ପତ୍ତି ନିଆଯିବ।
ଅକ୍ଟୋବର ୧୯ରୁ ମହିଳା କ୍ରିକେଟ ସିଜନ
ସିନିୟର ମହିଳା କ୍ରିକେଟ ସିଜନ ଜାତୀୟ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରୁ ଆରମ୍ଭ ହେବ। ଏହା ଅକ୍ଟୋବର ୧୯ରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲିବ। ଏହାପରେ ଆନ୍ତଃ ଜୋନ୍‌ ଟି୨୦ ଟ୍ରଫି ନଭେମ୍ବର ୨୪ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଖେଳାଯିବ। ଏହାପରେ ଜାନୁୟାରୀ ୪ରୁ ୨୬ ପର୍ଯ୍ୟନ୍ତ ସିନିୟର ମହିଳା ଦିନିକିଆ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ସିନିୟର ମହିଳା ଟି୨୦ ଟ୍ରଫି ଏବଂ ଦିନିକିଆ ଟ୍ରଫି ପ୍ରତିଯୋଗିତା ୫ ଗ୍ରୁପ୍‌ ବିଶିଷ୍ଟ ହେବ। ୨ଟି ଗ୍ରୁପ୍‌ରେ ୮ ଦଳ ଏବଂ ଅନ୍ୟ ୩ ଗ୍ରୁପ୍‌ରେ ୭ଟି ଲେଖାଏ ଦଳ ରହିବେ। ୫ ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଲେଖାଏ ଦଳକୁ ନେଇ ନକ୍‌ଆଉଟ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଗ୍ରୁପ୍‌ ପର୍ଯ୍ୟାୟ ପରେ ବିଜୟ, ପଏଣ୍ଟ ଏବଂ ନେଟ୍‌ ରନ୍‌ହାର ଭିତ୍ତିରେ ଦଳଗୁଡ଼ିକୁ ୧ରୁ ୧୦ ପର୍ଯ୍ୟନ୍ତ ର଼୍ୟାଙ୍କ୍‌ କରାଯିବ। ୧ରୁ ୬ ର଼୍ୟାଙ୍କ୍‌ରେ ରହିଥିବା ଦଳଗୁଡ଼ିକ ସିଧାସଳଖ କ୍ୱାର୍ଟର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ୪ ଦଳ ମଧ୍ୟରେ ୨ଟି ପ୍ରି-କ୍ୱାର୍ଟର ଫାଇନାଲ ରାଉଣ୍ଡ ହେବ। ଏହାର ବିଜେତା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଧକ୍କାରେ ୭ ହାତୀ ମୃତ, ରାଜଧାନୀ ଏକ୍ସପ୍ରେସ୍‌ର ୫ ବଗି ଲାଇନଚ୍ୟୁତ

ଗୁଆହାଟୀ,୨୧ା୧୨(ପି.ଟି./ଏଜେନ୍ସି): ଜଙ୍ଗଲରେ ଭିତ୍ତିଭୂମି ନିର୍ମାଣ ପାଇଁ ମାନବୀୟ ଓ ବ୍ୟବସାୟିକ କାର୍ଯ୍ୟକଳାପ ସହ ହାତୀ ଚଲାପଥ ଦେଇ ରେଳଲାଇନ ବିଛାଇବା ପ୍ରାଣୀଙ୍କ ଲାଗି ବିପଦ ସାଜୁଛି।...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri