Categories: ଜାତୀୟ

ବୈଷ୍ଣୋ ଦେବୀଙ୍କ ଶରଣରେ ଅମିତ ଶାହା

ଶ୍ରୀନଗର,୪।୧୦: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କାଟ୍ରାସ୍ଥିତ ମାତା ବୈଷ୍ଣୋ ଦେବୀଙ୍କ ଦରବାରରେ ପହଞ୍ଚି ମଥା ଟେକିଥିଲେ। ତାଙ୍କ ସହ ଜମ୍ମୁ କଶ୍ମୀର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ପବିତ୍ର ଗୁମ୍ଫାରେ ପୂଜାର୍ଚ୍ଚନା କରିବା ସହ ମା’ ଭାଗବତୀଙ୍କ ନିକଟରେ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ।
ଏହାପରେ ଅମିତ ଶାହା ରାଜୋରିରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଦୂରଦୂରାନ୍ତରୁ ଲୋକମାନେ ରାଜୋରିରେ ସାଧାରଣ ସଭା ସ୍ଥଳରେ ପହଞ୍ଚିବା ଆରମ୍ଭ କରିଛନ୍ତି।
ଅମିତ ଶାହା ମଙ୍ଗଳବାର ଜମ୍ମୁକୁ ୧୯୦୦ କୋଟି ଟଙ୍କା ମୂଲ୍ୟର ବିକାଶ କାର୍ଯ୍ୟ ଉପହାର ଦେବେ। ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଶାହା ସୋମବାର ସନ୍ଧ୍ୟାରେ ଜମ୍ମୁରେ ପହଞ୍ଚିଥିଲେ। ସେ ଏଠାରେ ପହଞ୍ଚିବା ମାତ୍ରେ ସେ ରାଜ ଭବନରେ ଅନେକ ପ୍ରତିନିଧୀଙ୍କୁ ଭେଟି ସେମାନଙ୍କ କଥା ଶୁଣିଥିଲେ।

Share