Categories: ଜାତୀୟ

ଅଧା ରାତିରେ ଆସାମ ପହଞ୍ଚିଲେ ଶାହା

ଗୁଆହାଟୀ,୨୬ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଆହାଟୀ ପହଞ୍ଚିଛନ୍ତି । ଶାହାଙ୍କୁ ସ୍ୱାଗତ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ବିମାନ ବନ୍ଦରରେ ପହଞ୍ଚିଥିଲେ । ଏହି ଦୁଇ ଦିନିଆ ଗସ୍ତ ସମୟରେ ସେ ଗୁଆହାଟୀ ଓ ଇମ୍ଫାଲରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଶାହା ଆସାମର ଜନଜାତିଙ୍କ ସହ ମିଶିବେ ଓ ମେଡିକାଲ କଲେଜର ଶିଳାନ୍ୟାସ କରିବେ । ୨୭ ଡିସେମ୍ବରରେ ଶାହା ଇମ୍ଫାଲରେ ପୋଲିସ ହେଡକ୍ୱାଟର ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ଆସାମର ୮ହଜାର ନାମଘର ବୈଷ୍ଣବ ସନ୍ଥଙ୍କ ମଧ୍ୟରେ ବାଣିଜ୍ୟିକ ସହାୟତା ସମ୍ପର୍କରେ କଥା ହେବେ । ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଆସାମରେ ବିଧାନସଭା ନିର୍ବାଚନ ଥିବା ବେଳେ ଶାହାଙ୍କର ଏହି ଗସ୍ତ ଖୁବ୍ ଗୁରୁତ୍ୱ ରଖେ ।

Share