ଏସ୍‌ପି ଅଫିସ ସମ୍ମୁଖରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡା ଅଫିସ,୨୦।୧୦: ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଝାରସୁଗୁଡା ଜିଲା ଭାଜପା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ରୀନା ପଟେଲଙ୍କ ନେତୃତ୍ୱରେ ବୁଧବାର ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାରେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କର ବହିଷ୍କାର ଦାବି କରିଛନ୍ତି। ଏ ନେଇ ଆନ୍ଦୋଳନକାରୀମାନେ ଘଟଣାସ୍ଥଳରେ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ଏଥିରେ ଜିଲା ମହିଳା ମୋର୍ଚ୍ଚାର କିରଣବାଳା ନାୟକ, ମମତା ଦୀପ, ଟିକିନା ଧଳ, ହୀନା ରୂପାରେଲ, ପ୍ରଭାସିନୀ ନାୟକ, ଭାଜପା ଜିଲା ସଭାପତି ମଙ୍ଗଳ ସାହୁ, ସଞୟ ସିଂହ ପ୍ରମୁଖ କର୍ମକର୍ତ୍ତା ସାମିଲ ହୋଇଥିଲେ ।