କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି। କରୋନାରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଘରୋଇ ଉପଚାର ଆପଣାଇବାକୁ କହୁଛନ୍ତି। ଏହା ପରେ ଲୋକମାନେ ଅଧିକ ମାତ୍ରାରେ ଡୋଜ୍‌ ନେବା ଆରମ୍ଭ କରିଦେଇଛନ୍ତି। ଯାହାଦ୍ୱାରା ଅନ୍ୟ ସମସ୍ୟା ସୃଷ୍ଟି ହେଉଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଥବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକାଂଶ ଲୋକ ଦେଶୀ ଉପଚାରକୁ ଆପଣାଉଛନ୍ତି। ମାତ୍ର ଆବଶ୍ୟକତା ଠାରୁ ଅଧିକ ଏହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି।
କରୋନା ସମୟରେ ଗୋଲମରିଚ, ହଳଦୀ, ଜୁଆଣି, ତୁଳସୀ ପତ୍ର, ଲେମ୍ବୁ, ଗୁଡ ଆଦି ପକାଇ କାଢ଼ା ପ୍ରସ୍ତୁତ କରି ପିଇବା ଦ୍ୱାରା ଆମ ଶରୀରକୁ ଉପସମ ମିଳିଥାଏ। ମାତ୍ର ଆବଶ୍ୟକତା ଅନୁଯାୟୀ ଏହାକୁ ସେବକ କରିବା ଆମ ଶରୀର ପାଇଁ ଲାଭଦାୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର କରୋନା ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲୋକେ ଏହାକୁ ଅଧିକ ମାତ୍ରାରେ ସେବନ କରୁଛନ୍ତି। ଯେଉଁଥିପାଇଁ ଅନ୍ୟ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଦେଉଛି। ଏ ନେଇ ଡାକ୍ତର ଚରଣଜିତ୍‌ ସିଂ କୁହନ୍ତି, ଭୋକ ଠାରୁ ଅଧିକ ଭୋଜନ କଲେ ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିଭଳି ଯଦି ଘରୋଇ ଉପଚାର ସମୟରେ ଅଧିକ ଏହାକୁ ବ୍ୟବହାର କରିବା ତେବେ ତାହା ମଧ୍ୟ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ।
-ଅଧିକ ମାତ୍ରାରେ ଘରୋଇ ଉପଚାର କରିବା ତଥା ଭିଟାମିନ୍‌ ଟାବ୍‌ଲେଟ ଖାଇବା ଦ୍ୱାରା ତଣ୍ଟି ଶୁଷ୍କ ହୋଇଯିବା, କାଶ ହେବା, ଏସିଡିଟି, ଛାତି ପୋଡିବା, ଚିଡ୍‌ଚିଡା ଆଦି ସମସ୍ୟା ଦେଖାଦେଇଥାଏ ବୋଲି ଡ. ଚରଣଜିତ୍‌ କହିଛନ୍ତି।
-ଡ. ଚରଣଜିତ୍‌ ସିଂଙ୍କ କହିବା ଅନୁସାରେ, ଲେମ୍ବୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନେକ ପ୍ରକାର ସଂକ୍ରମଣରୁ ଏହା ରକ୍ଷା କରିଥାଏ। କିନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରହିବା ଏବଂ ଭିଟାମିନ ସି ପାଇବା ପାଇଁ ଲୋକେ ଅଧିକ ମାତ୍ରାରେ ଲେମ୍ବୁ ଖାଉଛନ୍ତି। ଏହି କାରଣରୁ ସେମାନଙ୍କର ମୁଣ୍ଡବିନ୍ଧା, ଥକ୍କାପଣ, ଗଳା ସମସ୍ୟା, ଜ୍ୱର ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ଦେଖାଦେଉଛି।